‘LIC’ ଗ୍ରାହକମାନଙ୍କ ନିମନ୍ତେ ଆଜି ଠାରୁ ଲାଗୁ ହୋଇଛି ଏହି ନୂତନ ପରିବର୍ତ୍ତନ ! ପ୍ରଥମରୁ କରିନିଅନ୍ତୁ ପ୍ରସ୍ତୁତି…

‘LIC’ ଗ୍ରାହକମାନଙ୍କ ନିମନ୍ତେ ଆଜି ଠାରୁ ଲାଗୁ ହୋଇଛି ଏହି ନୂତନ ପରିବର୍ତ୍ତନ ! ପ୍ରଥମରୁ କରିନିଅନ୍ତୁ ପ୍ରସ୍ତୁତି…

ଯଦି ଆପଣ ‘LIC’ର ଗ୍ରାହକ ଅଟନ୍ତି, ତେବେ ଏହି ଖବାର ଆପଣ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । ବାସ୍ତବରେ ଆଜି ଠାରୁ ‘LIC’ରେ କର୍ମଚାରୀ ମାନଙ୍କର ଛୁଟିକୁ ନେଇ ନିୟମ ପରିବର୍ତ୍ତିତ ହୋଇଯାଇଛି । ‘LIC’ରେ ଆଜି ଠାରୁ ବର୍ତ୍ତମାନ ସପ୍ତାହରେ କେବଳ ୫ ଦିନ କାମ ହେବ, ଆଉ ବାକି ଦିନ ଗୁଡିକୁ ଜନସାଧାରଣ ଛୁଟିଦିନ ଭାବରେ ବିବେଚନା କରାଯିବ । ବର୍ତ୍ତମାନ ପ୍ରତି ଶନିବାର ଦିନ ‘LIC’ କର୍ମଚାରୀ ମାନଙ୍କର ଛୁଟି ରହିବ ।

ଏଥିପାଇଁ ମଇ ୧୦ ତାରିଖ ଅର୍ଥାତ ଆଜି ପର ଠାରୁ ଯଦି ଆପଣ ‘LIC’ କାର୍ଯ୍ୟାଳୟ ଯାଉଛନ୍ତି, ତେବେ ଆପଣ ଏହା ଧ୍ୟାନରେ ରଖିବେ କି ଆପଣ କେବଳ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟାଳୟ ଯିବେ, କାରଣ ଶନିବାର ଏବଂ ରବିବାର ଦିନ କାର୍ଯ୍ୟାଳୟ ବନ୍ଦ ରହିବ । ବାସ୍ତବରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି କି ବର୍ତ୍ତମାନ ‘LIC’ ପାଇଁ ପ୍ରତ୍ୟେକ ଶନିବାର ଦିନକୁ ମଧ୍ୟ ଜନସାଧାରଣ ଛୁଟିଦିନ ଭାବରେ ବିବେଚନା କରାଯିବ ।

ଶନିବାର ଦିନ ମଧ୍ୟ ରହିବ ଛୁଟି:-

‘LIC’ର ନୂତନ ନିୟମ ଅନୁଯାୟୀ, ମଇ ୧୦ ତାରିଖ ଠାରୁ ‘LIC’ କାର୍ଯ୍ୟାଳୟ ସପ୍ତାହରେ କେବଳ ୫ ଦିନ। କାମ ହେବ । ବର୍ତ୍ତମାନ ପ୍ରତ୍ୟେକ ଶନିବାର ଦିନ କର୍ମଚାରୀ ମାନଙ୍କର ଛୁଟି ରହିବ, ଯାହା ଏପର୍ଯ୍ୟନ୍ତ କେବଳ ରବିବାର ଦିନ ରହୁଥିଲା । କିନ୍ତୁ ବର୍ତ୍ତମାନ କର୍ମଚାରୀ ମାନଙ୍କୁ ସପ୍ତାହରେ ୨ ଦିନ ସାପ୍ତାହିକ ଛୁଟି ମିଳିବ ।

‘LIC’ର ଛୁଟିଦିନ ନିୟମରେ ହେଲା ପରିବର୍ତ୍ତନ:-

‘LIC’ର କର୍ମବହୁଳ ଦିନରେ ହୋଇଥିବା ଏହି ପରିବର୍ତ୍ତନ ବିଷୟ ‘LIC’ ଖବରକାଗଜରେ ବିଜ୍ଞାପନ ଦେଇ ମଧ୍ୟ ଲୋକମାନଙ୍କୁ ସୂଚିତ କରିଛି । ନୂତନ ନିୟମ ଅନୁଯାୟୀ, ‘LIC’ କାର୍ଯ୍ୟାଳୟ ମଇ ୧୦ ତାରିଖ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଏହାର ସମୟସୀମା ସକାଳ ୧୦ଟା ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ରହିବ । ଏଥିପାଇଁ ଯଦି କୌଣସି କାମରେ ‘LIC’ କାର୍ଯ୍ୟାଳୟ ଯାଉଛନ୍ତି, ତେବେ ଦିନ ଏବଂ ସମୟ ଉଭୟକୁ ଧ୍ୟାନରେ ରଖନ୍ତୁ, ନଚେତ୍ ଆପଣଙ୍କୁ କାର୍ଯ୍ୟାଳୟ ବନ୍ଦ ମିଳିବ ଏବଂ ଖାଲି ହାତରେ ଘରକୁ ଫେରିବାକୁ ପଡିବ । ସରକାର ଗତ ମାସରେ ଏହି ପରିବର୍ତ୍ତନ କରିଛନ୍ତି । ଏହି ପରିବର୍ତ୍ତନ ସରକାର ନେଗେଶିଏବଲ୍ ଇନଷ୍ଟ୍ରୁମେଣ୍ଟସ୍ ଅଧିନିୟମ ୧୮୮୧ର ଧାରା ୨୫ ଅନୁଯାୟୀ ମିଳିଥିବା ଶକ୍ତି ଆଧାରରେ କରିଛନ୍ତି ।

‘Online’ରେ କାମ ସାରି ପାରିବେ:-

କରୋନା ମହାମାରୀ ମଧ୍ୟରେ ଯଦି ଆପଣଙ୍କୁ ପ୍ରିମୀୟମ୍, ରୀନ୍ୟୁୟଲ୍ ଭଳି କାମ କରାଇବାର ଅଛି, ତେବେ ଏଥିପାଇଁ ଆପଣଙ୍କୁ ‘LIC’ କାର୍ଯ୍ୟାଳୟ ଯିବାର ଆବଶ୍ୟକତା ନାହିଁ । ‘LIC’ ନିଜର ଗ୍ରାହକ ମାନଙ୍କୁ ଅନଲାଇନ୍ ସୁବିଧା ଉପଲବ୍ଧ କରାଉଛି । ‘LIC’ର ଅଫିସିଆଲ୍ ୱେବସାଇଟ୍ https://licindia.in/ରେ ଆପଣ ସମସ୍ତ କାମ ଅନଲାଇନରେ କରିପାରିବେ ।

Leave a Reply

Your email address will not be published. Required fields are marked *