ସ୍ତ୍ରୀ ହେଉ ବା ପୁରୁଷ କିଏ ବି ଏହି ତିନୋଟି କାମ ଅଧିକ କରିବା ଉଚିତ୍ ନୁହେଁ ! ନଚେତ୍ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ…

ସ୍ତ୍ରୀ ହେଉ ବା ପୁରୁଷ କିଏ ବି ଏହି ତିନୋଟି କାମ ଅଧିକ କରିବା ଉଚିତ୍ ନୁହେଁ ! ନଚେତ୍ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ…

ମନୁଷ୍ୟ ଜୀବନରେ ଅନେକ କିଛି କାର୍ଯ୍ୟ ଥାଏ । କିନ୍ତୁ କିଛି କାମ ଏପରି ଥାଏ ଯାହାକୁ ଅଧିକ ସମୟ କରିବା ଦ୍ଵାରା ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏମିତିରେ ସ୍ତ୍ରୀ ହେଉ ବା ପୁରୁଷ ହେଉ କିଏ ବି ଏହି ତିନୋଟି କାମ ଅଧିକ କରିବା ଉଚିତ ନୁହେଁ । ତେଣୁ ଚାଲନ୍ତୁ ଜାଣିନେବା ସେହି ତିନୋଟି କାମ ବିଷୟରେ ।

୧. ସ୍ତ୍ରୀ ହେଉ ବା ପୁରୁଷ ହେଉ କିଏ ବି ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହେଁ । ଖାସ୍ କରି ରାତି ସମୟରେ ଜଲଦି ଶୋଇଯାଆନ୍ତୁ ଏବଂ ସକାଳେ ବ୍ରହ୍ମ ମୁହୂର୍ତ୍ତରେ ଉଠିଯାଆନ୍ତୁ, କାରଣ ସେହି ସମୟ ସବୁଠାରୁ ଶୁଦ୍ଧ ଏବଂ ଶାନ୍ତ ବାତାବରଣ ମିଳିଥାଏ । ଏଥିପାଇଁ ସ୍ତ୍ରୀ କିମ୍ବା ପୁରୁଷ କାହାକୁ ବି ଆବଶ୍ୟକ ଠାରୁ ଅଧିକ ଶୋଇବା ଉଚିତ ନୁହେଁ । ଅନ୍ୟଥା ଶରୀରକୁ ରୋଗ ପ୍ରବେଶ କରିଥାଏ ।

୨. ପ୍ରତ୍ୟେକ ସ୍ତ୍ରୀ କିମ୍ବା ପୁରୁଷଙ୍କୁ ସ୍ନାନ କରିବା ପାଇଁ ଅଧିକ ସମୟ ନେବା ଉଚିତ ନୁହେଁ । କାରଣ ଦୀର୍ଘ ସମୟ ସ୍ନାନ କରିବା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯେଉଁ କାରଣରୁ ସ୍ଵାସ୍ଥ୍ୟ ସମ୍ବନ୍ଧୀତ ରୋଗ ଉତ୍ପନ୍ନ ହୋଇଥାଏ । ଯେପରି କାଶ, ସର୍ଦ୍ଦି ଆଦି ।

୩. ସ୍ତ୍ରୀ ହେଉ ବା ପୁରୁଷ କିଏ ବି ରାତିରେ ଅତ୍ୟଧିକ ଭୋଜନ କରିବା ଉଚିତ ନୁହେଁ । କାରଣ ରାତି ସମୟରେ ଆପଣ କୌଣସି କାର୍ଯ୍ୟ କରନ୍ତି ନାହିଁ ବରଂ ଆପଣ ଦିନ ସାରା କାର୍ଯ୍ୟ କରି ରାତିରେ କ୍ଳାନ୍ତ ହୋଇ ଶୀଘ୍ର ଶୋଇଯାଆନ୍ତି । ଏହି କାରଣରୁ ଖାଦ୍ୟ ହଜମ ହେବା ପାଇଁ ଆପଣଙ୍କ ଶରୀରକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ତେଣୁ ରାତି ସମୟରେ ଅଧିକ ଭୋଜନ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *