ବର୍ତ୍ତମାନ ପ୍ଲାଟଫର୍ମ ଟିକେଟ୍ ମଧ୍ୟ ହେଲା ମହଙ୍ଗା ! ମୁମ୍ବାଇରେ ମୂଲ୍ୟ ୫ଗୁଣ ବୃଦ୍ଧି ପାଇଛି, ୧୦ ବଦଳରେ ଦେବାକୁ ପଡିବ ୫୦ ଟଙ୍କା…

ବର୍ତ୍ତମାନ ପ୍ଲାଟଫର୍ମ ଟିକେଟ୍ ମଧ୍ୟ ହେଲା ମହଙ୍ଗା ! ମୁମ୍ବାଇରେ ମୂଲ୍ୟ ୫ଗୁଣ ବୃଦ୍ଧି ପାଇଛି, ୧୦ ବଦଳରେ ଦେବାକୁ ପଡିବ ୫୦ ଟଙ୍କା…

ମୁଦ୍ରାସ୍ଫୀତିର ଆଉ ଏକ ଝଟକା ସହିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ଭାରତୀୟ ରେଳ ପ୍ଲାଟଫର୍ମ ଟିକେଟ ମୂଲ୍ୟକୁ ୫ଗୁଣ ବୃଦ୍ଧି କରିଛି । ପ୍ଲାଟଫର୍ମ ଟିକେଟ ଯାହାକୁ ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଟଙ୍କାରେ ପାଉଥିଲେ, ବର୍ତ୍ତମାନ ଆପଣଙ୍କୁ ଏଥିପାଇଁ ୫୦ ଟଙ୍କା ଦେବାକୁ ପଡିବ । ଜଣେ ରେଳ ଅଧିକାରୀ ଏହି ସୂଚନା ଦେଇଛନ୍ତି । ରେଳବାଇ ଅନୁଭବ କରୁଛି ଯେ ଆସନ୍ତା ଗ୍ରୀଷ୍ମ ଋତୁରେ ରେଳ ଯାତ୍ରୀଙ୍କ ଭିଡ ଷ୍ଟେସନକୁ ଫେରିବ । ଯେଉଁଥିପାଇଁ କରୋନାଭାଇରସ୍ ବିସ୍ତାର ହେବାର ଭୟ ରହିଛି ।

ଜୁନ୍ ୧୫ ପର୍ଯ୍ୟନ୍ତ ପ୍ଲାଟଫର୍ମ ଟିକେଟ୍ ମହଙ୍ଗା ରହିବ

କେନ୍ଦ୍ରୀୟ ରେଳବାଇ ମୁମ୍ବାଇ ମହାନଗର ନିଗମ (ଏମଏମଆର)ର ପ୍ରମୁଖ ଷ୍ଟେସନଗୁଡିକର ପ୍ଲାଟଫର୍ମ ଟିକେଟ ମୂଲ୍ୟ ୫ ଗୁଣ ବୃଦ୍ଧି କରିଛି । ମୂଲ୍ୟ ବୃଦ୍ଧି ପଛରେ କେନ୍ଦ୍ରୀୟ ରେଳବାଇ କହିଛି ଯେ କରୋନା ମହାମାରୀ ମଧ୍ୟରେ ଷ୍ଟେସନରେ ଅଧିକ ଭିଡ଼ ଜମା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ଲାଟଫର୍ମ ଟିକେଟର ନୂତନ ହାର ମାର୍ଚ୍ଚ ୧ରୁ ଲାଗୁ ହୋଇଛି ଏବଂ ଜୁନ୍ ୧୫ ପର୍ଯ୍ୟନ୍ତ ରହିବ ।

ଏହି ଷ୍ଟେସନଗୁଡିକରେ ମହଙ୍ଗା ହୋଇଛି ପ୍ଲାଟଫର୍ମ ଟିକେଟ୍

କେନ୍ଦ୍ରୀୟ ରେଳବାଇ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସଏମଟି), ଦାଦର ଏବଂ ଲୋକମାନିଆ ତିଲକ ଟର୍ନିମସ ଏବଂ ଠାନେ, କଲ୍ୟାଣ, ପାନଭେଲ୍ ଏବଂ ଭିମ୍ବଡି ରୋଡ୍ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୧୦ ରୁ ୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଗୁଡ଼ିକ ହେଉଛି ସେହି ଷ୍ଟେସନ୍ ଯେଉଁଠାରେ ଯାତ୍ରୀଙ୍କ ସଂଖ୍ୟା ସାଧାରଣତଃ ମଧ୍ୟ ଅଧିକ । ଏହା ପୁର୍ବରୁ ମଧ୍ୟ ମାର୍ଚ୍ଚ ୨୦୨୦ରେ କରୋନା ଜୀବାଣୁକୁ ଏଡାଇବା ପାଇଁ ଭାରତୀୟ ରେଳ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ରୀୟ ରେଳବାଇ ମୁମ୍ବାଇ, ପୁଣେ, ଭୁସାଭାଲ୍ ଏବଂ ସୋଲାପୁର ଡିଭିଜନରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୧୦ ରୁ ୫୦ ଟଙ୍କାକୁ ବୃଦ୍ଧି କରିଦେଇଥିଲେ ।

କରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି

ବାସ୍ତବରେ, ଫେବୃଆରୀ ଦ୍ୱିତୀୟ ସପ୍ତାହରୁ ମୁମ୍ବାଇରେ କରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ୩.୨୫ ଲକ୍ଷ କରୋନା ରୋଗୀଙ୍କୁ ଦେଖିବାକୁ ମିଳିଛି । ଏଥିମଧ୍ୟରୁ ୧୧୪୦୦ ଲୋକଙ୍କର ମଧ୍ୟ ମୃତ୍ୟୁ ମଧ୍ୟ ଘଟିସାରିଛି ।

Leave a Reply

Your email address will not be published. Required fields are marked *