ବର୍ତ୍ତମାନ ଗୋଟିଏ “ଫୋନ୍ କଲ୍”ରେ ଘରେ ବସିବସି ମିଳିବ ସମସ୍ତ ପ୍ରକାରର ପ୍ରମାଣପତ୍ର ! ସରକାର ଜାରି କଲେ ଏହି ନମ୍ବର…

ବର୍ତ୍ତମାନ ଗୋଟିଏ “ଫୋନ୍ କଲ୍”ରେ ଘରେ ବସିବସି ମିଳିବ ସମସ୍ତ ପ୍ରକାରର ପ୍ରମାଣପତ୍ର ! ସରକାର ଜାରି କଲେ ଏହି ନମ୍ବର…

ମୂଳନିବାସ, ଜାତି ଏବଂ ଆୟର ପ୍ରମାଣପତ୍ର ତିଆରି କରିବା ଏତେ ସହଜ ନୁହେଁ । ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟର ଚକ୍କର୍ ଲଗାଇବାକୁ ପଡ଼ିଥାଏ । କିନ୍ତୁ ବର୍ତ୍ତମାନ ମଧ୍ୟପ୍ରଦେଶ ସରକାର ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ବଡ଼ ସୁବିଧା ପ୍ରଦାନ କରିଛନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଛାତ୍ରଛାତ୍ରୀ ମାନଙ୍କୁ ଜାତି ଏବଂ ଆୟର ପ୍ରମାଣପତ୍ର ବାହାର ତିଆରିପାଇଁ ସରକାରୀ କାର୍ଯ୍ୟାଳୟର ଚକ୍କର୍ ଲଗାଇବା ପରିବର୍ତ୍ତେ କେବଳ ଗୋଟିଏ ନମ୍ବରକୁ ଫୋନ୍ କରିବାକୁ ହେବ । ଯାହାପରେ ଏହି ସମସ୍ତ ପ୍ରମାଣପତ୍ର ଛାତ୍ରଛାତ୍ରୀ ମାନଙ୍କର ହ୍ଵାଟ୍ସଆପକୁ ଆସିଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ୍ ନମ୍ବର ୧୮୧ରେ ଫୋନ୍ କରିବାକୁ ହେବ ।

କେବଳ ଆଧାର ନମ୍ବର ମଗାଯିବ:-

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏହି ସୁବିଧା ପ୍ରଦାନ କରିଛନ୍ତି । ଏହି ଯୋଜନା ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବରଦାନ ପ୍ରମାଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପ୍ରତିଦିନ ଜାତି, ମୂଳ ନିବାସ ଏବଂ ଆୟର ପ୍ରମାଣପତ୍ର ତିଆରି କରିବାପାଇଁ ହଜାର ହଜାର ସଂଖ୍ୟାରେ ଆବେଦନ କରୁଥିଲେ । କିନ୍ତୁ ବର୍ତ୍ତମାନ ଗୋଟିଏ ‘ଫୋନ୍ କଲ୍’ରେ ଜାତି ଏବଂ ଆୟର ପ୍ରମାଣପତ୍ର ମିଳିଯିବ । ଏଥିପାଇଁ ଆବେଦନକାରୀଙ୍କୁ ୧୮୧ ନମ୍ବରରେ ଫୋନ୍ କରି ନିଜର ଆଧାରକାର୍ଡ ନମ୍ବର କହିବାକୁ ପଡିବ । ଏହାପରେ ଗୋଟିଏ ଦିନରେ ହ୍ଵାଟ୍ସଆପ୍ ନମ୍ବରରେ ପ୍ରମାଣପତ୍ର ମିଳିଯିବ । କହିରଖୁଛୁ ଯେ, ହ୍ଵାଟ୍ସଆପରେ ଜାତି ଏବଂ ଆୟ ପ୍ରମାଣପତ୍ର ଦେଉଥିବା ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀଙ୍କର ଅନ୍ୟ ଘୋଷଣା:-

୧) ଗୁଆଲୀୟର ଠାରେ ଅଟଳ ବିହାରୀ ବାଜପେୟୀଙ୍କର ସ୍ମୃତିରେ ଗୋଟିଏ ଭବ୍ୟ ଅଟଳ ସ୍ମାରକ ନିର୍ମାଣ କରାଯିବ । ଏଥିପାଇଁ ଗୁଆଲୀୟରରେ ୧୦ ଏକର ଜମିକୁ ଚିହ୍ନଟ କରାଯାଇଛି । କହିରଖୁଛୁ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମ ମଧ୍ୟପ୍ରଦେଶର ଗୁଆଲୀୟରରେ ହୋଇଥିଲା ।

୨) ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ସରକାରୀ କାମର ଆରମ୍ଭ ବର୍ତ୍ତମାନ କନ୍ୟା ପୂଜନ ପରେହେବ ଅର୍ଥାତ ସରକାରୀ କାର୍ଯ୍ୟାଳୟରେ ନୂତନ କାମ କନ୍ୟାପୂଜନ ପରେ ଆରମ୍ଭ କରାଯିବ ।

୩) ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ରାଜ୍ୟର କୃଷକ ମାନଙ୍କ ପାଇଁ ଏକ କୃଷକ ଆପ୍ ମଧ୍ୟ ଲଞ୍ଚ କରିଛନ୍ତି, ଯାହା ସାହାଯ୍ୟରେ ପ୍ରତ୍ୟେକ କାମ ବର୍ତ୍ତମାନ ଅନଲାଇନରେ ହୋଇଯିବ । ଏଥିପାଇଁ ବର୍ତ୍ତମାନ କୃଷକ ମାନଙ୍କୁ ସରକାରୀ କାର୍ଯ୍ୟାଳୟର ଚକ୍କର୍ ଲଗାଇବାକୁ ପଡିବ ନାହିଁ । ଆହୁରିମଧ୍ୟ ତହସିଲଦାର କୃଷକ ମାନଙ୍କୁ ନାମାନ୍ତରଣର ସୂଚନା ମଧ୍ୟ ଏସଏମଏସ୍ ମାଧ୍ୟମରେ ପ୍ରଦାନ କରିବେ ଅର୍ଥାତ ସେମାନଙ୍କୁ କାର୍ଯ୍ୟାଳୟ ଆସିବାର ଆବଶ୍ୟକତା ପଡିବ ନାହିଁ । କୃଷକ ମାନଙ୍କୁ ଏହି ସୁବିଧା ୧ ଏପ୍ରିଲ ୨୦୨୧ ଠାରୁ ମିଳିବ ।

୪) କୃଷକ ମାନଙ୍କୁ ଜମିର ବିଭାଜନ ପାଇଁ ମଧ୍ୟ ଚକ୍କର୍ ଲଗାଇବାକୁ ପଡିବ ନାହିଁ । କୃଷକ ଆଫ୍ ମାଧ୍ୟମରେ ଜମି ବିଭାଜନ ପାଇଁ ଅନଲାଇନ୍ ଆବେଦନ କରିପାରିବେ ଏବଂ ତାହାର ମୂଲ୍ୟ ମଧ୍ୟ ପ୍ରଦାନ କରିପାରିବେ ।

Leave a Reply

Your email address will not be published. Required fields are marked *