ବର୍ତ୍ତମାନ ମାଗଣାରେ ମିଳିବ ରେଲୱେ ପ୍ଲାଟଫର୍ମ ଟିକେଟ୍ । କରିବାକୁ ପଡିବ ଏହି କାମ !

ଏହିପରି ରେଲୱେ ପ୍ଲାଟଫର୍ମ ଟିକେଟ୍ ୧୦ ଟଙ୍କାରେ ମିଳିଥାଏ କିନ୍ତୁ ବର୍ତ୍ତମାନ ଆପଣ ଏହାକୁ ମାଗଣାରେ ମଧ୍ୟ ହାସଲ କରି ପାରିବେ । ପ୍ରକୃତରେ ଭାରତୀୟ ରେଲୱେ ଦିଲ୍ଲୀର ଆନନ୍ଦ ବିହାର ରେଲୱେ ଷ୍ଟେସନରେ ଏକ ଏପରି ମେସିନ୍ ଲଗାଇଛନ୍ତି ଯେଉଁଥିରୁ ମାଗଣାରେ ଆପଣ ରେଲୱେ ଟିକେଟ୍ ନେଇ ପାରିବେ । ହୁଏତ ଏଥିପାଇଁ ଆପଣଙ୍କୁ ମେସିନ୍ ସାମ୍ନାରେ ଦଣ୍ଡ ବୈଠକ କରିବାକୁ ପଡ଼ିବ । କେବଳ ୧୮୦ ସେକେଣ୍ଡରେ ୩୦ ଥର ଦଣ୍ଡ ବୈଠକ କରୁଥିବା ଲୋକ ହିଁ ମାଗଣାରେ ପ୍ଲାଟଫର୍ମ ଟିକେଟର ପାତ୍ର ହୋଇ ପାରିବେ ।

କହିରଖୁଛୁ ଯେ ଏହା ରେଲୱେ ତରଫରୁ ଏହା ଫିଟନେସକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଛି ।

ଏହି ମେସିନକୁ ‘ ଫିଟ୍ ଇଣ୍ଡିଆ ଦଣ୍ଡ ବୈଠକ ମେସିନ୍ ‘ ନାମ ଦିଆଯାଇଛି । ଏହି ମେସିନର ଭିଡ଼ିଓକୁ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ରେଲୱେ ମନ୍ତ୍ରାଳୟ ଟ୍ୱିଟ୍ କରିଛନ୍ତି । ରେଲ୍ୱେର ଏହି କାର୍ଯ୍ୟର ଭିଡ଼ିଓ ସୋସିଆଲ ମେଡିଆରେ ଭାଇରାଲ ହେଉଛି ।

କିପରି କାମ କରିବ ମେସିନ ? :-

ମେସିନ୍ ସାମ୍ନାରେ ୨ ଫୁଟର ପ୍ରିଣ୍ଟ ତିଆରି ହୋଇଛି । ଏହା ଉପରେ ଆପଣଙ୍କୁ ଠିଆ ହୋଇ ନିର୍ଦ୍ଧାରିତ କରାଯାଇଥିବା ସମୟରେ ୩୦ ଥର ଦଣ୍ଡ ବୈଠକ କରିବାକୁ ପଡ଼ିବ । ମେସିନରେ ଲାଗିଥିବା ଡିସପ୍ଲେରେ ଆପଣଙ୍କର ସମୟ ଏବଂ ପଏଣ୍ଟ ଦେଖାଉଥିବ । ଯେପରି ୧୮୦ ସେକେଣ୍ଡ ପୂରା ହୋଇଯିବ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ୍ ମିଳିଯିବ ।

ଏହା ସହିତ ହିଁ ରେଲୱେ ମନ୍ତ୍ରାଳୟ ଭାରତୀୟ ରେଳର ପୁରୁଣା ଡ଼ବାରୁ ମୈସୂରର ଏକ ସ୍କୁଲରେ ସୁନ୍ଦର କ୍ଲାସରୁମ୍ ତିଆରି କରାଯାଇଛି । ଏହିପରି, ବିହାରର ଦାନାପୁରରେ ପୁରୁଣା ଡ଼ବା ଜରିଆରେ ଷ୍ଟାଫ କ୍ୟାଣ୍ଟିନ ଏବଂ ଦିଲ୍ଲୀର ରାଷ୍ଟ୍ରୀୟ ରେଳ ସଂଗ୍ରହାଳୟରେ ଅଫିସ ତିଆରି କରାଯାଇଛି ।

Be the first to comment

Leave a Reply

Your email address will not be published.


*