ବଲିଉଡର ଏହି ୫ ଜଣ ରାଗି ଅଭିନେତାଙ୍କ ସହିତ ଭୁଲରେ ମଧ୍ୟ କେହି ପଙ୍ଗା ନିଅନ୍ତି ନାହିଁ !

ବଲିଉଡ ଜଗତରେ କିଛି ଅଭିନେତା ମାନେ ଅଛନ୍ତି ଯିଏକି ନିଜ କ୍ୟାରିଅରରେ ବହୁତ ସଫଳତା ହାସଲ କରିବା ସହିତ ନିଜର ଏକ ଫ୍ୟାନବେସ୍ ମଧ୍ୟ ବନାଇସାରିଛନ୍ତି । ଟଙ୍କାର ଅଭାବ ଏମାନଙ୍କ ପାଖରେ ରହିନଥାଏ । ଏମାନେ ବହୁତ ସାରା ଲୋକମାନଙ୍କ ହୃଦୟରେ ରାଜ୍ ମଧ୍ୟ କରନ୍ତି । କିଛି ଲୋକମାନେ ଅଛନ୍ତି ଯିଏକି ଏହି ଅଭିନେତା ମାନଙ୍କ ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେମାନେ ଜାଣିଥାନ୍ତି ଯେ ,ଏହି ଅଭିନେତା ମାନଙ୍କ ସହିତ ବନ୍ଧୁତା ସ୍ଥାପନ କଲେ ଯେତିକି ଫଳପ୍ରଦ ହୋଇଥାଏ ସେତିକି ହିଁ ଖରାପ ହୋଇଥାଏ ସେମାନଙ୍କ ସହିତ ଶତ୍ରୁତା କରିବା । କିନ୍ତୁ ଯେଉଁ କଳାକାର ଏହି ଅଭିନେତା ମାନଙ୍କ କ୍ରୋଧର ଶିକାର ହେଲେ ତେବେ ଏମାନଙ୍କ ଠାରୁ ବଞ୍ଚିବା ବହୁତ କଷ୍ଟକର ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ୫ ଜଣ କ୍ରୋଧିତ ଅଭିନେତାଙ୍କ ବିଷୟରେ କହିବୁ ଯିଏକି ରାଗିଗଲା ପରେ କାହାରି କଥା ଶୁଣନ୍ତି ନାହିଁ ।

୧. ସଲମାନ ଖାନ୍

google

ସଲମାନ ଖାନ୍ ଏପରି ଏକ ଅଭିନେତା ଯିଏକି ବଲିଉଡ ଜଗତରେ ବହୁତ କ୍ରୋଧି ଅଭିନେତା ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସମସ୍ତେ ଜାଣନ୍ତି ସଲମାନ ଖାନ୍ ନିଜର ବନ୍ଧୁ ପାଇଁ ଯେକୌଣସି କାମ କରିପାରିବେ କିନ୍ତୁ ଭାଇଜାନଙ୍କ ସହିତ ଯିଏ ଶତ୍ରୁତା କଲା ତା’କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ଓ ଭାଇଜାନଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ । ସରଳରେ କହିବାକୁ ଗଲେ ସଲମାନ ନିଜର ବନ୍ଧୁ ଓ ଶତ୍ରୁଙ୍କ ପାଇଁ ବହୁତ ସଚ୍ଚୋଟ ଅଟନ୍ତି ।

୨. ନାନା ପାଟେକର

google

ନାନା ପାଟେକରଙ୍କୁ ଯେତେବେଳେ ରାଗ ଆସିଥାଏ ସେତେବେଳେ ସେ ନିଜ ଉପରେ ନିୟନ୍ତ୍ରଣ ରଖିପାରିନଥାଆନ୍ତି । ଯଦି ସେ କାହା ଉପରେ ରାଗି ଯାଆନ୍ତି ତା’ହେଲେ ତା’କୁ ପ୍ରହାର କରିବା ପରେ ହିଁ ତାଙ୍କୁ ଶାନ୍ତି ମିଳିଥାଏ । ବେଳେବେଳେ ସେ ଯାହା ଉପରେ ରାଗି ଯାଆନ୍ତି ସେହି ବ୍ୟକ୍ତି ତାଙ୍କ ସମ୍ମୁଖରୁ ବର୍ତ୍ତି ପାରିନଥାଏ ।

୩. ଅଜୟ ଦେବଗନ

google

ଦେଖିବାକୁ ଗଲେ ଅଜୟ ଦେବଗନ ସ୍ୱଭାବରେ ବହୁତ ଶାନ୍ତ ଅଟନ୍ତି । କିନ୍ତୁ ସେ ଥରେ ରାଗିଗଲେ ନିଜର ରାଗକୁ ସାମ୍ନା ବାଲା ଉପରେ ବର୍ଷାଇଥାନ୍ତି । ଅଜୟଙ୍କୁ ଯେଉଁ ସମୟରେ ରାଗ ଆସିଥାଏ, ସେହିସମୟରେ ତାଙ୍କୁ ଅଟକାଇ ବହୁତ ଜଟିଳ ପରିସ୍ଥିତି ହୋଇପଡେ ।

୪. ସଞ୍ଜୟ ଦତ୍ତ

google

ସଞ୍ଜୟ ଦତ୍ତଙ୍କୁ ପ୍ରାୟତଃ ସମସ୍ତେ ଜାଣିଥିବେ କିନ୍ତୁ ସଞ୍ଜୟ ଦତ୍ତଙ୍କ ପ୍ରଶଂସକ ମାନେ ଜଣିଥାନ୍ତି ତାଙ୍କ ରାଗ କେତେ ଭୟଙ୍କର । ଯଦି ତାଙ୍କର କାହା ଉପରେ ରାଗ ଆସିଯାଏ ତା’ହେଲେ ଜାଣିବେ ତାହାର ଆଉ ରକ୍ଷା ନାହିଁ ।

୫. ସନି ଦେଓଲ

google

ଆପଣମାନେ ସନି ଦେଓଲଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ଏବଂ ସେ ନିଜର ଲାଜକୁଳା ସ୍ଵଭାବ ପାଇଁ ମଧ୍ୟ ପରିଚିତ । କିନ୍ତୁ ଯଦି ସନି ପାଜିଙ୍କୁ ରାଗ ଆସିଯାଏ ତା’ହେଲେ ସେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ । ଏହାପରେ ତାଙ୍କର ଅଢେଇକିଲୋର ହାତ ସେହି ବ୍ୟକ୍ତି ଉପରେ ପଡିଥାଏ ।

Be the first to comment

Leave a Reply

Your email address will not be published.


*