ଶ୍ରଦ୍ଧା କପୂରଙ୍କ ମା’ ମଧ୍ୟ କରୁଥିଲେ ବଲିଉଡରେ କାମ କିନ୍ତୁ ଏହି କାରଣ ଯୋଗୁ ତାଙ୍କୁ ଛାଡିବାକୁ ପଡିଲା ଇଣ୍ଡଷ୍ଟ୍ରି !

ଶ୍ରଦ୍ଧା କପୂରଙ୍କ ମା’ ମଧ୍ୟ କରୁଥିଲେ ବଲିଉଡରେ କାମ କିନ୍ତୁ ଏହି କାରଣ ଯୋଗୁ ତାଙ୍କୁ ଛାଡିବାକୁ ପଡିଲା ଇଣ୍ଡଷ୍ଟ୍ରି !

ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୂରଙ୍କୁ ନିକଟରେ ୩୪ବର୍ଷ ବୟସର ହୋଇଛନ୍ତି । ୩ ମାର୍ଚ୍ଚ ୧୯୮୭ରେ ଜନ୍ମିତ ଶ୍ରଦ୍ଧା, ୨୦୧୦ରେ ଆସିଥିବା ବଲିଉଡ ଫିଲ୍ମ ‘ତିନ ପତ୍ତି’ରୁ ନିଜ କ୍ୟାରିଅର୍ ଅରମ୍ଭ କରିଥିଲେ । ଶ୍ରଦ୍ଧା କପୂର ନିଜର ୧୧ବର୍ଷର କ୍ୟାରିଅର୍ ଭିତରେ ପ୍ରାୟ ୨୦ଟି ଫିଲ୍ମ କରିସାରିଲେଣି । ଶ୍ରଦ୍ଧା କପୂରଙ୍କ ବିଷୟରେ ତ ସମସ୍ତେ ଜାଣନ୍ତି କିନ୍ତୁ ଏହା ଖୁବ୍ କମ୍ ଲୋକ ଜାଣନ୍ତି ଯେ ଶ୍ରଦ୍ଧାଙ୍କ ମା ମଧ୍ୟ ଜଣେ ଅଭିନେତ୍ରୀ । ଯଦିଓ ଏବେ ସେ ଅଭିନୟ ଜଗତରୁ ନିଜକୁ ଦୂରେଇଦେଇଛନ୍ତି ତଥାପି ୮୦ ଦଶକରେ ସେ ଜଣେ ଅଭିନେତ୍ରୀ ଥିଲେ ।

ଶିବାଙ୍ଗି ନିଜର ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିଲେ ୮୦ ଦଶକରେ ଆସିଥିବା ଫିଲ୍ମ ‘କିସ୍ମତ’ରୁ । ଏହି ଫିଲ୍ମରେ ଲିଡଡ୍ ରୋଲରେ ଥିଲେ ମିଥୁନ୍ ଚକ୍ରବର୍ତ୍ତି ଏବଂ ରଂଜିତା । ଶକ୍ତି କପୂର୍ ମଧ୍ୟ ଏହି ଫିଲ୍ମରେ ଥିଲେ । ଦୁହିଙ୍କ ପ୍ରଥମ ଦେଖା ଏହି ଫିଲ୍ମ ସେଟରେ ହୋଇଥିଲା ।

ସେଟରୁ ଦୁହିଙ୍କ ଭିତରେ ବନ୍ଧୁତା ଆରମ୍ଭ ହେଲା ଏବଂ ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହେଲା । କିନ୍ତୁ ଏମାନଙ୍କ ପାଇଁ ସବୁଠୁ ବଡ ସମସ୍ୟା ଥିଲେ ଘରଲୋକ । ଶିବାଙ୍ଗିଙ୍କ ଘରଲୋକ ଏହି ବିବାହ ପାଇଁ ରାଜି ନଥିଲେ । ତେଣୁ ଦୁଇଜଣ ଘର ବିରୁଦ୍ଧରେ ଯାଇ ବାହା ହେବାପାଇଁ ନିଷ୍ପତ୍ତି ନେଲେ ।

୧୯୮୨ ମସିହାରେ ଦୁଇଜଣ ଯାକ ବିବାହ କରିନେଲେ । ବିବାହ ପରେ ଶିବାଙ୍ଗି ଅଭିନୟରୁ ଦୁରେଇ ନିଜ ଫ୍ୟାମିଲି ଲାଇଫରେ ବ୍ୟସ୍ତ ହୋଇଗଲେ । ଏବେ ଦୁଇଜଣ ନିଜ ଜୀବନରେ ବହୁତ ଖୁସି ଅଛନ୍ତି ।

ଶିବାଙ୍ଗିଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ପଢ଼ରିନାଥ କୋଲହାପୁରେ ଏବଂ ମାତାଙ୍କ ନାମ ଅନୁପମା କୋଲହାପୁରେ । ଶିବାଙ୍ଗି ବଲିଉଡରେ ନିଜ କ୍ୟାରିଅର୍ ଏକ ପ୍ଲେବ୍ୟାକ୍ ସିଙ୍ଗର୍ ହିସାବରେ ଆରମ୍ଭ କରିଥିଲେ । ତାଙ୍କର ଆଉ ଦୁଇଜଣ ଭଉଣୀ ମଧ୍ୟ ଅଛନ୍ତି ପଦ୍ମିନୀ କୋଲହାପୁରେ ଏବଂ ତେଜସ୍ୱୀନି କୋଲହାପୁରେ ।

ଶିବାଙ୍ଗି ଏବଂ ଶକ୍ତି କପୂରଙ୍କ ପିଲାମାନେ ବଲିଉଡରେ ଖୁବ୍ ସୁନାମ୍ ଅର୍ଜନ କରିଛନ୍ତି । ଶ୍ରଦ୍ଧା କପୁର ବଲିଉଡର ଜଣେ ସୁନାମଧନ୍ୟ ଅଭିନେତ୍ରୀ ଏବଂ ତାଙ୍କ ଭାଇ ସିଦ୍ଧାନ୍ତ କପୁର୍ ଜଣେ ଅଭିନେତା ହେବା ସହ ଜଣେ ଆସିଷ୍ଟାଣ୍ଟ ଡିରେକ୍ଟର ।

ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୂର୍ ବଡ଼ ପରଦାରେ ମଧ୍ୟ ନଜର ଆସିସାରିଛନ୍ତି । ଫିଲ୍ମ ‘ହସିନା ପାରକର୍’ରେ ଦୁଇ ଭାଇ ଭଉଣୀ ଏକାଠି କାମ କରିଥିଲେ, ଯେଉଁଥିରେ ଶ୍ରଦ୍ଧା ହସିନାଙ୍କ ଭୂମିକାରେ ଏବଂ ସିଦ୍ଧାନ୍ତ ଦାଉଦର୍ ଭୂମିକାରେ ନଜର ଆସିଥିଲେ ।

ଶ୍ରଦ୍ଧା ଏପର୍ଯ୍ୟନ୍ତ ୨୦ଟି ଫିଲ୍ମରେ କାମ କରିସାରିଲେଣି । ଯେଉଁଗୁଡିକ ହେଉଛି ‘ତିନ ପତ୍ତି’, ‘ଲଭ୍ କା ଦି ଏଣ୍ଡ’, ‘ଆସିକି ୨’, ‘ଗୋରୀ ତେରେ ପ୍ୟାର୍ ମେ’, ‘ଏକ ଭିଲ୍ଲେନ୍’, ‘ହୈଦର୍’, ‘ଉଙ୍ଗଲୀ’, ‘ଏବିସିଡି ୨’, ‘ବାଗୀ’, ଏ ଫ୍ଲାଇଙ୍ଗ ଯଟ’, ‘ରକଅନ୍ ୨’, ‘ଓକେ ଜାନୁ’, ‘ହାଫ୍ ଗାର୍ଲଫ୍ରେଣ୍ଡ’, ‘ହସିନା ପାରକର୍’, ‘ସ୍ତ୍ରୀ’, ‘ବତି ଗୁଲ୍ ମିଟର୍ ଚାଲୁ’, ‘ସାହୋ’, ‘ଛିଛୋରେ’, ‘ଷ୍ଟ୍ରିଟ ଡ୍ୟାନସର୍’, ‘ବାଗୀ ୩’ ।

ଆଗକୁ ଶ୍ରଦ୍ଧା ବିଶାଲ୍ ଫୁରିଆଙ୍କ ଫିଲ୍ମ ‘ନାଗିନ୍’ ଏବଂ ଅମର୍ କୌଶିକଙ୍କ ଫିଲ୍ମ ‘ସ୍ତ୍ରୀ ୨’ରେ ନଜର ଆସିବେ । ଏହି ଫିଲ୍ମର ପୂର୍ଵ ପାର୍ଟଟି ମଧ୍ୟ ଖୁବ୍ ସଫଳତା ପାଇଥିଲା ।

Leave a Reply

Your email address will not be published. Required fields are marked *