ଶୁକ୍ରାଚାର୍ଯ୍ୟଙ୍କ ଦ୍ଵାରା କୁହାଯାଇଥିବା ଏହି ଚାରୋଟି କଥାକୁ ପାଳନ କଲେ, ସଫଳତା ଆପଣଙ୍କ ପାଦ ଛୁଇଁବ…

ଆପଣ ସମସ୍ତେ ଶୁକ୍ରାଚାର୍ଯ୍ୟଙ୍କ ବିଷୟରେ ଜାଣିଥିବେ ! ବୃହସ୍ପତି ଦେବତାଙ୍କ ଗୁରୁ ଅଟନ୍ତି ଏବଂ ଶୁକ୍ରାଚାର୍ଯ୍ୟ ଦାନବଙ୍କ ଗୁରୁ ଅଟନ୍ତି । ଏ ଦୁହେଁ ଭଗବାନ ବ୍ରହ୍ମାଙ୍କ ବଂଶଜ ଅଟନ୍ତି । କହିବାକୁ ଗଲେ ଦାନବମାନେ ସର୍ବଦା ସାଧାରଣ ଜନତାଙ୍କୁ ନିର୍ଯ୍ୟାତନା କରୁଥିଲେ ଓ ସେମାନଙ୍କ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି କରୁଥିଲେ । ସବୁ ସ୍ଥାନରେ ତାଙ୍କର ଆତଙ୍କ ରହୁଥିଲା କିନ୍ତୁ ଦାନବଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଜଣେ ଉତ୍ତମ ଗୁରୁ ଥିଲେ । ସେ ଏକ ନୀତି ଗ୍ରନ୍ଥ ମଧ୍ୟ ରଚନା କରିଥିଲେ । ଯେଉଁ ଗ୍ରନ୍ଥର ନାମ “ଶୁକ୍ର ନୀତି” ଅଟେ । ଶୁକ୍ରାଚର୍ଯ୍ୟଙ୍କ ଦ୍ଵାରା ରଚିତ ଏହି ଗ୍ରନ୍ଥରେ ଏପରି ଅନେକ କଥା ଲେଖାଯାଇଛି, ଯାହାକୁ ଯଦି ଆପଣ ନିଜ ଜୀବନରେ ଆପଣେଇବେ; ତେବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ । ଏହିସବୁ କଥାକୁ ନିଜ ଜୀବନରେ ଆପଣେଇ ବ୍ୟକ୍ତି ନିଜ ଜୀବନକୁ ସୁଖମୟ କରିପାରିବ । ଆଜି ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଶୁକ୍ରାଚାର୍ଯ୍ୟଙ୍କ ଦ୍ଵାରା ଉଲ୍ଲେଖ ଏହି ଚାରୋଟି କଥା ବିଷୟରେ ସୂଚାଇବୁ ଯଦି ଆପଣ ଏହି ସବୁ କଥାଗୁଡିକୁ ଧ୍ୟାନ ରଖିବେ; ତେବେ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳି ଯିବ ।

Google

ଆସନ୍ତୁ ଜାଣିବା ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା ବର୍ଣ୍ଣିତ ଏହି ଚାରୋଟି କଥା କଣ ଅଟେ :

ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ ବ୍ୟକ୍ତିଙ୍କୁ ନିଜ ଜୀବନରେ କାହା ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରିବା ଉଚିତ ନୁହେଁ । କାରଣ ମନୁଷ୍ୟ ଜାତି କେବେ କାହା ସହ ବିଶ୍ୱାସଘାତକତା କରିବ; ତାହା କହି ହେବ ନାହିଁ । ଏଥିପାଇଁ ସର୍ବଦା ବ୍ୟକ୍ତିଙ୍କୁ ନିଜ ଉପରେ ବିଶ୍ୱାସ ରଖିବା ଉଚିତ ଏବଂ ଅନ୍ୟ ଲୋକଙ୍କ ଉପରେ ଯଥାଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ ।

ଗୁରୁ ଶୁକ୍ରାଚାର୍ଯ୍ୟ ନିଜର ନୀତି ଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି ଯେ, ମନୁଷ୍ୟକୁ ଜୀବନରେ ଭୁଲରେ ମଧ୍ୟ କେବେ ଅନ୍ନର ଅପମାନ କରିବା ଉଚିତ ନୁହେଁ । କାରଣ ଅନ୍ନ ଯୋଗୁଁ ହିଁ ଆମେ ଜୀବିତ ରହୁ ଓ ଅନ୍ନ ପାଇଁ ମନୁଷ୍ୟ ଶକ୍ତି ପ୍ରାପ୍ତ କରେ । ତେଣୁ ଭୁଲ ବଶତଃ ଅନ୍ନର ଅପମାନ କରିବା ଉଚିତ ନୁହେଁ ।

Google

ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ, ବ୍ୟକ୍ତିଙ୍କୁ ନିଜ ଜୀବନରେ ସମସ୍ତ କାର୍ଯ୍ୟ ତୁରନ୍ତ ସମ୍ପାଦନ କରିଦେବା ଉଚିତ ଓ ଆସନ୍ତା କାଲି ବିଷୟରେ ଚିନ୍ତା କରିବା ଉଚିତ କିନ୍ତୁ କୌଣସି କାର୍ଯ୍ୟକୁ କାଲି ପାଇଁ ଛାଡ଼ିଦେବା ଅର୍ଥାତ ଏଠାରେ ଗୁରୁ ଶୁକ୍ରାଚାର୍ଯ୍ୟ କହିବା ଅନୁସାରେ ଯେଉଁ କାର୍ଯ୍ୟ ଆପଣଙ୍କ ପାଖରେ ଅଛି ତାକୁ ଆପଣ ଆଜି ହିଁ ସମାପ୍ତ କରିଦିଅନ୍ତୁ ଏବଂ ନିଜ ଜୀବନରେ କେବେ ହେଲେ ଆଳସ୍ୟ କରନ୍ତୁ ନାହିଁ । କାରଣ ଯେଉଁ ମନୁଷ୍ୟ ନିଜ ଜୀବନରେ ଆଳସ୍ୟ କରନ୍ତି ଓ କାର୍ଯ୍ୟକୁ ଆସନ୍ତା କାଲି ପାଇଁ ରଖନ୍ତି, ସେମାନେ ନିଜ ଜୀବନରେ କେବେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ ।

newstrend

ଗୁରୁ ଶୁକ୍ରାଚାର୍ଯ୍ୟଙ୍କ କହିବା ଅନୁଯାୟୀ, ବ୍ୟକ୍ତି ନିଜ ଜୀବନରେ ବିନା ଚିନ୍ତାରେ ଅନ୍ୟ କୌଣସି ବ୍ୟକ୍ତିକୁ ନିଜ ବନ୍ଧୁ ଭାବେ ଗ୍ରହଣ କରିବା ଉଚିତ ନୁହେଁ । କାରଣ ଯେଉଁ ବ୍ୟକ୍ତି ସହିତ ଆପଣ ମିତ୍ରତା ସ୍ଥାପନ କରିବା ପାଇଁ ଚାହଁନ୍ତି, ବୋଧହୁଏ ସେ ଆପଣଙ୍କ ଶତ୍ରୁ ହୋଇଥିବ ଓ ଛଳନାରେ ଆପଣଙ୍କ ସହ ମିତ୍ରତା ସ୍ଥାପନ କରିଥିବା । ଯାହାଫଳରେ ଆପଣଙ୍କୁ ଆଗାମୀ ସମୟରେ ଏହାର ଅଶେଷ କ୍ଷତି ଭୋଗିବାକୁ ପଡିବ । ଏଥିପାଇଁ ଆପଣ ଏହି କଥାକୁ ଧ୍ୟାନ ରଖନ୍ତୁ ।

ଉପରୋକ୍ତ ସମସ୍ତ କଥା ଆମେ ଆପଣଙ୍କୁ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ନୀତିଶାସ୍ତ୍ର ଅନୁଯାୟୀ ବାଖ୍ୟା କରିଛୁ । ଅଧିକାଂଶ ସମୟରେ ବ୍ୟକ୍ତି କିଛି ନବୁଝି ନଶୁଝି ଅନେକ ଭୁଲ୍ କରିବସନ୍ତି । ଯେଉଁଥି କାରଣରୁ ଆଗାମୀ ସମୟରେ ତାଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହୋଇଥାନ୍ତି । ଯଦି ବ୍ୟକ୍ତି ଏହି ଚାରୋଟି କଥାକୁ ନିଜ ଧ୍ୟାନରେ ରଖିବ, ତେବେ ବ୍ୟକ୍ତି ନିଜ ଜୀବନରେ କଦାପି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ଏବଂ ସବୁବେଳେ ସଫଳତା ମାର୍ଗରେ ହିଁ ଗତି କରିବ ।

Be the first to comment

Leave a Reply

Your email address will not be published.


*