ଭାରତୀୟ ସେନାରେ ଯୋଗ ଦେଲେ ପୁଲୱାମା ଆକ୍ରମଣରେ ଶହୀଦ୍ ହୋଇଥିବା ବିଭୂତି ଢୌଣ୍ଡିୟାଲଙ୍କ ପତ୍ନୀ ନିକିତା ! ଭିଡିଓ ଦେଖନ୍ତୁ…

ଭାରତୀୟ ସେନାରେ ଯୋଗ ଦେଲେ ପୁଲୱାମା ଆକ୍ରମଣରେ ଶହୀଦ୍ ହୋଇଥିବା ବିଭୂତି ଢୌଣ୍ଡିୟାଲଙ୍କ ପତ୍ନୀ ନିକିତା ! ଭିଡିଓ ଦେଖନ୍ତୁ…

୨୦୧୯ ମସିହା ଫେବୃଆରୀ ମାସ ୧୪ ତାରିଖ ଭାରତ ବର୍ଷର ଇତିହାସରେ କଳା ଦିବସ ଭାବରେ ଜଣାଶୁଣା ଅଟେ । ଏହା ସେହି ଦିନ ଥିଲା ଯେତେବେଳେ ପୁଲୱାମା ଠାରେ କିଛି ଆତଙ୍କବାଦୀ ମାନେ ଠକାମିରେ ଆକ୍ରମଣ କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ରୁ ଅଧିକ ସୈନିକ ଶହୀଦ୍ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କାଶ୍ମୀର୍ ଠାରେ ୫୫ ରାଷ୍ଟ୍ରୀୟ ରାଇଫଲର୍ ପଦବୀରେ ଥିବା ଶହୀଦ ମେଜର୍ ବିଭୂତି ଶଙ୍କର ଢୌଣ୍ଡିୟାଲ୍ ମଧ୍ୟ ଥିଲେ । ତାଙ୍କ ବିବାହକୁ ମାତ୍ର ୯ ମାସ ହୋଇଥିଲା ଏବଂ ପତ୍ନୀଙ୍କୁ ତାଙ୍କ ସ୍ୱାମୀଙ୍କ ଶହୀଦ୍ ହେବାର ଖବର ଶୁଣିବାକୁ ପଡିଥିଲା ।

ଶହୀଦ୍ ମେଜର୍ ବିଭୂତି ଶଙ୍କର ଢୌଣ୍ଡିୟାଲଙ୍କ ୨୭ ବର୍ଷିୟା ପତ୍ନୀ ନିକିତା କୌଲ୍ ଢୌଣ୍ଡିୟାଲ୍ ବିଧବା ହେବାପରେ ମଧ୍ୟ ହାର ମାନି ନଥିଲେ । ବରଂ ସେ ତାଙ୍କ ଦୁଃଖକୁ ସହ୍ୟ କରିବା ସହିତ ସ୍ୱାମୀଙ୍କ ମୃତ୍ୟୁ ପରେ ସେନାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆମେ ଆଜି ଗର୍ବର ସହିତ କହୁଛୁ କି, ସେ ଆଜି ସମ୍ପୂର୍ଣ୍ଣ ଜୋଶ୍ ସହିତ ଭାରତୀୟ ସେନାରେ ଯୋଗ ଦେଇଛନ୍ତି ।

ନିକିତା କୌଲ୍ ଲେଫ୍ଟନାଣ୍ଟ ନିକିତା କୌଲ୍ ହେବା ପାଇଁ ବହୁତ କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ସ୍ୱାମୀଙ୍କ ମୃତ୍ୟୁର ମାତ୍ର ୩ ମାସ ପରେ ସେ ସର୍ଟ ସର୍ଭିସ୍ କମିଶନଙ୍କ ଫର୍ମ ପୂରଣ କରିଥିଲେ । ସେ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ନିମନ୍ତେ ହୃଦୟର ସହ ଅଧ୍ୟୟନ କରିଥିଲେ । ଏହାପରେ ସେ ସେବା ଚୟନ ବୋର୍ଡ ନିକଟରେ ଏକ ସାକ୍ଷାତକାର ଦେଇଥିଲେ ଏବଂ ଏଥିରେ ମଧ୍ୟ ସେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ତାଲିମ୍ ନେବାକୁ ଆୟୋଗର ଅଫିସର୍ ଟ୍ରେନିଂ ଏକାଡେମୀ ଚେନ୍ନାଇକୁ ଯାଇଥିଲେ ।

ନିକିତାଙ୍କ ସମସ୍ତ କଠିନ ପରିଶ୍ରମର ଫଳ ତାଙ୍କୁ ମିଳିଥିଲା ​​ଏବଂ ଆଜି ସେ ଲେଫ୍ଟନାଣ୍ଟ ଭାବରେ ସେନାରେ ଯୋଗ ଦେଇଛନ୍ତି । ଆମେ ଆପଣଙ୍କୁ କହିରଖୁଛୁ କି ଯେତେବେଳେ ଶହୀଦ୍ ମେଜର୍ ଢୌଣ୍ଡିୟାଲଙ୍କ ମୃତଦେହ ତ୍ରିରଙ୍ଗାରେ ଗୁଡ଼ାଇ ଦେହରାଡୁନକୁ ଅଣା ଯାଇଥିଲା, ସେତେବେଳେ ତାଙ୍କ ଅନ୍ତିମ ଦର୍ଶନ ନିମନ୍ତେ ପହଞ୍ଚି ଥିବା ନିକିତାଙ୍କ ଫୋଟ ବହୁତ ଭାଇରାଲ୍ ହୋଇଥିଲା ।

ସେତେବେଳେ ସେ ତାଙ୍କ ସ୍ୱାମୀଙ୍କୁ ସାଲ୍ୟୁଟ୍ ଶୈଳୀରେ ଅଭିବାଦନ ଜଣାଇ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ଏଥିସହିତ ସେ ତାଙ୍କ ସ୍ୱାମୀଙ୍କ ପରି ସେନାରେ ସେବା କରିବାକୁ ମନସ୍ଥ କରିଥିଲେ । ସେହି ସମୟରେ ସେ କହିଥିଲେ କି, ସେତେବେଳେ ମୋ ସ୍ୱାମୀଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ମିଳିବ ଯେତେବେଳେ ମୁଁ ତାଙ୍କର ଅଧୁରା କାର୍ଯ୍ୟ ସମାପ୍ତ କରିବି । ଆଜି ନିକିତାଙ୍କ ଏହି ସ୍ୱପ୍ନ ସାକାର ହେଲା । ସେ ସେନାରେ ସାମିଲ୍ ହୋଇଗଲେ । ବିଧିବଦ୍ଧ ଭାବରେ ତାଙ୍କର ସୈନ୍ୟବାହିନୀରେ ଯୋଗଦେବା ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି ।

ନିକିତାଙ୍କ ଏହି ସଫଳତା ସମୟରେ ଭାରତୀୟ ସେନା ଏବଂ ତାଙ୍କ ପରିବାର ବର୍ଗ କାନ୍ଧରେ କାନ୍ଧ ମିଶାଇ ସାଥିରେ ଠିଆ ହୋଇଥିଲେ । ଆଜି ସମଗ୍ର ଦେଶ ନିକିତାଙ୍କ ଏହି ଅପୂର୍ବ ସଫଳତା ପାଇଁ ବହୁତ ଗର୍ବିତ । କହିରଖୁଛୁ କି ସେନାରେ ଯୋଗଦେବା ପୂର୍ବରୁ ନିକିତା ଏକ ବହୁ-ଜାତୀୟ ସ୍ତରୀୟ କମ୍ପାନୀରେ କାମ କରୁଥିଲେ । କିନ୍ତୁ ସ୍ୱାମୀଙ୍କ ଶହୀଦ୍ ହେବାପରେ ସେ ସେନାରେ ଯୋଗ ଦେଇଥିଲେ ।

ମେଜର୍ ବିଭୂତି ଶଙ୍କର ଢୌଣ୍ଡିୟାଲ୍ ଏବଂ ନିକିତା ୨୦୧୮ ମସିହାରେ ବିବାହ କରିଥିଲେ । ଏହାପରେ ୨୦୧୯ ମସିବା ଫେବୃଆରୀ ମାସରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ମେଜର୍ ବିଭୂତି ଢୌଣ୍ଡିୟାଲ୍ ଶହୀଦ୍ ହୋଇ ଯାଇଥିଲେ । ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା । ନିକିତା ପ୍ରାୟତଃ ସାମାଜିକ କାର୍ଯ୍ୟରେ ଆଗରେ ରହିଆସିଛନ୍ତି । ବିଗତ ବର୍ଷ ସେ ହରିୟାଣା ପୋଲିସକୁ ଏକ ହଜାର ପିପିଈ କିଟ୍ ଦେଇଥିଲେ । ଏହା ବ୍ୟତୀତ, ସେ ମହିଳା ମାନଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ମଧ୍ୟ ଦିଅନ୍ତି ।

Leave a Reply

Your email address will not be published. Required fields are marked *