୮ ବର୍ଷ ବୟସରେ ଅଭିନେତ୍ରୀ ହେବା ପାଇଁ ସ୍ଵପ୍ନ ଦେଖୁଥିଲେ ନୋରା ! ପିତାଙ୍କ କହିଥିବା କଥା ପରେ ହୋଇଥିଲା ଏହି ଅବସ୍ଥା  …

୮ ବର୍ଷ ବୟସରେ ଅଭିନେତ୍ରୀ ହେବା ପାଇଁ ସ୍ଵପ୍ନ ଦେଖୁଥିଲେ ନୋରା ! ପିତାଙ୍କ କହିଥିବା କଥା ପରେ ହୋଇଥିଲା ଏହି ଅବସ୍ଥା …

ବଲିଉଡ଼ରେ ଖୁବ୍ କମ୍ ସମୟରେ ନୋରା ନାମ ଅର୍ଜନ କରିଛନ୍ତି । ଡ୍ୟାନ୍ସର୍, କୋରିଓଗ୍ରାଫର୍ ଚରିତ୍ରରେ ଆଜି ସେ ହିନ୍ଦୀ ସିନେମାରେ ବହୁତ ଧମାଲ୍ ସୃଷ୍ଟି କରିଛନ୍ତି । ତାଙ୍କ ଚର୍ଚ୍ଚା ସବୁଆଡେ ହୋଇଥାଏ ଓ ତାଙ୍କ କାମକୁ ମଧ୍ୟ ଖୁବ୍ ପ୍ରଶଂସା କରାଯାଏ, ଯଦିଓ ଏକ କାନାଡ଼ାର ଝିଅ ଭାରତକୁ ଆସି ବଲିଉଡ଼ରେ କ୍ୟାରିୟର୍ ସୃଷ୍ଟି କରିବା କୌଣସି ସହଜ କାମ ନଥିଲା ।

ଜଣାଇଦେଉଛୁ ଯେ, ନୋରା ଫତେହି ମୂଳ ରୂପେ କାନାଡ଼ା ସହ ସମ୍ବନ୍ଧୀୟ । ତାଙ୍କ ଜନ୍ମ କାନାଡ଼ାର କ୍ୟୁବେକରେ ହୋଇଥିଲା । ଏଥିସହିତ, ତାଙ୍କ ପାଖରେ କାନାଡ଼ାର ନାଗରିକତା ମଧ୍ୟ ରହିଛି । ଯଦିଓ ନୋରା ଫତେହିଙ୍କ କ୍ୟାରିୟର୍ ସୃଷ୍ଟି କରିବା ପାଇଁ ଭାରତକୁ ଆସିଥିଲେ ଏବଂ ସେ ଏକ ଡ୍ୟାନ୍ସର୍, କୋରିଓଗ୍ରାଫର୍ ରୂପେ ବଲିଉଡରେ ଛାଇ ଯାଇଛନ୍ତି ।

କୁହାଯାଏ ଯେ, ଆରମ୍ଭରୁ ନୋରା ଫତେହି ଫିଲ୍ମୀ ଜଗତ ଆଡ଼କୁ ଆକର୍ଷିତ ଥିଲେ । ମାତ୍ର ୮ ବର୍ଷ ବୟସରେ ସେ ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ । ଆଜି ସେ ଏକ ସଫଳ ଡ୍ୟାନ୍ସର୍ ଅଟନ୍ତି, କିନ୍ତୁ ବାଲ୍ୟ କାଳରୁ ସେ ଏକ ଅଭିନେତ୍ରୀ ହେବା ସ୍ଵପ୍ନ ଦେଖୁଥିଲେ । ଥରେ ଛୋଟ ବେଳେ ତାଙ୍କ ପିତାଙ୍କୁ ସେ ଅଭିନେତ୍ରୀ ହେବା ସ୍ଵପ୍ନ ବିଷୟରେ କହିଥିଲେ ସେତେବେଳେ ତାଙ୍କୁ ଖୁବ୍ ଚକିତ ଉତ୍ତର ମିଳିଥିଲା ।

ବାସ୍ତବରେ, ଆଜି ସମ୍ପୂର୍ଣ୍ଣ ଜଗତରେ ନୋରା ଏକ ଉତ୍ତମ ଶୈଳୀର ଡ୍ୟାନ୍ସର୍ ରୂପେ ପରିଚିତ, କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ । ପ୍ରଥମେ ସେ ଡ୍ୟାନ୍ସର୍ ହେବା ବିଷୟରେ ଚିନ୍ତା କରି ନଥିଲେ । ୮ ବର୍ଷ ବୟସରେ ସେ ଏହି ସ୍ଵପ୍ନ ଦେଖି ନେଇଥିଲେ, କିନ୍ତୁ ତାଙ୍କ ପିତା ଏହାକୁ ସହଯୋଗ କରୁନଥିଲେ । ତାଙ୍କ ପିତା ଚାହୁଁନଥିଲେ ଯେ ତାଙ୍କ ଝିଅ ଅଭିନେତ୍ରୀ ହୁଅନ୍ତୁ କିମ୍ବା ଚଳଚ୍ଚିତ୍ରରେ ଅଭିନୟ କରନ୍ତୁ ।

ନୋରା ଏହା ବିଷୟରେ ଏକ ସାକ୍ଷାତକାରରେ କହିଥିଲେ । ନୋରା କହିଥିଲେ ଯେ ଯେତେବେଳେ ସେ ମାତ୍ର ୮ ବର୍ଷର ଥିଲେ, ସେତେବେଳେ ତାଙ୍କ ମନରେ ଅଭିନେତ୍ରୀ ହେବା ପାଇଁ ଇଚ୍ଛା ଜାଗ୍ରତ ହୋଇଥିଲା । ନୋରାଙ୍କ ଅନୁସାରେ, ସେ ତାଙ୍କ ପିତାଙ୍କୁ କହିଥିଲେ ଯେ ସେ ହିରୋଇନ୍ ହେବା ପାଇଁ ଚାହଁନ୍ତି । କିନ୍ତୁ ଉତ୍ତରରେ ତାଙ୍କୁ କିଛି ସକାରାତ୍ମକ ଶୁଣିବାକୁ ମିଳିନଥିଲା । ନୋରାଙ୍କ ପିତା ତାଙ୍କୁ କହିଥିଲେ ଯେ ଆଉକେବେ ଏହା ବିଷୟରେ କିଛି କହିବ ନାହିଁ । ତୁମେ ଡାକ୍ତର୍, ଶିକ୍ଷୟତ୍ରୀ, ଓକିଲ ଯାହା ଚାହୁଁଛ ହୋଇପାର କିନ୍ତୁ ଅଭିନେତ୍ରୀ ହେବା କଥା ମନରୁ ବାହାର କରି ଦିଅ । ମାତ୍ର ୮ ବର୍ଷୀୟ ନୋରା ସେତେବେଳେ ନିଜ ପିତାଙ୍କ କଥାକୁ ସ୍ୱୀକାର କରି ନେଇଥିଲେ ।

ନୃତ୍ୟରୁ ମିଳିଲା ପରିଚୟ …

ଛୋଟ ବେଳରେ ସ୍ଵପ୍ନ ଦେଖୁଥିବା ନୋରା ଫତେହି ଅଭିନେତ୍ରୀ ହୋଇପାରିଲେ ନାହିଁ, କିନ୍ତୁ ଏକ ନର୍ତ୍ତକୀ ଭାବେ ବଲିଉଡ଼ ଜଗତରେ ପାଦ ରଖିଲେ । କିଛି ବର୍ଷ ଆଗରୁ ନୋରା ବଲିଉଡ଼ରେ କୋରିଓଗ୍ରାଫି ଆରମ୍ଭ କଲେ ଓ ପରେ ସେ ଆଇଟମ୍ ସଙ୍ଗ ଗୁଡ଼ିକରେ ଧମାଲ୍ କଲେ । ଜଣାଇଦେଉଛୁ ଯେ, ତାଙ୍କୁ ‘ଦିଲ୍-ବର୍’ ସଙ୍ଗରେ ଖୁବ୍ ପସନ୍ଦ କରାଯାଇଥିଲା । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକଗୁଡ଼ିଏ ଆଇଟମ୍ ସଙ୍ଗ ଗୁଡ଼ିକରେ କାର୍ଯ୍ୟ କରି ନିଜକୁ ସ୍ଥାପିତ କରିଛନ୍ତି । ଏକ ସମୟରେ ୫ ହଜାର ଟଙ୍କା ନେଇ ଆସିଥିବା ନୋରା ଆଜି କୋଟି କୋଟି ଟଙ୍କାର ମାଲିକାଣୀ ଅଟନ୍ତି । ସେ ବର୍ତ୍ତମାନ ଏକ ଲଗଜରି ଜୀବନଯାପନ କରୁଛନ୍ତି ।

Leave a Reply

Your email address will not be published. Required fields are marked *