ନ୍ୟୁୟର୍କ ସହର ଏବେ ଶ୍ମାଶନ ବେଳାଭୂମି ପାଲଟିଛି ।

ୱାଶିଂଟନ,୭/୫: କରୋନାର କାୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ାଇଚାଲିଛି ଏହି ଅଦୃଶ୍ୟ ରାକ୍ଷସ। ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଅବସ୍ଥା ଏବେ ସଙ୍ଗିନ । କରୋନାଜନିତ ସର୍ବାଧିକ ମୃତ୍ୟୁ ହୋଇଛି ଏହି ଦେଶରେ । ଦେଶର ନ୍ୟୁୟର୍କ ସହର ପାଲଟିଛି ନର୍କ । ଚାରିଆଡେ କୁଢ଼ କୁଢ଼ ଶବ । ଆଉ ସେଇ ଶବର ପାହାଡ଼ ଉପରେ ଛିଡ଼ାହୋଇ ମହାମାରୀ କରୁଛି ଅଟ୍ଟହାସ୍ୟ । ଲହ ଲହ ଜିହ୍ୱା ମେଲାଇ ନିଜର ଆଁ ଭିତରେ ପୂରାଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ ।

google

ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକାର ସବୁଠୁ ଆଭିଜାତ୍ୟ ସମ୍ପନ୍ନ ସହର କୁହାଯାଉଥିବା ନ୍ୟୁୟର୍କ ଏବେ ପାଲଟିଛି ଏକ ଶ୍ମାଶନ । ହସ୍ପିଟାଲର ଶବଗୃହରେ ସ୍ଥାନ ନାହିଁ, ଚାରିଆଡେ କେବଳ ଶବ ହିଁ ଶବ । ଏମିତି କି ଗାଡ଼ିରେ ବୋଝେଇ ହୋଇ ଆସୁଛି ଶହ ଶହ ଶବ । ଏତେ ସଂଖ୍ୟକ ଶବ ଆସି ଶ୍ମଶାନ ପହଞ୍ଚୁଛି ଯେ, ସେଗୁଡ଼ିକୁ ସଂସ୍କାର କରିବା ବି ସମ୍ଭବ ହେଉନି । ଏଠାରେ ପ୍ରତି ୨ ମିନିଟରେ କରୋନା ନେଉଛି ଗୋଟିଏ ମୁଣ୍ଡ । ପୂର୍ବରୁ ନ୍ୟୁୟର୍କ ସହରରେ ପ୍ରତିଦିନ ଯେତେ ଲୋକଙ୍କ ମୃତ୍ୟୁ ହୁଏ, ଏବେ ତାହା ୪ ଗୁଣା ବଢ଼ିଯାଇଛି । ପ୍ରତିଦିନ ୮ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି । କରୋନା ଯୋଗୁଁ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି ଯେ, ସେମାନଙ୍କ ସଂସ୍କାର କରିବା ଅସମ୍ଭବ ହୋଇପଡୁଛି । ବାଧ୍ୟ ହୋଇ ଶବଗୁଡ଼ିକୁ ଅନ୍ୟ ସହରକୁ ନେଇଯିବା ପାଇଁ ମୃତକଙ୍କ ପରିବାରକୁ ଅନୁରୋଧ କରାଯାଉଛି ।

newstrend

ଏପରିକି ଅନେକ ଲୋକ ଘର ଓ ହସ୍ପିଟାଲ ଅଗଣାରେ ମୃତଦେହକୁ ପୋତି ଦେଉଛନ୍ତି । ଶବସତ୍କାର ଦାୟିତ୍ୱରେ ଥିବା ନିର୍ଦ୍ଦେଶକ କୌଣସି ଉପାୟ ନ ପାଇ ସହରରୁ ପ୍ରାୟ ୩ ଶହ କିଲୋମିଟର ଦୂରରେ ଏକ ଅସ୍ଥାୟୀ ଶ୍ମଶାନର ବ୍ୟବସ୍ଥା କରିଛନ୍ତି । ସେଠାରେ ଶବଗୁଡ଼ିକର ଅନ୍ତିମ ସଂସ୍କାର କରାଯାଉଛି । ସ୍ଥିତି ଏମିତି ହୋଇଛି ଯେ, ଶବ ଘୋଡେଇ ରଖିବା ପାଇଁ ଆବଶ୍ୟକ ହେଉଥିବା କପଡ଼ା କିମ୍ବା ପଲିଥିନ୍ ମଧ୍ୟ ମିଳୁନି । ଦାୟିତ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି, ଶବ ସତ୍କାର ଅପେକ୍ଷା ଲୋକଙ୍କ ମୃତ୍ୟୁ ଆହୁରି ଦ୍ରୁତବେଗରେ ବୃଦ୍ଧି ପାଉଛି । ଅର୍ଥାତ୍ ଗୋଟିଏ ଶବର ସଂସ୍କାର କରାଯିବା ପୂର୍ବରୁ ଆଉ ଗୋଟିଏ ଶବ ପହଞ୍ଚିଯାଉଛି ।

Google

ଏମିତିକି ଶବ ସଂସ୍କାର କରିବା ପାଇଁ ଯେତିକି ଲୋକ ନିୟୋଜିତ ହୋଇଛନ୍ତି, ତା’ଠୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଏ ଚିତ୍ର ସାମ୍ନାକୁ ଆଣିଛି ନ୍ୟୁୟର୍କ ଟାଇମ୍ସ । ଆମେରିକାର ନ୍ୟୁୟର୍କ ସହରରେ ମୃତ୍ୟୁର ତାଣ୍ଡବ ସମ୍ପର୍କରେ ଏଥିରେ ପ୍ରକାଶିତ ରିପୋର୍ଟ ହିଁ ବୟାନ କରୁଛି । ଇଟାଲୀର ମୃତ୍ୟୁ ଉପତ୍ୟକାର ପୁନରାବୃତ୍ତି ଆମେରିକାର ନ୍ୟୁୟର୍କ ସହରରେ ଏବେ ଦେଖିବାକୁ ମିଳୁଛି । ଚାରିଆଡେ ହାହାକାର । ଲୋକଙ୍କ ଜୀବନ ଏମିତି ଏକ ଶତ୍ରୁ ନେଉଛି ଯାହାର ସିଧାସଳଖ ମୁକାବିଲା କରିବା ପାଇଁ କାହା ପାଖରେ କୌଣସି ଉପଚାର ନାହିଁ । କେବଳ ଭଗବାନ ସାହା ।

Be the first to comment

Leave a Reply

Your email address will not be published.


*