ବର୍ତ୍ତମାନ ପ୍ରତି ୬ ମାସରେ ଥରେ ହେବ ସିମ୍ କାର୍ଡ଼ର ଯାଞ୍ଚ । ଆସିଗଲା ନୂତନ ନିୟମ

ବର୍ତ୍ତମାନ ପ୍ରତି ୬ ମାସରେ ଥରେ ହେବ ସିମ୍ କାର୍ଡ଼ର ଯାଞ୍ଚ । ଆସିଗଲା ନୂତନ ନିୟମ

ନୂତନ ନିୟମ ଅନୁଯାୟୀ ଟେଲିକମ କମ୍ପାନୀକୁ ନୂତନ ସଂଯୋଗ ଦେବା ପୂର୍ବରୁ କମ୍ପାନୀର ପଞ୍ଜିକରଣ ଯାଞ୍ଚ କରିବାକୁ ହେବ ଏବଂ ପ୍ରତି ୬ ମାସରେ କମ୍ପାନୀର ଯାଞ୍ଚ ହେବ ।

ନୂଆଦିଲ୍ଲୀ । ସିମ୍ କାର୍ଡ଼ ଯାଞ୍ଚରେ ହେଉଥିବା ଫ୍ରଡ୍ ବା ଠକାମୀକୁ ରୋକିବା ପାଇଁ ଦୁରସଂଚାର ବିଭାଗରେ ବ୍ଲକ୍ ବାୟର ଓ କମ୍ପାନୀ ଗୁଡ଼ିକ ପାଇଁ ଗ୍ରାହକ ଯାଞ୍ଚ ନିୟମକୁ କଠୋର କରିଦିଆଯାଇଛି । ନୂତନ ନିୟମ ଅନୁଯାୟୀ ଟେଲିକମ୍ କମ୍ପାନୀକୁ ନୂତନ ସଂଯୋଗ ଦେବା ପୂର୍ବରୁ ରେଜିଷ୍ଟ୍ରେସନ ବା ପଞ୍ଜିକରଣ ଯାଞ୍ଚ କରିବାକୁ ପଡ଼ିବ ଏବଂ ପ୍ରତି ୬ ମାସରେ ଥରେ ଭେରୀଫିକେସନ କରିବାକୁ ପଡ଼ିବ । କମ୍ପାନୀର ନାମ ଉପରେ ସିମ୍ କାର୍ଡ଼ର ଫ୍ରଡ୍ ବୃଦ୍ଧି କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । କୋର୍ପୋରେଟ ଅଫେର ମନ୍ତ୍ରାଳୟରୁ କମ୍ପାନୀର ରେଜିଷ୍ଟ୍ରେସନର ଯାଞ୍ଚ କରିବାକୁ ପଡ଼ିବ । ଆପଣଙ୍କୁ ସୁଚାଇଦେଉଛୁ ଯେ ଏହା ପୂର୍ବରୁ ଦୁରସଂଚାର ବିଭାଗ ଟେଲିକମ୍ ଗ୍ରାହକଙ୍କ ଭେରୀଫିକେସନ ପେନଲଟି ନିୟମରେ କୋହଳ କରିବା ନିଷ୍ପତ୍ତି ନେଇଥିଲେ । ସମସ୍ତ ଛୋଟ ଛୋଟ ତ୍ରୁଟି ପାଇଁ ଟେଲିକମ୍ କମ୍ପାନୀ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଲାଗିବ ନାହିଁ ।

Google

ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାହକ ଯାଞ୍ଚର ନିୟମ ପାଳନ ନକଲେ ଟେଲିକମ୍ କମ୍ପାନୀ ଗୁଡ଼ିକ ଉପରେ ୩,୦୦୦ କୋଟିରୁ ଅଧିକ ଟଙ୍କାର ଜୋରିମାନା ଲଗାଇ ସାରିଛନ୍ତି ।

ପ୍ରତି ୬ ମାସରେ କମ୍ପାନୀର ସ୍ଥାନ ଯାଞ୍ଚ କରାଇବାକୁ ପଡ଼ିବ । କମ୍ପାନୀର ଯାଞ୍ଚ ସମୟରେ ଲୋଙ୍ଗିଟ୍ୟୁଡ଼ ଲାଟିଟ୍ୟୁଡ଼ ଆବେଦନ ପତ୍ରରେ ଲେଖିବାକୁ ପଡ଼ିବ । କମ୍ପାନୀର ସଂଯୋଗ କେଉଁ କର୍ମଚାରୀକୁ ଦିଆଯାଇଛି ଏହାର ସୂଚନା ମଧ୍ୟ ଦେବାକୁ ପଡ଼ିବ । ଏହି ନୂତନ ନିୟମ ଲାଗୁ କରିବା ପାଇଁ ଟେଲିକମ୍ କମ୍ପାନୀକୁ ୩ ମାସ ପର୍ଯ୍ୟନ୍ତ ସମୟ ଦିଆଯିବ ।

Google

ଏହା ପୂର୍ବରୁ ଟେଲିକମ୍ କମ୍ପାନୀ ପାଇଁ ବଦଳିଥିଲା ଏହି ନିୟମ

ଦୁରସଂଚାର ବିଭାଗ ଗ୍ରାହକ ଯାଞ୍ଚ ନିୟମକୁ ସହଜ କରି ଦେଇଛନ୍ତି । ବିଭାଗ ପେନଲଟି ନିୟମକୁ କୋହଳ କରିଦେଇଛନ୍ତି । ବର୍ତ୍ତମାନ କେବଳ କିଛି ମାମଲାରେ ହିଁ ୧ ଲକ୍ଷ ଟଙ୍କା ଜୋରିମାନା ଲାଗିବ । ପୂର୍ବରୁ କମ୍ପାନୀକୁ ଗ୍ରାହକ ଆବେଦନ ପତ୍ରରେ ସମସ୍ତ ତ୍ରୁଟିରେ ୧୦୦୦ ରୁ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ୁଥିଲା ।

Leave a Reply

Your email address will not be published. Required fields are marked *