ଉଚ୍ଚ ସେଣ୍ଡଲ୍ ପିନ୍ଧୁଥିବା ଝିଅମାନେ ଧ୍ୟାନ ଦିଅନ୍ତୁ, ଆପଣ ଏହି ୪ଟି ଗମ୍ଭୀର ରୋଗକୁ କରୁଛନ୍ତି ଆମନ୍ତ୍ରଣ !

ଉଚ୍ଚ ସେଣ୍ଡଲ୍ ପିନ୍ଧୁଥିବା ଝିଅମାନେ ଧ୍ୟାନ ଦିଅନ୍ତୁ, ଆପଣ ଏହି ୪ଟି ଗମ୍ଭୀର ରୋଗକୁ କରୁଛନ୍ତି ଆମନ୍ତ୍ରଣ !

ଆଜିକାର ଝିଅମାନଙ୍କୁ ଫ୍ୟାଶନ୍ ନାମରେ ହାଇ ହିଲ୍ସ ପିନ୍ଧିବା ବହୁତ ପସନ୍ଦ । ଏହାକୁ ପିନ୍ଧିବା ଝିଅଙ୍କ ସୁନ୍ଦରତାକୁ ଆହୁରି ବଢ଼ାଇ ଦିଏ, କିନ୍ତୁ କଣ ଆପଣ ଜାଣନ୍ତି ଯେ ଏହି ହାଇ ହିଲ୍ସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ । ସୁନ୍ଦର ଦେଖାଯିବା ଅର୍ଥ ଏହା ନୁହେଁ ଯେ ଆପଣ ନିଜ ସ୍ୱାସ୍ଥ୍ୟ ସହିତ ବୁଝାମଣା କରିବେ । ଆପଣଙ୍କୁ ସେହି ଜିନିଷ ଅଧିକ ପିନ୍ଧିବା ଉଚିତ ଯେଉଁଥିରେ ଆପଣ ଆରାମ ଦାୟକ ଅନୁଭବ କରିବେ ।

ଖୁବ୍ କମ୍ ଝିଅମାନେ ଜାଣନ୍ତି ଯେ ଅଧିକ ହାଇ ହିଲ୍ସ ପିନ୍ଧିବା ଫଳରେ ସେ ଶରୀରରେ ଅନେକଗୁଡ଼ିଏ ରୋଗକୁ ଆମନ୍ତ୍ରଣ କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ହାଇ ହିଲ୍ସ ପିନ୍ଧିବା ଯୋଗୁଁ ହେଉଥିବା ରୋଗ ବିଷୟରେ ବିସ୍ତାର ପୂର୍ବକ ଜଣାଇଦେଉଛୁ ।

୧. ହାଇ ହିଲ୍ସ ପିନ୍ଧିବା ଫଳରେ ଆପଣଙ୍କ ପିଠି ଓ ଅଣ୍ଟା ବ୍ୟଥା ବୃଦ୍ଧି ପାଏ । ଏହାକୁ ପିନ୍ଧିବା ପରେ ପାଦର ନିୟନ୍ତ୍ରଣ ରଖିବା ପାଇଁ ସଂଘର୍ଷ କରନ୍ତି । ଏଥିରୁ ମାଂସପେଶୀରେ ଚିନ୍ତା ବୃଦ୍ଧି ପାଏ । ଏଥିସହିତ ଗୋଇଠି, ଆଣ୍ଠୁ, ମେରୁଦଣ୍ଡ ଓ ପିଚା ଉପରେ ଅତିରିକ୍ତ ଚାପ ପଡ଼େ । ଏହା ଭବିଷ୍ୟତରେ ଆପଣଙ୍କୁ ସ୍ପାଇନ୍ ଓ ସର୍ବାଇକଲ୍ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବୃଦ୍ଧି କରେ ।

୨. ଯେବେ ଆପଣ ହାଇ ହିଲ୍ଶ ପିନ୍ଧନ୍ତି ତେବେ ଆପଣଙ୍କ ପାଦ ସାମାନ୍ୟ ଆକୃତିରେ ରହେ ନାହିଁ । ଏହା ଟିକିଏ ତେଢ଼ା ହୋଇଯାଏ । ଏଥିରୁ ଆପଣଙ୍କ ଶରୀରର ସମସ୍ତ ଚାପ ପାଦର ମାଂସପେଶୀ ଉପରେ ଆସେ । ଏହା ମାଂସପେଶୀରେ ଟାଣି ହୁଏ ଯାହା ଫଳରେ ପଞ୍ଝା ଉପର ଅଂଶ (ପିଣ୍ଡଲି)ରେ ଯନ୍ତ୍ରଣା ହେବାକୁ ଲାଗେ । ଏଥିପାଇଁ ଅଧିକ ସମୟ ଧରି ହାଇ ହିଲ୍ସ ପିନ୍ଧନ୍ତୁ ନାହିଁ ।

୩. ଯେତେବେଳେ ଆମେ ଅଧିକ ସମୟ ପର୍ଯ୍ୟନ୍ତ ହାଇ ହିଲ୍ସ ପିନ୍ଧୁ ତେବେ ଶରୀରର ମାଂସପେଶୀ ଟାଣି ହୁଏ । ଏହା ଫଳରେ ଅସ୍ଥିକୁ ଯୋଡୁ ଥିବା ଟିସୁ ଫୁଲିବାକୁ ଲାଗେ । ହାୱାର୍ଡ ୟୁନିଭର୍ସସିଟିର ଏକ ରିସର୍ଚ୍ଚ ଅନୁଯାୟୀ ଚାରିରୁ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ହାଇ ହିଲ୍ସ ପିନ୍ଧିବା ଫଳରେ ଆଣ୍ଠୁ ବ୍ୟଥା ଭଳି ଗମ୍ଭୀର ଆଷ୍ଟିଓଅର୍ଥରାଇଟିସ୍ ହୋଇପାରେ ।

୪. ୱାଶିଂଟନ୍ ପୋଷ୍ଟରେ ଛପା ଯାଇଥିବା ଖବର ଓ ବିଶେଷଜ୍ଞ ମାନଙ୍କ ଅନୁଯାୟୀ ପ୍ରତିଦିନ ଅଧିକ ସମୟ ପର୍ଯ୍ୟନ୍ତ ହାଇ ହିଲ୍ସ ପିନ୍ଧିବା ଫଳରେ ଅଣ୍ଟା ବ୍ୟଥା, ପିଞ୍ଜରା ହାଡ଼ ଓ ପିଚା ଉପରେ ଅଧିକ ଚାପ ପଡ଼ିବାକୁ ଲାଗେ । ସେପଟେ ଗୋଇଠିରେ ଫାଟ ଏବଂ ଅସ୍ଥି ଭାଙ୍ଗିବା ମଧ୍ୟ ବୃଦ୍ଧି ପାଏ । ଏଥିପାଇଁ ହାଇ ହିଲ୍ସ ପରିବର୍ତ୍ତେ ଅନ୍ୟ ଆରାମଦାୟକ ଫ୍ଲେଟ୍ ଫୁଟ୍ ୱେର୍ ପିନ୍ଧିବା ଉଚିତ ।

ଆଶା କରୁଛୁ ଯେ ଆପଣଙ୍କୁ ଏହିସବୁ ସୂଚନା ଭଲ ଲାଗିଥିବ । କୃପା କରି ହାଇ ହିଲ୍ସ ପିନ୍ଧୁଥିବା ଝିଅମାନଙ୍କ ସହିତ ଏହା ନିଶ୍ଚିତ ଭାବେ ସେୟାର୍ କରନ୍ତୁ ।

Leave a Reply

Your email address will not be published. Required fields are marked *