କେବଳ ସୁଶାନ୍ତ ନୁହେଁ ଏହି କଳାକାରମାନଙ୍କ ମୃତ୍ୟୁ ଆଜି ମଧ୍ୟ ରହସ୍ୟ ହୋଇରହିଛି !

କେବଳ ସୁଶାନ୍ତ ନୁହେଁ ଏହି କଳାକାରମାନଙ୍କ ମୃତ୍ୟୁ ଆଜି ମଧ୍ୟ ରହସ୍ୟ ହୋଇରହିଛି !

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରଠାରୁ ପରିବାରର ଲୋକମାନେ ଓ ଫ୍ୟାନ୍ସ ମାନେ ବାରମ୍ବାର ଅଭିନେତାଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା କରୁଛନ୍ତି । ସମସ୍ତ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ ଶେଷରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ କେଉଁ କାରଣରୁ ନିଜ ଜୀବନ ଲୀଳା ସମାପ୍ତ କଲେ ? ଲୋକେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ମାନୁ ନାହାଁନ୍ତି । ଦିନକୁ ଦିନ ସୁଶାନ୍ତଙ୍କ ମାମଲା ରହସ୍ୟ ବଢ଼ିଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉପଯୁକ୍ତ ପ୍ରମାଣ ମିଳିପାରିନାହିଁ । ଏହି ଅଭିନେତା ଆତ୍ମହତ୍ୟା କେଉଁ କାରଣ ଯୋଗୁଁ କରିଛନ୍ତି ଏହା ବିଷୟରେ କିଛି ସୂଚନା ମିଳିପାରି ନାହିଁ । ନିକଟରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାକୁ ସିବିଆଇ ହାତରେ ଦେଇ ଦେଇଛନ୍ତି । ସୁପ୍ରିମକୋର୍ଟର ଆଦେଶ ଅନୁଯାୟୀ ବର୍ତ୍ତମାନ ସୁଶାନ୍ତ ଆତ୍ମହତ୍ୟା ମାମଲାର ଯାଞ୍ଚ ସିବିଆଇ କରିବ, ଯେଉଁଥିରୁ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କୁ ନ୍ୟାୟ ମିଳିବା ଆଶା ରହିଛି ।

newstrend

ଆପଣଙ୍କୁ ଜଣାଇଦେଉଛୁ ଯେ କେବଳ ସୁଶାନ୍ତ ସିଂହ ରାଜପୁତଙ୍କ ଏପରି ମାମଲା ନାହିଁ ଯାହାର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ । ବଲିଉଡ଼ ଇଣ୍ଡଷ୍ଟ୍ରିରେ ଏପରି ଆଉ କିଛି କଳାକାର ଥିଲେ ଯେଉଁମାନଙ୍କ ମୃତ୍ୟୁ ହୋଇ କିଛି ବର୍ଷ ବିତିଯାଇଛି କିନ୍ତୁ ଏମାନଙ୍କ ମୃତ୍ୟୁର ରହସ୍ୟ ସମାଧାନ ହୋଇପାରି ନାହିଁ । ଆଜି ଆମେ ଆପଣଙ୍କୁ ଏପରି କିଛି କଳାକାରଙ୍କ ବିଷୟରେ ସୂଚନା ଦେବୁ, ଯେଉଁମାନଙ୍କ ମୃତ୍ୟୁର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି ।

ଦିବ୍ୟା ଭାରତୀ

newstrend

ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଓ ସୁନ୍ଦରୀ ଅଭିନେତ୍ରୀ ଦିବ୍ୟା ଭାରତୀ ମାତ୍ର ୧୯ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ କହିଦେଇଛନ୍ତି । ଉପର ମହଲାରୁ ତଳେ ପଡ଼ି ତାଙ୍କ ଜୀବନ ଚାଲି ଯାଇଥିଲା । ଲୋକଙ୍କ ଏପରି କହିବା ଥିଲା ଯେ ଦିବ୍ୟା ଭାରତୀ ଆତ୍ମହତ୍ୟା କରିଛନ୍ତି, ଆଉ କିଛି ଲୋକ କୁହନ୍ତି ଯେ ଦିବ୍ୟା ଭାରତୀଙ୍କୁ ଉପରୁ କିଏ ଧକ୍କା ଦେଇ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ ।

ପରବିନ୍ ବୋବି

newstrend

୭୦-୮୦ ଦଶକର ଜଣାଶୁଣା ଅଭିନେତ୍ରୀ ପରବିନ୍ ବୋବି କିଏ ଅବା ନଜାଣେ, ସେ ଗୋଟିଏରୁ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି । ସେ ନିଜର ଉତ୍ତମ ଅଭିନୟ ବଳରେ ଚଳଚ୍ଚିତ୍ର ଜଗତରେ ଏକ ବହୁତ ଭଲ ସ୍ଥାନ ଅଧିକାର କରି ପାରିଛନ୍ତି । ସେ ନିଜ ଚଳଚ୍ଚିତ୍ର ସଙ୍ଗେ ସଙ୍ଗେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖବରରେ ଛାଇ ରହିଥିଲେ କିନ୍ତୁ ହଠାତ ଦିନେ ତାଙ୍କ ମୃତ୍ୟୁର ଖବର ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ଯେତେବେଳେ ବହୁତ ଦିନରୁ ଘର ବାହାରୁ ଖବରକାଗଜ ଓ କ୍ଷୀର ପ୍ୟାକେଟ୍ ଉଠାଇ ନିଆଯାଇ ନଥିଲା, ସେତେବେଳେ ଏହାର ସୂଚନା ପୋଲିସକୁ ଦିଆଗଲା । ସେତେବେଳେ ପୋଲିସ୍ କବାଟ ଭାଙ୍ଗି ଭିତରକୁ ଯାଇଥିଲା । ଯେଉଁଠାରେ ପରବିନ୍ ବୋବିଙ୍କ ଶବ ଉଦ୍ଧାର ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଛି ।

ଜିୟା ଖାନ୍

newstrend

ଅଭିନେତ୍ରୀ ଜିୟା ଖାନ୍ ମାତ୍ର ୨୫ ବର୍ଷ ବୟସରେ ଆତ୍ମହତ୍ୟା କରି ଏହି ଦୁନିଆକୁ ବିଦାୟ କହି ଦେଇଥିଲେ । ପ୍ରଥମେ ଜିୟା ଖାନ୍ ଅଭିନେତା ସୁରଜ ପାଞ୍ଚୋଲୀଙ୍କ ସହିତ ଡେଟ୍ କରୁଥିବା କାରଣରୁ ଚର୍ଚ୍ଚାରେ ଥିଲେ । ଜିୟା ଖାନ୍ ମୃତ୍ୟୁ ପୂର୍ବରୁ ଏକ ଆତ୍ମହତ୍ୟା ଚିଠି ମଧ୍ୟ ଲେଖିଥିଲେ । କିନ୍ତୁ ଜିୟାଙ୍କ ପରିଜନ ଏପରି ଦାବି ଥିଲା ଯେ ସେ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କର ହତ୍ୟା କରାଯାଇଛି । ଜିୟା ମାମଲାକୁ ନେଇ ଅଭିନେତା ସୁରଜ ପାଞ୍ଚୋଲିଙ୍କ ଉପରେ ମାମଲା ଦାଖଲ କରାଯାଇଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ମାମଲା ଏକ ରହସ୍ୟ ହୋଇ ରହିଛି ।

ଗୁରୁଦତ୍ତ

newstrend

ଗୁରୁଦତ୍ତ ମଧ୍ୟ ଏହି ଦୁନିଆକୁ ହଠାତ ବିଦାୟ କହି ଚାଲିଯାଇଥିଲେ । ଖବର ଅନୁଯାୟୀ ଏପରି କୁହାଯାଏ ଯେ ଗୁରୁଦତ୍ତ ମଦ ନିଶାର ଔଷଧ ଖାଇଥିଲେ, ଏହା କାରଣରୁ ତାଙ୍କ ଜୀବନ ଚାଲି ଯାଇଥିଲା । କିଛି ଲୋକ କହିଲେ ଯେ ଗୁରୁଦତ୍ତଙ୍କୁ ହୃଦ୍ଘାତ ହୋଇଥିଲା । ଶେଷରେ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତା ଗୁରୁଦତ୍ତଙ୍କ ଜୀବନ କେଉଁ କାରଣରୁ ଗଲା ? ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଉପଯୁକ୍ତ ପ୍ରମାଣ ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *