ବିବାହର ୧୦ ଦିନ ପରେ ସ୍ୱାମୀଙ୍କୁ ଛାଡିଦେଲେ ନବ-ବିବାହିତା । କହିଲେ- ମୁଁ ସ୍ଵପ୍ନାଙ୍କୁ ଭଲ ପାଏ !

ବିବାହର ୧୦ ଦିନ ପରେ ସ୍ୱାମୀଙ୍କୁ ଛାଡିଦେଲେ ନବ-ବିବାହିତା । କହିଲେ- ମୁଁ ସ୍ଵପ୍ନାଙ୍କୁ ଭଲ ପାଏ !

ଲକଡ଼ାଉନ ସମୟରେ ସମଗ୍ର ଦେଶରୁ ଅଲଗା-ଅଲଗା ଏବଂ ବହୁତ ଅଜବ ମାମଲା ସବୁ ସାମ୍ନାକୁ ଆସୁଛି । କାହାର ପତ୍ନୀ ଲକଡ଼ାଉନରେ ଫସି ଯାଇଛନ୍ତି ତ ପୁଣି କେହି କେହି ନିଜ ପତ୍ନୀ ଥିବା ସତ୍ୱେ ମଧ୍ୟ ପ୍ରେମିକାଙ୍କ ସହିତ ବିବାହ କରିଦେଲେ । କିନ୍ତୁ ବର୍ତ୍ତମାନ ଯେଉଁ ମାମଲା ବିହାରରୁ ସାମ୍ନାକୁ ଆସିଛି ତାହା ଉପରେ ବିଶ୍ୱାସ କରିବା ବହୁତ କଷ୍ଟକର ଅଟେ କିନ୍ତୁ ତାହା ହିଁ ସତ ଯାହା ଆମେ ଆପଣଙ୍କୁ ଏହି ଖବରରେ କହିବୁ । ବାସ୍ତବରେ, ବିବାହର ୧୦ ଦିନ ପରେ ନବବିବାହିତ ପତ୍ନୀ ନିଜ ସ୍ୱାମୀଙ୍କୁ କହିଥିଲେ ଯେ, ବର୍ତ୍ତମାନ ସେ ତାଙ୍କ ପାଖରେ ରହିପାରିବେ ନାହିଁ କାରଣ ସେ ସ୍ଵପ୍ନାଙ୍କୁ ପ୍ରେମ କରୁଛନ୍ତି ।

google

ସମ୍ପୁର୍ଣ୍ଣ ମାମଲା ବିହାରର ବେଗୂସରାୟର ଅଟେ । ଯେଉଁଠରେ ୧୪ ଜୁନକୁ ବେଗୂସରାୟର ନିବାସୀ ଅଙ୍କିତ କୁମାରଙ୍କ ସହିତ ରାଞ୍ଚିର ପୂଜାଙ୍କ ବିବାହ ହୋଇଥିଲା । ବିବାହ ହେବା ପରେ ପୂଜା ଶ୍ୱଶୁର ଘରକୁ ଆସିଥିଲେ ଏବଂ ୧୦ ଦିନ ପରେ ହିଁ ସ୍ବାମୀଙ୍କ ସହିତ ରହିବା ପାଇଁ ସଫାସଫା ମନା କରିଦେଇଥିଲେ । ଯେତେବେଳେ ଶ୍ୱଶୁର ଘର ଲୋକମାନେ ଏବଂ ସ୍ୱାମୀ କାରଣ ପଚାରିଥିଲେ ତେବେ ପୂଜା କହିଥିଲେ କି, ସେ ସ୍ଵପ୍ନାକୁ ପ୍ରେମ କରୁଛନ୍ତି ।

google

ପୂଜା ନିଜେ ସ୍ୱୀକାର କରିଥିଲେ ଯେ, ତାଙ୍କର ସ୍ଵପ୍ନା ନାମକ ଜଣେ ଝିଅ ସହିତ ପାଖାପାଖି ୨ ବର୍ଷ ହେବ ସମଲିଙ୍ଗି ସମ୍ପର୍କ ରହିଛି ଏବଂ ସେ ତାଙ୍କୁ ହିଁ ବିବାହ କରିବାକୁ ଚାହାଁନ୍ତି । ପତ୍ନୀଙ୍କ ମୁଖରୁ ସମଲିଙ୍ଗି କଥା ଶୁଣି ଅଙ୍କିତ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ତତକ୍ଷଣାତ ଫୋୖରନ ନଗର ଥାନା ପୋଲିସଙ୍କୁ ଏହି ମାମଲା ବିଷୟରେ କହିଥିଲେ । ପୁଲିସ ପହଁଚିବା ପରେ ସେଠାରେ ପୂଜାଙ୍କ ଗର୍ଲଫ୍ରେଣ୍ଡ ଅର୍ଥାତ୍ ସ୍ଵପ୍ନା ମଧ୍ୟ ରାଞ୍ଚିରୁ ପହଞ୍ଚି ପୂଜାଙ୍କୁ ସମର୍ଥନ କରିବା ସହ କହିଥିଲେ ଯେ, ସେ ମଧ୍ୟ ତାଙ୍କ ସହ ରହିବାକୁ ଚାହୁଁଛନ୍ତି ।

google

ପୋଲିସ ସାମ୍ନାରେ ସ୍ଵପ୍ନା ଏବଂ ପୂଜା କହିଥିଲେ ଯେ, ସେ ଦୁହେଁ ରାଞ୍ଚିର ଗୋଟିଏ କପଡା ଦୋକାନରେ ମିଶି କାମ କରୁଥିଲେ ଏବଂ ସେଠାରୁ ଦୁହିଁଙ୍କ ମଧ୍ୟରେ ଭଲପାଇବା ଆରମ୍ଭ ହୋଇଥିଲା ଏବଂ ଦୁହେଁ ସାଥିରେ ରହିବାକୁ ଲାଗିଥିଲେ । କିନ୍ତୁ ୧୪ ଜୁନକୁ ପୂଜାଙ୍କ ପରିବାର ତାଙ୍କ ବିବାହ ବେଗୂସରାୟରେ କରିଦେଇଥିଲେ ଯେଉଁଥିରେ ନା ପୂଜା ଖୁସି ଥିଲେ ନା ସ୍ଵପ୍ନା ।

google

ସେଠାରେ ପୂଜା ପୋଲିସଙ୍କୁ କହିଥିଲେ ଯେ, ସେ କେବଳ ସ୍ଵପ୍ନାଙ୍କୁ ଭଲପାଉଛନ୍ତି ଏବଂ ତାଙ୍କୁ ହିଁ ବିବାହ କରିବେ । ସବୁଠାରୁ ଆଶ୍ଚର୍ଯ୍ୟଚକିତ କଥା ଏହିକି ଯେ, ସ୍ଵପ୍ନା ପୂଜାଙ୍କୁ ନିଜ ପତ୍ନୀ ଏବଂ ପୂଜା ତାଙ୍କୁ ନିଜ ସ୍ୱାମୀ ବୋଲି ମାନୁଛନ୍ତି । ସବୁକିଛି ଜାଣିଲା ପରେ ଅଙ୍କିତ ପୂଜାଙ୍କ ସହିତ ସବୁକିଛି ସମ୍ପର୍କ ଶେଷ କରିଦେଇଥିଲେ ଏବଂ ବିବାହର ସମସ୍ତ ବନ୍ଧନ ଭାଙ୍ଗି ଦେଇଥିଲେ ।

Leave a Reply

Your email address will not be published. Required fields are marked *