ମହାଭାରତରେ ‘ଶ୍ରୀକୃଷ୍ଣ’ ଭୂମିକାରେ ଅଭିନୟ କରିଥିବା ନୀତିଶ ଭରଦ୍ୱାଜ୍ ଅଟନ୍ତି ଚାରିଟି ସନ୍ତାନର ପିତା ! ଅଭିନେତା ଜଣକ  କରିଛନ୍ତି ଦୁଇଟି ବିବାହ…

ମହାଭାରତରେ ‘ଶ୍ରୀକୃଷ୍ଣ’ ଭୂମିକାରେ ଅଭିନୟ କରିଥିବା ନୀତିଶ ଭରଦ୍ୱାଜ୍ ଅଟନ୍ତି ଚାରିଟି ସନ୍ତାନର ପିତା ! ଅଭିନେତା ଜଣକ କରିଛନ୍ତି ଦୁଇଟି ବିବାହ…

ଧାର୍ମିକ ସିରିଏଲ୍ ‘ମହାଭାରତ’ରେ ଭଗବାନ୍ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ନୀତିଶ ଭରଦ୍ୱାଜ ନିକଟରେ ୫୮ବର୍ଷ ବୟସରେ ପାଦ ଦେଇଛନ୍ତି । ନୀତିଶ ଭରଦ୍ୱାଜ ଅନେକଗୁଡିଏ ଶୋ ଏବଂ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି କିନ୍ତୁ ଶ୍ରୀକୃଷ୍ଣଙ୍କ ଭୂମିକା ପରେ ତାଙ୍କୁ ସର୍ବାଧିକ ଲୋକପ୍ରିୟତା ମିଳିଥିଲା । ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ତାଙ୍କ ବୃତ୍ତିଗତ ଜୀବନ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ପରିଚିତ କରାଇବାକୁ ଯାଉଛୁ ।

ନୀତିଶ ପ୍ରଥମରୁ ଅଭିନୟକୁ ବହୁତ ଭଲ ପାଉଥିଲେ ଏବଂ ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ ଏକ ରେସକୋର୍ସରେ ସହକାରୀ ପ୍ରାଣୀ ଚିକିତ୍ସକ ଭାବରେ କାର୍ଯ୍ୟ କରୁଥିଲେ । ନୀତୀଶଙ୍କର ଘୋଡା ଏବଂ ସିଂହମାନଙ୍କ ପ୍ରତି ବହୁତ ଦୁର୍ବଳତା ଥିଲା । ସେ ଯେଉଁ ଚାକିରି କରୁଥିଲେ ସେଥିରେ ତାଙ୍କର ମନ ଲାଗିଲା ନାହିଁ ତେଣୁ ସେ ଏହି ଚାକିରି ଛାଡିଦେଇଥିଲେ । କଲେଜ୍ ଦିନରୁ ନୀତୀଶ ଅଭିନୟରୁ କ୍ୟାରିୟର୍ କରିବା ନେଇ ଅତ୍ୟନ୍ତ ଗମ୍ଭୀର ଥିଲେ ଏବଂ ଚାକିରୀ ଛାଡିବା ପରେ ସେ ଏକ ଥିଏଟର୍ ଗ୍ରୁପର ଯୋଗ ଦେଇଥିଲେ ।

ନୀତିଶ ପ୍ରଥମେ ମରାଠୀ ଥିଏଟର୍ ମାଧ୍ୟମରେ ଅଭିନୟ ଆରମ୍ଭ କଲେ ଏବଂ ପରେ ସେ ହିନ୍ଦୀ ଥିଏଟରରେ ମଧ୍ୟ ପ୍ରବେଶ କଲେ । ନୀତୀଶ କିଛି ଦିନ ପାଇଁ ବମ୍ବେ ଦୂରଦର୍ଶନରେ ଘୋଷକ ତଥା ସମ୍ବାଦ ପାଠକ ଭାବେ ଚାକିରୀ କରିଥିଲେ । ଏହାପରେ ୧୯୮୭ ମସିହାରେ ସେ ଏକ ମରାଠୀ ଚଳଚ୍ଚିତ୍ର କରିଥିଲେ ଏବଂ ପରେ ନାନା ପାଟେକରଙ୍କ ସହ ଫିଲ୍ମ ‘ତୃଶାଗ୍ନି’ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।

ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ନୀତିଶଙ୍କୁ ଭଗବାନ୍ ଶ୍ରୀକୃଷ୍ଣଙ୍କ ଭୂମିକା ମିଳିଥିଲା କିନ୍ତୁ ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ନୀତୀଶଙ୍କୁ ପ୍ରଥମେ ବିଦୁରଙ୍କ ଭୂମିକା ଦିଆଯାଇଥିଲା କିନ୍ତୁ ପରେ ସେଥିରୁ ତାଙ୍କୁ ହଟାଇ ନକୁଳ ଏବଂ ସହଦେବଙ୍କ ଭୂମିକା ଦିଆଯାଇଥିଲା । ବାସ୍ତବରେ ନୀତୀଶ ଅଭିମନ୍ୟୁଙ୍କ ଭୂମିକା ଚାହୁଁଥିଲେ କିନ୍ତୁ ବି.ଆର୍ ଚୋପ୍ରାଙ୍କୁ ତାଙ୍କ ଭିତରେ ଶ୍ରୀକୃଷ୍ଣଙ୍କ ପ୍ରତିଛବି ଦେଖାଯାଇଥିଲା ଏବଂ ସେ ତାଙ୍କୁ ଶ୍ରୀକୃଷ୍ଣଙ୍କ ଭୂମିକା ଦେଇଥିଲେ ।

ଯଦି ଏହି ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବା ତେବେ ଏହି ଅଭିନେତା ଦୁଇଟି ବିବାହ କରିଛନ୍ତି । ପ୍ରଥମେ ସେ ୧୯୯୧ ମସିହା ଡିସେମ୍ବର ୨୭ ତାରିଖରେ ମୋନିଶା ସିଂଙ୍କୁ ବିବାହ କରିଥିଲେ । ମୋନିଶା ଏବଂ ନୀତିଶଙ୍କର ଦୁଇଟି ସନ୍ତାନ ଅଛନ୍ତି ଗୋଟିଏ ପୁଅ ଏବଂ ଗୋଟିଏ ଝିଅ । ବିବାହ ପରେ ସେମାନଙ୍କର ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ୨୦୦୫ ମସିହାରେ ଦୁହିଙ୍କର ଛାଡପତ୍ର ହୋଇଯାଇଥିଲା ଏହାପରେ ପତ୍ନୀ ମୋନିଶା ପିଲାମାନଙ୍କ ସହିତ ଲଣ୍ଡନ୍ ଚାଲିଯାଇଥିଲେ ।

ଏହାର ପ୍ରାୟ ତିନିବର୍ଷ ପରେ ଅର୍ଥାତ୍ ୨୦୦୮ ମସିହାରେ ନୀତୀଶ ଦ୍ୱିତୀୟଥର ବିବାହ କରିଥିଲେ । ଦ୍ଵିତୀୟଥର ନୀତିଶଙ୍କ ବିବାହ ସ୍ମିତା ଗେଟଙ୍କ ସହ ହୋଇଥିଲା ଏବଂ ତାଙ୍କ ପରି ପତ୍ନୀ ସ୍ମିତାଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ ଥିଲା । ସ୍ମିତା ଏବଂ ନୀତୀଶଙ୍କର ଦୁଇଟି ଯାଆଁଳା ସନ୍ତାନ ଅଛନ୍ତି ଏବଂ ଦୁହିଙ୍କ ଜୀବନ ଏବେ ସେଟେଲ୍ ଅଟେ ।

ଅଭିନୟ ବ୍ୟତୀତ ନୀତୀଶ ରାଜନୀତିରେ ମଧ୍ୟ ପାଦ ଦେଇସାରିଛନ୍ତି । ୧୯୯୬ ମସିହାରେ ସେ ଜାମସେଦପୁର ଆସନରେ ବିଜେପି ତରଫରୁ ନିର୍ବାଚନ ଲଢ଼ି ଜିତିଥିଲେ ।

Leave a Reply

Your email address will not be published. Required fields are marked *