ଗର୍ଭବତୀ ଅଛନ୍ତି କି ଅନିଲ୍ କପୁରଙ୍କ ଝିଅ ସୋନମ୍ କପୁର୍ ! ସୋନମ୍ କପୁର୍ ନିଜେ କହିଛନ୍ତି ଏହା ପଛର ସତ୍ୟତା…

ଗର୍ଭବତୀ ଅଛନ୍ତି କି ଅନିଲ୍ କପୁରଙ୍କ ଝିଅ ସୋନମ୍ କପୁର୍ ! ସୋନମ୍ କପୁର୍ ନିଜେ କହିଛନ୍ତି ଏହା ପଛର ସତ୍ୟତା…

ସୋସିଆଲ୍ ମିଡିଆର ଏହି ଯୁଗରେ ବଲିଉଡ ଷ୍ଟାରମାନେ ପ୍ରାୟତଃ କୌଣସି ନା କୌଣସି କାରଣ ପାଇଁ ହେଡଲାଇନରେ ରହୁଛନ୍ତି । ବଲିଉଡ ଷ୍ଟାରମାନଙ୍କୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହୋଇଥାଏ ଏବଂ ଏମାନଙ୍କ ବିଷୟରେ ଅନେକ ଗୁଜବ ମଧ୍ୟ ଶୁଣିବାକୁ ମିଳେ । ନିକଟରେ ବଲିଉଡ ଅଭିନେତ୍ରୀ ତଥା ଫ୍ୟାଶନଇଂଷ୍ଟା କୁହାଯାଉଥିବା ସୋନମ୍ କପୁର୍ ଏକ ଗୁଜବର ଶିକାର ହୋଇଛନ୍ତି । ନିଜର କିଛି ଫୋଟ ପାଇଁ ତାଙ୍କୁ ମିଥ୍ୟା ଗୁଜବର ସାମ୍ନା କରିବାକୁ ପଡିଛି ।

ସୋନମ୍ କପୁର୍ ସବୁବେଳେ ସୋସିଆଲ୍ ମିଡିଆରେ କିଛି ନା କିଛି କାରଣ ପାଇଁ ଟ୍ରେଣ୍ଡିଙ୍ଗରେ ରହିଥାନ୍ତି ଏବଂ ସେ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ମଧ୍ୟ ଅଟନ୍ତି । ସେ ପ୍ରାୟତଃ ନିଜ ସ୍ୱାମୀଙ୍କ ସହିତ ଫୋଟ ଏବଂ ଭିଡିଓ କରି ଏହାକୁ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି ଯାହା ଆଲୋଚନାର ବିଷୟ ହୋଇଯାଏ । ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ ସୋନମ୍ କପୁର୍ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ ଏବଂ ବିବାହ ପରେ ସୋନମ୍ ତାଙ୍କ ସ୍ୱାମୀଙ୍କ ସହ ଲଣ୍ଡନ ଶିଫ୍ଟ ହୋଇଯାଇଛନ୍ତି ଯଦିଓ ସେ ସମୟ ସମୟରେ ଭାରତକୁ ଆସନ୍ତି । ନିକଟରେ ସୋନମ୍ ଲଣ୍ଡନରୁ ଭାରତକୁ ଫେରିଥିଲେ ଏବଂ ତାଙ୍କ ପିତା ତଥା ଭେଟେରାନ୍ ହିନ୍ଦୀ ସିନେମା ଅଭିନେତା ଅନିଲ୍ କପୁର୍ ନିଜେ ମୁମ୍ବାଇ ବିମାନବନ୍ଦରକୁ ଆସିଥିଲେ ତାଙ୍କୁ ନେବା ପାଇଁ ।

ସୂଚନାନୁଯାୟୀ ସୋନମ୍ କପୁର୍ ପ୍ରାୟ ଏକବର୍ଷ ପରେ ତାଙ୍କ ପିତା ଏବଂ ପରିବାର ଲୋକଙ୍କୁ ଭେଟିଛନ୍ତି । ଯେତେବେଳେ ସୋନମ୍ କପୁର୍ ଏୟାରପୋର୍ଟରେ ଅନିଲ୍ କପୁରଙ୍କୁ ଭେଟିଥିଲେ ସେତେବେଳେ ସେ ତାଙ୍କୁ ଦେଖି ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଲେ । ସୋନମଙ୍କର ଏହି ଫୋଟ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା । ଯଦିଓ ସେ ଅନ୍ୟ କାରଣରୁ ଚର୍ଚ୍ଚାର ବିଷୟ ହୋଇଯାଇଥିଲେ । ବାସ୍ତବରେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଏକ ଢିଲା ପୋଷାକରେ ଦେଖିବାକୁ ମିଳିଥିଲା ତେଣୁ ଏବଂ ଲୋକମାନେ ଭାବିଲେ ଯେ ବୋଧହୁଏ ସୋନମ୍ କପୁର୍ ଗର୍ଭବତୀ ଅଛନ୍ତି । ଏହାକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାର କଥା ଶୁଣିବାକୁ ମିଳିଥିଲା ।

ସୋନମ କପୁରଙ୍କୁ ଢିଲା ପୋଷାକରେ ଦେଖି ତାଙ୍କ ପ୍ରଶଂସକ ଏବଂ ସୋସିଆଲ୍ ମିଡିଆ ୟୁଜରମାନେ ସୋସିଆଲ୍ ମିଡିଆରେ ବହୁତ ପ୍ରକାରର କମେଣ୍ଟ କରିଛନ୍ତି । ସୋନମଙ୍କୁ ଢିଲା ପୋଷାକରେ ଦେଖି ସମସ୍ତେ ଭାବିଥିଲେ ବୋଧହୁଏ ସୋନମ୍ ଗର୍ଭବତୀ ଅଛନ୍ତି । ଯଦିଓ ବର୍ତ୍ତମାନ ସୋନମ୍ କପୁର୍ ନିଜେ ଏହି ବିଷୟରେ ସମସ୍ତେ ତଥ୍ୟ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଛନ୍ତି । ସେ ସବୁ ପ୍ରକାର ଗୁଜବ ଉପରେ ବିରାମ ଲଗାଇଛନ୍ତି । ବର୍ତ୍ତମାନ ସୋନମ୍ ନିଜେ ନିଜର ଏକ ମଜାଦାର୍ ଫୋଟ ସେୟାର୍ କରିଛନ୍ତି ।

ସୋସିଆଲ୍ ମିଡିଆ ଜରିଆରେ ସୋନମ୍ କପୁର୍ ସୂଚନା ଦେଇଛନ୍ତି ଯେ ସେ ଗର୍ଭବତୀ ନୁହଁନ୍ତି ଏବଂ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ଗର୍ଭଧାରଣ ବିଷୟରେ ଉଡ଼ୁଥିବା ଗୁଜବ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ । ସୋନମ୍ ଏହାକୁ ନେଇ ଏକ ପୋଷ୍ଟ କରିଛନ୍ତି ଯାହା ଖୁବ୍ ଭାଇରାଲ୍ ହୋଇଛି । ପ୍ରଶଂସକମାନେ ମଧ୍ୟ ଗୋଟିଏପରେ ଗୋଟିଏ କମେଣ୍ଟ କରିଚାଲିଛନ୍ତି । ସୋନମ୍ ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଏକ ବୁମେରାଙ୍ଗ ଭିଡିଓ ସେୟାର୍ କରିଛନ୍ତି ଯେଉଁଥିରେ ତାଙ୍କୁ ଏକ ହଟ୍ ଡ୍ରିଙ୍କ ପିଉଥିବାର ଦେଖିପାରିବେ ।

ଏହି ପୋଷ୍ଟର କ୍ୟାପସନରେ ସୋନମ୍ କପୁର୍ ଲେଖିଛନ୍ତି, “ମୋ ପିରିୟଡର ପ୍ରଥମ ଦିନ ପାଇଁ ଗୋଟିଏ ବୋତଲ୍ ଗରମ ପାଣି ଏବଂ ଜିଞ୍ଜର୍ ଟି ।” ଏହିପରି ଅନିଲ୍ କପୁରଙ୍କ ଝିଅ ତାଙ୍କ ଗର୍ଭଧାରଣର ଗୁଜବକୁ ଏକ ଭିନ୍ନ ଢ଼ଙ୍ଗରେ ଭୁଲ୍ ପ୍ରମାଣିତ କରିଛନ୍ତି ।

Leave a Reply

Your email address will not be published. Required fields are marked *