ବର୍ତ୍ତମାନ ଖୁବ୍ ସୁନ୍ଦରୀ ହୋଇଗଲେଣି “ଉତ୍ତରନ” ଧାରାବାହିକର ଶିଶୁ କଳାକାର ତପସ୍ୟା ! ଦେଖନ୍ତୁ ଏବେ କିପରି ଦେଖାଯାଏ ଇଶିତା ପଞ୍ଚାଲ…

ବର୍ତ୍ତମାନ ଖୁବ୍ ସୁନ୍ଦରୀ ହୋଇଗଲେଣି “ଉତ୍ତରନ” ଧାରାବାହିକର ଶିଶୁ କଳାକାର ତପସ୍ୟା ! ଦେଖନ୍ତୁ ଏବେ କିପରି ଦେଖାଯାଏ ଇଶିତା ପଞ୍ଚାଲ…

ଟିଭିର ସବୁଠାରୁ ଚର୍ଚ୍ଚିତ ଧାରାବାହିକ ‘ଉତ୍ତରନ’ରେ ‘ତପସ୍ୟା’ ଚରିତ୍ରରେ ଅଭିନୟ କରୁଥିବା ଏକ ଛୋଟ ଝିଅ ଆପଣଙ୍କ ମନେଥିବ । ସେ ଏତେ ଛୋଟ ବୟସରେ ହିଁ ନିଜ ନମ୍ରତା ଓ ନିରୀହ ସ୍ଵଭାବ ଯୋଗୁଁ ଏବଂ ଅଭିନୟ ବଳରେ ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ସେହି ଝିଅଟି “ତପସ୍ୟା”ର ଚରିତ୍ରକୁ ଖୁବ୍ ଭଲ ଭାବରେ ନିର୍ବାହ କରିଥିଲେ ଓ ଏଥିପାଇଁ ତାଙ୍କୁ ଦର୍ଶକଙ୍କ ଠାରୁ ଖୁବ୍ ପ୍ରଶଂସା ମଧ୍ୟ ମିଳିଥିଲା ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, “ଉତ୍ତରନ” ଧାରାବାହିକରେ ତପସ୍ୟା ଏକ ବଡ ଘରର ଝିଅ ଭୂମିକରେ ଅଭିନୟ କରିଥିଲେ । ଯିଏ ପରବର୍ତ୍ତୀ ସମୟରେ ନିଜ ଘରରେ କାମ କରୁଥିବା ଚାକରାଣୀର ଝିଅ ସହିତ ବନ୍ଧୁତ୍ଵ ସମ୍ପର୍କରେ ଯୋଡି ହୋଇଯାଇଥିଲେ । ସମୟକ୍ରମରେ ଦୁହେଁ ପରସ୍ପର ମଧ୍ୟରେ ଉତ୍ତମତା ଏବଂ ଇଚ୍ଛାବଳରେ ବହୁତ ଭଲ ବନ୍ଧୁ ହୋଇଯାଇଥିଲେ, କିନ୍ତୁ ତପସ୍ୟଙ୍କ କିଛି ସମ୍ପର୍କୀୟଙ୍କ ଦ୍ଵାରା ଦୁହେଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ପରେ ତପସ୍ୟଙ୍କ ମନରେ ଭେଦଭାବ ଏବଂ ଈର୍ଷାନ୍ଵିତ ଜାତ ହୋଇଥିଲା ।

ବାସ୍ତବରେ, ସମ୍ପର୍କୀୟମାନେ ତପସ୍ୟାକୁ କହିଲେ ଯେ, ତାଙ୍କର ପିତାଙ୍କ ପ୍ରେମ ଧୀରେ ଧୀରେ କମିବାରେ ଲାଗିଛି । ଏହାପରେ, ତପସ୍ୟାର ମନରେ ନକାରାତ୍ମକ ଭାବନା ଜନ୍ମିବାକୁ ଲାଗିଲା ଏବଂ ତାର ମନରେ କ୍ରୋଧ ଓ ଘୃଣାଭାବନା ଜନ୍ମିଥିଲା । କେବଳ ଏତିକି ନୁହେଁ, ସମ୍ପର୍କୀୟମାନେ ତପସ୍ୟାର ମନରେ ଥିବା ଇଚ୍ଛାକୁ ମନରୁ ବାହାର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ଓ ପରିଶେଷରେ ତାର ମନରୁ ସେହି ଇଚ୍ଛା ମଧ୍ୟ ହଟାଇ ଦେଇଥିଲେ । କିନ୍ତୁ ଉତ୍ତରନ ଧାରାବାହିକରେ ତପସ୍ୟା ଯେଉଁ ସକରାତ୍ମକ ଭୂମିକାରେ ଅଭିନୟ କରିଥିଲେ, ତା’ର ନକାରାତ୍ମକ ଚରିତ୍ର ମଧ୍ୟ ସମାନ ଭାବରେ ପ୍ରଶଂସନୀୟ ଅଟେ ।

ଏହି ନକରାତ୍ମକ ଚରିତ୍ରରେ ଇଶିତା ଯେଉଁ ଅଭିବ୍ୟକ୍ତି ସବୁ ଦେଇଥିଲେ ତାକୁ ଦେଖି କମ୍ ବୟସରେ ତାଙ୍କ ପ୍ରତିଭା ବିଷୟରେ ସମସ୍ତେ ଜାଣିପାରିଥିଲେ । ଏହି ଧାରାବାହିକରୁ ତପସ୍ୟାକୁ ଏତେ ପ୍ରସିଦ୍ଧି ମିଳିଥିଲା ଯେ ଆଜି ମଧ୍ୟ ଲୋକେ ତାଙ୍କୁ ତପସ୍ୟା ନାମରେ ଜାଣନ୍ତି ।

କିନ୍ତୁ ଆପଣଙ୍କୁ ସୁଚାଇଦେଉଛୁ ଯେ, ତପସ୍ୟାଙ୍କ ଚରିତ୍ରରେ ଅଭିନୟ କରୁଥିବା ଏହି ଛୋଟ ବାଳିକାଙ୍କ ନାମ ଇଶିତା ପାଞ୍ଚାଲ ଅଟେ । ଇଶିତା ବର୍ତ୍ତମାନ ୨୨ ବର୍ଷର ହୋଇଗଲେଣି ଏବଂ ସେ ବର୍ତ୍ତମାନ ଖୁବ୍ ଗ୍ଲେମର୍ସ ମଧ୍ୟ ହୋଇଯାଇଛନ୍ତି ଏବଂ ଖୁବ୍ ସୁନ୍ଦରୀ ଦେଖା ଯାଉଛନ୍ତି । ଛୋଟ ବେଳରେ ମଧ୍ୟ ସେ ଖୁବ୍ କ୍ୟୁଟ୍ ଥିଲେ ଏବଂ ତାଙ୍କର ସେହି କ୍ୟୁଟନେସ୍ ବର୍ତ୍ତମାନ ମଧ୍ୟ ବଜାୟ ରହିଛି ।

ଇଶିତା ପାଞ୍ଚାଲ ‘ଉତ୍ତରନ’ ପରେ ‘ଅମ୍ବର ଧରା’, ‘ସିଆଇଡ଼ି’ ଓ ରିଏଲିଟି ଶୋ ‘ମାଁ ଏକଚେଞ୍ଜ’ରେ ମଧ୍ୟ ନଜର ଆସିଛନ୍ତି । ଏହା ବ୍ୟତୀତ ଇଶିତା ପ୍ରସିଦ୍ଧ ଇଣ୍ଟର୍ନେସନାଲ୍ ରିଏଲିଟି ଶୋ ‘ୱାଇଫ ସ୍ବେପ’ରେ ମଧ୍ୟ କାମ କରିଥିଲେ ।

ଟିଭି ଧାରାବାହିକ ବ୍ୟତୀତ ଇଶିତା ଜେକି ଶ୍ରଫଙ୍କ ସହିତ ‘ଭୂତ ଏଣ୍ଡ ଫ୍ରେଣ୍ଡ’ରେ ମଧ୍ୟ କାମ କରିଥିଲେ । କିନ୍ତୁ ତପସ୍ୟା ଭଳି ପ୍ରସିଦ୍ଧି ତାଙ୍କୁ ଆଉ କେଉଁଠି ମିଳିଲା ନାହିଁ । ବର୍ତ୍ତମାନ ସେ କିଛି ସମୟରୁ ଟିଭି ଇଣ୍ଡଷ୍ଟ୍ରିରୁ ଦୂର ରହି ନିଜ ପାଠପଢ଼ା
ଉପରେ ଧ୍ୟାନ ଦେଇଛନ୍ତି ।

ଇଶିତା ବର୍ତ୍ତମାନ ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି । ଇଶିତା ଅଧିକାଂଶ ସମୟରେ ନିଜ ଫଟୋଗୁଡ଼ିକ ସେୟାର କରି ଫ୍ୟାନ୍ସ ମାନଙ୍କ ସହ ଜଡ଼ିତ ରୁହନ୍ତି ।

ଇଶିତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ବୋଲଡଡ୍ ଓ ସୁନ୍ଦର ଫଟୋଗୁଡିକ ରହିଛି । ଏତିକି ନୁହେଁ ଇଶିତାଙ୍କ ୫୦ ହଜାରରୁ ଅଧିକ ଫୋଲୋଅର ମଧ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *