ବର୍ତ୍ତମାନ ଏହି ନୂଆଁ ଦେଶ ଉପରେ ଚାପ ପକାଇଲା ଚୀନ୍ ! ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଡ୍ରେଗନ୍ ବିରୋଧରେ ଉଠାଇଛନ୍ତି ଦାବି !

ଚୀନର ବିସ୍ତାରବାଦୀ ନୀତି ବିଷୟରେ ସାରା ଦୁନିଆ ପରିଚିତ ହୋଇ ସାରିଛି । ବର୍ତ୍ତମାନ ଡ୍ରେଗନ୍ ପଡ଼ୋଶୀ ଦେଶରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ପ୍ରଥମେ କରଜର ବୋଝ ତଳେ ତାକୁ ଦବାଇ ଦେଇଥାଏ ଏବଂ ପରେ ତା’ଉପରେ ନିଜର ଇଚ୍ଛା ଅନୁଯାୟୀ ହୁକୁମ୍ ଚଲାଇଥାଏ । ଏପରିକି ଚୀନ୍ କାରିବିଆନ୍ ଦେଶ ବାରବାଡୋସ ସହିତ ମଧ୍ୟ ନିଜର ଚାଲ୍ ଚଲାଇଛି । ନିଜ କରଜର ଜାଲରେ ଫସାଇ ଚୀନ୍ ଏହି ଦେଶକୁ ବର୍ତ୍ତମାନ ନିଜର ଆଖି ଦେଖାଉଛି । ଏହିପରି ଗରିବ ଏବଂ ଛୋଟ ଦ୍ବୀପକୁ ଚୀନର ବିସ୍ତାରବାଦୀ ନୀତିରେ ଫସୁଥିବାର ଦେଖି ବ୍ରିଟେନ୍ ମଧ୍ୟ ବୀଜିଙ୍ଗ ବିରୋଧରେ ଅବୋରଧ ସାଜିଛି । ପୁଣି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜୋନସନ୍ କୂଟନୀତିଜ୍ଞଙ୍କୁ ଚୀନର ବିସ୍ତାରବାଦ ନୀତି ବିରୋଧରେ ଅଭିଯାନ ଚଳାଇବା ବିଷୟରେ କହିଛନ୍ତି ।

ଖବର ଅନୁଯାୟୀ ବାରବାଡୋସ ଉପରେ ଚୀନର ପ୍ରଭାବ ବାରମ୍ବାର ବଢ଼ିବାରେ ଲାଗିଛି । ଏପରି କୁହାଯାଉଛି ଯେ ଏହି ଦେଶ ଚୀନର ବେଲ୍ଡ ଆଣ୍ଡ ରୋଡ୍ ପଦକ୍ଷେପରେ ସମ୍ମିଳିତ ଅଛି । ଯେଉଁ କାରଣରୁ ଏପରି ଗରିବ ଦେଶକୁ ବନ୍ଦରଗାହ ଏବଂ ହାଇ ସ୍ପୀଡ଼ ରେଳ ଲାଇନ ଭଳି ଆଧାରିକ ସଂରଚନା ପ୍ରୋଜେକ୍ଟର ନିର୍ମାଣ ପାଇଁ ପ୍ରଥମେ ଚୀନ୍ ତାକୁ ଲୋଭ ଦେଇ ବଡ଼ ଆକାରର କରଜ ଦେଇଛି । କିନ୍ତୁ ଯେତେବେଳେ ଏହି ବଡ଼ ଆକାରର ରାଶିକୁ ଦେଶ ସୁଝି ପାରେନାହିଁ ସେତେବେଳେ ଚୀନ୍ ନିଜର ବିସ୍ତାରବାଦ ନୀତିକୁ ହାତ କରି ଏହି ପ୍ରୋଜେକ୍ଟ ଗୁଡ଼ିକୁ ଅକ୍ତିଆର କରିନିଏ । ଏପରିକି ଗରୀବ ଦେଶକୁ ସର୍ତ୍ତ ମାନିବାକୁ ବାଧ୍ୟ ମଧ୍ୟ କରିଥାଏ । ଚୀନର ଏହି ରୂପ ଶ୍ରୀଲଙ୍କା ଠାରୁ ଆରମ୍ଭ କରି ମାଲଦ୍ବୀପ ଭଳି ଏସୀୟ ଦେଶରେ ଦେଖିବାକୁ ମିଳିସାରିଛି । ଏସବୁ ମଧ୍ୟରେ ବୋରିସ୍ ଜୋନସନ୍ ନିଜର ସଂପ୍ରତ୍ତି ବୟାନରେ ଏହି ସମ୍ଭାବନା ବ୍ୟକ୍ତ କରିଛନ୍ତି ଯେ, ମହାମାରୀର ଏପରି ଭୟାବହ ସ୍ଥିତିରେ ଆର୍ଥିକ ସଙ୍କଟ ଦ୍ଵାରା ପୀଡ଼ିତ ହେଉଥିବା କେତେକ ଦେଶ ଚୀନର ଏପରି ଚାଲର ଶିକାର ହେବେ ।

ଆପଣଙ୍କୁ କହି ରଖୁଛୁ ଯେ ଏହା ସେହି ବୋରଡୋସ୍ ଅଟେ ଯାହା ୧୯୬୬ରେ ବ୍ରିଟେନ୍ ଠାରୁ ଆଜାଦ୍ ହୋଇଥିଲା । ଗତ କିଛି ଦିନ ହେବ ଏହି ଦେଶ ଏହି ଘୋଷଣା କରିଛି ଯେ ୨୦୨୧ ରେ ଲୋକତନ୍ତ୍ରର ସ୍ଥାପନା କରାଯିବ । ଏହାସହିତ ହିଁ ଗଭର୍ଣ୍ଣର ଜେନେରାଲ ଡେମ୍ ସାଣ୍ଡ୍ରା ମାସନ ନିଜର ଭାଷଣରେ କହିଛନ୍ତି ଯେ, ଔପନିବେସିକ କାଳକୁ ସବୁଦିନ ପାଇଁ ପଛରେ ଛାଡ଼ିବାର ସମୟ ଆସିଯାଇଛି, ଏବଂ ବାରବାଡୋସରେ ରହୁଥିବା ଲୋକ ମଧ୍ୟ ଗୋଟିଏ ବାରବାଡିୟନ ରାଜ୍ୟ ପ୍ରମୁଖ ଚାହାନ୍ତି । ଏହି କଥାକୁ ନେଇ ଆମେରିକା ଏବଂ ବ୍ରିଟେନ୍ ଏକ ଜରୁରୀ ରିପୋର୍ଟ ସେୟାର କରି କହିଛି ଯେ, କିପରି ଏପରି କଥା ପାଇଁ ବାରବାଡୋସ ସହିତ ପ୍ରଭାବ ପକାଇବାର ଖେଳ ଖେଳୁଛି । ଏହି ସମ୍ବନ୍ଧରେ ଆଲୋଚନା କରି ବିଦେଶ ସମ୍ବନ୍ଧୀୟ ସମିତିର ଚେୟାରମେନ୍ ଟୋମ୍ ଟୁଙ୍ଗେନଧତ କହିଛନ୍ତି ଯେ, ଏପରି ବ୍ୟାଖ୍ୟାରୁ ଏହି କଥାର ଅନୁମାନ କରାଯାଇପାରିବ ଯେ ଚୀନ୍ କିପରି ଅନ୍ୟ ଦେଶକୁ ନିଜର କରଜ ନୀତି ତଳେ ଦବାଇ ତା’ଉପରେ ନିଜର ହୁକୁମ୍ ଚଳାଇ ଥାଏ ।

କିନ୍ତୁ ମିଡିଆ ଖବର ଅନୁଯାୟୀ ଚୀନର ଲକ୍ଷ ଏହା ଯେ, ବାରବାଡୋସ, ବ୍ରିଟେନ ଠାରୁ ନିଜର ସବୁ ପ୍ରକାରର ସମ୍ପର୍କକୁ ଛିନ୍ନ କରିଦେଉ ଏବଂ ପୁଣି ନିଜର ପସନ୍ଦର ବ୍ୟକ୍ତିକୁ ଗାଦିରେ ବସାଇ ନିଜେ ପୁରା ଶାସନ ଦାୟିତ୍ୱ ନେଉ । କିନ୍ତୁ ଏସବୁ ମଧ୍ୟରେ ଚାରି ପାଖରୁ ଘେରି ଯାଇଥିବା ଚୀନକୁ ନେଇ ଏପରି ଆଶଙ୍କା କରାଯାଉଛି ଯେ ବ୍ରିଟେନ୍ ସହିତ ମୁଁହାମୁହିଁ ହେବା ଚୀନକୁ ଭାରି ପଡ଼ିପାରେ । କାରଣ ଆମେରିକା ଅନେକ ସମୟରୁ ଚୀନ୍ ବିରୋଧରେ କହିଆସୁଛି ଏବଂ ଏହିପରି ଚୀନ୍ ସହିତ ଭାରତର ବିବାଦ ମଧ୍ୟ ଜାରି ଅଛି ।

Be the first to comment

Leave a Reply

Your email address will not be published.


*