ସୈଫ ଅଲୀ ଖାନ୍ ନୁହଁ ବରଂ ଏହି ବିବାହିତ ଅଭିନେତା ଥିଲେ କରୀନାଙ୍କ ପ୍ରଥମ ପସନ୍ଦ ! ଅନେକ ବର୍ଷ ପର୍ଯ୍ୟନ୍ତ କରିଥିଲେ ଡେଟ କିନ୍ତୁ…

ସୈଫ ଅଲୀ ଖାନ୍ ନୁହଁ ବରଂ ଏହି ବିବାହିତ ଅଭିନେତା ଥିଲେ କରୀନାଙ୍କ ପ୍ରଥମ ପସନ୍ଦ ! ଅନେକ ବର୍ଷ ପର୍ଯ୍ୟନ୍ତ କରିଥିଲେ ଡେଟ କିନ୍ତୁ…

କରୀନା କପୂର ଏବଂ ସୈଫ ଅଲୀ ଖାନଙ୍କୁ ବଲିଉଡ଼ର ସବୁଠାରୁ ପ୍ରସିଦ୍ଧ ଯୋଡ଼ି ବୋଲି କୁହାଯାଏ । କରୀନା କପୂର ଏବଂ ସୈଫ ଅଲୀ ଖାନଙ୍କ ମଧ୍ୟରେ ଅନେକ ବର୍ଷ ପର୍ଯ୍ୟନ୍ତ ଅଫେୟାର ଚାଲିଥିଲା ଏବଂ ପରେ ସେମାନେ ବିବାହ କରିଥିଲେ । କରୀନା କପୂର ଏବଂ ସୈଫ ଅଲୀ ଖାନଙ୍କ ବୟସରେ ଅଧିକ ଅନ୍ତର ଥିଲା ଏବଂ ସେ ସୈଫଙ୍କ ଠାରୁ ୧୦ ବର୍ଷର ସାନ ଥିଲେ । କେବଳ ସେତିକି ନୁହେଁ କରୀନା ସୈଫ ଅଲୀଙ୍କର ଦ୍ଵିତୀୟ ପତ୍ନୀ ମଧ୍ୟ ଅଟନ୍ତି । ସୈଫଙ୍କୁ ବିବାହ କରିବା ପୂର୍ବରୁ କରୀନା ଜଣେ ବିବାହିତ ହିରୋଙ୍କୁ ଡେଟ୍ କରିଥିଲେ ।

ଯେତେବେଳେ କରୀନା ବିବାହିତ ବ୍ୟକ୍ତିଙ୍କୁ ଡେଟ୍ କରିବେନି ବୋଲି କହିଥିଲେ :-

newstrend

ଥରେ କରୀନା କପୂରଙ୍କୁ ଯେତେବେଳେ ବିବାହକୁ ନେଇ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ଯେ ମୁଁ କୌଣସି ବିବାହିତ ପୁରୁଷଙ୍କ ସହିତ ସମ୍ପର୍କ ରଖି ପାରିବି ନାହିଁ କିନ୍ତୁ କରୀନା ହ୍ରୀତିକ୍ ରୋଶନଙ୍କୁ ଡେଟ୍ କରିଥିଲେ, ଯିଏ ବିବାହିତ ଥିଲେ । କୁହାଯାଏ ଯେ ୨୦୦୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ ମେ ପ୍ରେମ୍ କୀ ଦିୱାନୀ ହୁଁ ‘ ଚାଲିଥିବା ସମୟରେ କରୀନା ଏବଂ ହ୍ରୀତିକଙ୍କ ମଧ୍ୟରେ ଅଫେୟାର ଆରମ୍ଭ ହୋଇଥିଲା ।

newstrend

କିନ୍ତୁ ହ୍ରୀତିକ୍ ବିବାହିତ ଥିଲେ । ଏଥିପାଇଁ ସେ ଏହି ସମ୍ବନ୍ଧରେ ଆଗକୁ ବଢ଼ିନଥିଲେ । ତା’ପରେ କରୀନା ଶାହୀଦ କପୂରଙ୍କୁ ଡେଟ୍ କରିବା ଆରମ୍ଭ କରି ଦେଇଥିଲେ କିନ୍ତୁ ଏହି ସମ୍ପର୍କ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ଚାଲିନଥିଲା । ଶାହୀଦଙ୍କ ଠାରୁ ଅଲଗା ହେବାପରେ କରୀନା ସୈଫ ଅଲୀଙ୍କୁ ପସନ୍ଦ କରିଥିଲେ, ଯିଏକି ଛାଡ଼ପତ୍ରପ୍ରାପ୍ତ ଥିଲେ ।

newstrend

ଅମୃତା ସିଂହଙ୍କୁ ବିବାହ କରିଥିଲେ :-

newstrend

କରୀନା କପୂରଙ୍କ ପୂର୍ବରୁ ସୈଫ ଅଲୀ ଖାନ୍ ଅମୃତା ସିଂହଙ୍କୁ ବିବାହ କରିଥିଲେ । ଅମୃତା ସିଂହ ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଏବଂ ସେ ଅନେକ ହିଟ୍ ଫିଲ୍ମରେ ମଧ୍ୟ କାମ କରିଥିଲେ । ଅମୃତା ସିଂହ ଖୁବ୍ ସୁନ୍ଦର ଥିଲେ ଏବଂ ତାଙ୍କୁ ଦେଖିବା ପରେ ହିଁ ସୈଫ ଅଲୀ ଖାନ୍ ତାଙ୍କୁ ପସନ୍ଦ କରିଥିଲେ । ଅମୃତା ସିଂହ ସୈଫ ଅଲୀ ଖାନଙ୍କ ଠାରୁ ପ୍ରାୟ ୧୨ ବର୍ଷ ବଡ଼ ଥିଲେ । ବୟସରେ ଏତେ ପାର୍ଥକ୍ୟ ହେବା କାରଣରୁ ସୈଫ ଅଲୀ ଖାନଙ୍କ ପରିବାର ଲୋକମାନେ ଏହି ସମ୍ପର୍କରେ ଖୁସି ନଥିଲେ ।

google

ଏପରି କୁହାଯାଏ ଯେ ସୈଫ ଅଲୀ ଖାନ୍ ନିଜ ପରିବାର ବିରୋଧରେ ଯାଇ ଅମୃତା ସିଂହଙ୍କୁ ବିବାହ କରିଥିଲେ ଏବଂ ସେତେବେଳେ ସୈଫ ଅଲୀ ଖାନଙ୍କ ବୟସ ପ୍ରାୟ ୨୧ ବର୍ଷ ଥିଲା । ସେତେବେଳେ ସୈଫ ଅଲୀ ଖାନଙ୍କର ଦୁଇଟି ପିଲା ହୋଇଥିଲା । ଯେଉଁମାନଙ୍କ ନାମ ସାରା ଅଲୀ ଖାନ୍ ଏବଂ ଇବ୍ରାହିମ୍ ଅଲୀ ଖାନ୍ ।

୨୦୦୪ ମସିହାରେ ଛାଡ଼ପତ୍ର ଦେଇଥିଲେ :-

ଅମୃତା ସିଂହ ଏବଂ ସୈଫ ଅଲୀ ଖାନଙ୍କ ବିବାହ ୧୯୯୧ ମସିହାରେ ହୋଇଥିଲା ଏବଂ ୨୦୦୪ରେ ସେମାନେ ଅଲଗା ହୋଇଯାଇଥିଲେ । ଏହାପରେ ସୈଫ ଅଲୀ ଖାନ୍ ଅନେକ ଝିଅଙ୍କୁ ଡେଟ୍ ମଧ୍ୟ କରିଥିଲେ । ଅନ୍ୟ ପକ୍ଷରେ କରୀନା ଶାହୀଦ କପୂରଙ୍କୁ ଡେଟ୍ କରୁଥିଲେ । ଶାହୀଦ ଏବଂ କରୀନାଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରାଯାଉଥିଲା । କିନ୍ତୁ କିଛି ବର୍ଷ ପରେ ସେମାନେ ମଧ୍ୟ ଅଲଗା ହୋଇଯାଇଥିଲେ ।

newstrend

ତାପରେ କରୀନା କପୂରଙ୍କ ସାକ୍ଷାତ ସୈଫ ଅଲୀ ଖାନଙ୍କ ସହିତ ହେଲା ଏବଂ ସୈଫ ଅଲୀ ଖାନ୍ କରୀନାଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିଥିଲେ । ୨୦୧୪ରେ ସେମାନେ ଦୁହେଁ ବିବାହ କରିଥିଲେ । ତାଙ୍କର ଏହି ବିବାହ ଖୁବ୍ ଚର୍ଚ୍ଚାର ବିଷୟ ହୋଇଥିଲା । କାରଣ ସେମାନେ କୋର୍ଟରେ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଅଛି ଯାହାର ନାମ ତୈମୁର ଅଲ୍ଲୀ ଖାନ୍ ଅଟେ । ତୈମୁରଙ୍କ ଜନ୍ମ ୨୦୧୬ରେ ହୋଇଥିଲା ଏବଂ ସେ ବର୍ତ୍ତମାନ ୬ ବର୍ଷର ହୋଇଗଲେଣି ଏବଂ ସେମାନେ ବର୍ତ୍ତମାନ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *