‘ପିରିୟଡ଼ସ୍’ର ଯନ୍ତ୍ରଣାରୁ ତୁରନ୍ତ ଆରାମ ପାଇବା ପାଇଁ ପେନକିଲର୍ ନୁହେଁ ! ବରଂ ଆପଣାନ୍ତୁ ଏହି ଘରୋଇ ଉପଚାର…

‘ପିରିୟଡ଼ସ୍’ର ଯନ୍ତ୍ରଣାରୁ ତୁରନ୍ତ ଆରାମ ପାଇବା ପାଇଁ ପେନକିଲର୍ ନୁହେଁ ! ବରଂ ଆପଣାନ୍ତୁ ଏହି ଘରୋଇ ଉପଚାର…

ମହିଳାଙ୍କୁ ପ୍ରତିମାସ ପିରିୟଡ଼ସ୍ କାରଣରୁ ପେଟ ଯନ୍ତ୍ରଣା ସହିତ ଆହୁରି ଅନ୍ୟାନ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏଠାରେ ଆମେ କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳି ପାରିବ ।

ଘରୋଇ ଉପଚାର :-

ମହିଳାଙ୍କର ପିରିୟଡ଼ସ୍ ଏକ ଏପରି ପ୍ରତିକ୍ରିୟା ଅଟେ ଯାହା ୧୨ ବର୍ଷ ବୟସରୁ ଆରମ୍ଭ ହୋଇ ୫୦ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ । ଏହା ପ୍ରତି ମାସ ୩ ରୁ ୭ ଦିନ ପର୍ଯ୍ୟନ୍ତ ହୋଇଥାଏ । ପ୍ରତ୍ୟେକ ଝିଅକୁ ପ୍ରତି ମାସ ପିରିୟଡ଼ସ୍ କାରଣରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

ମାସିକ ଧର୍ମ କାରଣରୁ ତଳି ପେଟରେ ଯନ୍ତ୍ରଣା ହେବାର କଷ୍ଟ ଦେଇ ମହିଳା ଗତି କରିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ପିରିୟଡ଼ସରେ ହେଉଥିବା ପେଟ ବ୍ୟଥାରୁ ବଞ୍ଚିବା ପାଇଁ କିଛି ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ପିରିୟଡ଼ସ୍ ସମୟରେ ଖାଦ୍ୟଭ୍ୟାସରେ କିସ୍-ମିସ୍, କେଶର ଏବଂ ଘିଅ ଭଳି ସାଧାରଣ ରୋଷେଇ ସାମଗ୍ରୀ ସହାୟତାରେ ପିରିୟଡ଼ସ୍ ଯନ୍ତ୍ରଣାରୁ ମୁକ୍ତି ମିଳି ପାରିବ ।

କିସ୍-ମିସ୍ ଏବଂ କେଶର ସହିତ କରନ୍ତୁ ଦିନର ଶୁଭାରମ୍ଭ :-

ଦୁଇ ଛୋଟ ପାତ୍ର ନିଅନ୍ତୁ । ଗୋଟିଏରେ କଳା କିସ୍-ମିସ୍ (୪-୫) ଏବଂ ଅନ୍ୟଟିରେ କେଶର (୧-୨) ଟି ନିଅନ୍ତୁ । ସକାଳୁ ଏହାର ସେବନ କରନ୍ତୁ । ଏହା ପିରିୟଡ଼ସ୍ କ୍ରେମ୍ପସ୍ ଏବଂ ଫୁଲିବା ସମସ୍ୟା ପାଇଁ ଭଲ ଅଟେ । ଏହା କୋଷ୍ଠକାଠିନ୍ୟ କୁ କମ୍ କରିବା ଏବଂ ‘ଆଇରନ୍’ର ଅଭାବ କୁ ପୁରା କରିବାରେ ସାହାଯ୍ୟ କରି ପାରେ ।

ମହିଳା ମାନେ ‘ପେନକିଲର୍’ର ସାହାରା ନିଅନ୍ତି :-

ପିରିୟଡ଼ସରେ ସବୁ ମହିଳାଙ୍କୁ ଅନେକ ଅଲଗା ଅଲଗା ପ୍ରକାରର ଶାରୀରିକ ଏବଂ ମାନସିକ ସମସ୍ୟା ଚିନ୍ତିତ କରିଥାଏ । କିନ୍ତୁ ସବୁଠାରୁ ସାମାନ୍ୟ ସମସ୍ୟା ହେଉଛି ପେଟର ତଳ ଅଂଶରେ ଅଧିକ ଯନ୍ତ୍ରଣା ଅନୁଭୂତ ହେବା । ଏଥିରୁ ଆରାମ ପାଇବା ପାଇଁ ମହିଳାମାନେ ‘ପେନକିଲର୍’ର ସାହାରା ନେଇଥାନ୍ତି । ଯାହାକି ଆଗାମୀ ସମୟରେ ଅନେକ କ୍ଷତି ପହଞ୍ଚାଇ ଥାଏ । ତେଣୁ ଯେତେ ସମ୍ଭବ କମ୍ ମହିଳାମାନେ ପେନକିଲର୍ ନିଅନ୍ତୁ ନାହିଁ ।

ଗରମ ପାଣି ବୋତଲ୍ କିମ୍ବା ହିଟିଙ୍ଗ ପେଡ୍ :-

ଆପଣ ହଟ୍ ୱାଟର୍ ବ୍ୟାଗ୍, ହିଟିଙ୍ଗ ପେଡ୍ କିମ୍ବା କାଚ ବୋତଲରେ ଗରମ ପାଣି ଭରି ପେଟ ଏବଂ ଅଣ୍ଟାର ତଳ ଭାଗରେ ପାଖାପାଖି ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ସେକ ଦିଅନ୍ତୁ । ଗରମ ପାଣିର ସେକ, ପିରିୟଡ଼ସ୍ ସମୟରେ ହେଉଥିବା ଯନ୍ତ୍ରଣାକୁ ଦୂର କରିବା ପାଇଁ ନେଉଥିବା ଔଷଧ ଭଳି କାମ କରିଥାଏ ।

ହେଙ୍ଗୁର ସେବନ :-

ଯଦି ଆପଣ ବି ପିରିୟଡ଼ସ୍ ସମୟରେ ପେଟ ଯନ୍ତ୍ରଣା ଏବଂ ଅନ୍ୟ ସମସ୍ୟା କାରଣରୁ ଚିନ୍ତିତ ହୋଇ ଯାଉଛନ୍ତି ତେବେ ହେଙ୍ଗୁର ସେବନ କରିବା ଉଚିତ୍ । ଏପରି ଆପଣଙ୍କୁ କେବଳ ପିରିୟଡ଼ସ୍ ସମୟରେ କରିବା ଆବଶ୍ୟକ ନୁହେଁ । ବରଂ ମାସ ସାରା ଏପରି କରିବା ଉଚିତ୍ । ଏହା ଏକ ଆୟୁର୍ବେଦିକ୍ ଉପାୟ ଅଟେ, ଯାହା ଆପଣଙ୍କ ପେଟର ତଳ ଭାଗର ମାଂସପେଶୀ କୁ ମଜବୁତ କରିଥାଏ । ସେଥିରେ ଯନ୍ତ୍ରଣା ସୃଷ୍ଟି କରୁଥିବା କାରଣକୁ ଦୂର କରିଥାଏ ।

ମେଥି ମଞ୍ଜି ମଧ୍ୟ ଲାଭଦାୟକ ହୋଇଥାଏ :-

ଆପଣଙ୍କ ପିରିୟଡ଼ସ୍ ସମୟ ପାଇଁ ଏହା କରିବା ଭଲ ହେବ ଯେ- ୧୨ ଘଣ୍ଟା ପୂର୍ବରୁ ମେଥିକୁ ପାଣିରେ ଭିଜାଇ ରଖନ୍ତୁ ଏବଂ ତାପରେ ମେଥିକୁ ଛାଣି ତାର ପାଣିକୁ ପିଇ ଦିଅନ୍ତୁ ।

ଅଧିକ ପାଣି ପିଅନ୍ତୁ :-

ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଜଳୀୟଅଂଶ ଠିକ୍ ଭାବରେ ରହେ । ବ୍ଲଟିଂରୁ ଆରାମ ପାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଯେ ପ୍ରଚୁର୍ ପରିମାଣରେ ପାଣି ପିଅନ୍ତୁ । ଏହାବ୍ୟତୀତ ଚା କିମ୍ବା କଫିର ସେବନ କରିବା ମଧ୍ୟ ଲାଭଦାୟକ ହୋଇଥାଏ ।

ସବୁଜ ପନିପରିବା ଖାଆନ୍ତୁ :-

ଖାଦ୍ୟରେ କଦଳୀ, ସବୁଜ ଶାଗ ଏବଂ ପାଳଙ୍ଗର ସେବନ କରନ୍ତୁ । ଏହି ଜିନିଷ ‘ଆୟରନ୍’ର ମୁଖ୍ୟ ସ୍ରୋତ ଅଟେ ।

ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ :-

ଏସିଡିଟି- ବଦହଜମି- କମର ବ୍ୟଥା- ଜଙ୍ଘରେ ବ୍ୟଥା ହେବା- ତଳି ପେଟରେ ଯନ୍ତ୍ରଣା-ମୁଣ୍ଡବ୍ୟଥା-ସ୍ତନରେ ଭାରିପଣ- କିଛି ମହିଳାଙ୍କୁ ଦୁର୍ବଳତା ଏତେ ଅଧିକ ହୋଇଥାଏ ଯେ ତାଙ୍କ ଦିନଚର୍ଯା ବାଧିତ ହୋଇଯାଏ ।

ପ୍ରତି ମାସ ହେଉଥିବା ଏହି ରକ୍ତସ୍ରାବ ଆପଣଙ୍କ ଶରୀରକୁ ଦୁର୍ବଳ ମଧ୍ୟ ବନାଇ ପାରେ । ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପିରିୟଡ଼ସ୍ ଅଧିକ ହେଉଛି ତେବେ ହୁଏତ ଆପଣ ଏନିମିୟାର ଶିକାର ହୋଇ ପାରନ୍ତି । ଏନିମିୟା ସେତେବେଳେ ହୋଇଥାଏ ଯେତେବେଳେ ରକ୍ତରେ ପର୍ଯ୍ୟାପ୍ତ ସ୍ଵସ୍ଥ ନାଲି ରକ୍ତ କଣିକା କିମ୍ବା ହିମୋଗ୍ଲୋବିନ୍ ନଥାଏ । ଏହି ସମ୍ବନ୍ଧରେ ଡାକ୍ତରଙ୍କ ସହିତ ପରାମର୍ଶ କରି ପାରନ୍ତି ।

Leave a Reply

Your email address will not be published. Required fields are marked *