କରୋନା ସଂକ୍ରମଣର ନୂଆ ବିପଦ ସାମ୍ନାକୁ ଆସିଛି ! ବର୍ତ୍ତମାନ ରୋଗୀ ଦୃଷ୍ଟିଶକ୍ତି ହରାଉଛି ! ବ୍ଲାକ୍ ଫଙ୍ଗସ୍ ହେଲା ଏହାର କାରଣ…

କରୋନା ସଂକ୍ରମଣର ନୂଆ ବିପଦ ସାମ୍ନାକୁ ଆସିଛି ! ବର୍ତ୍ତମାନ ରୋଗୀ ଦୃଷ୍ଟିଶକ୍ତି ହରାଉଛି ! ବ୍ଲାକ୍ ଫଙ୍ଗସ୍ ହେଲା ଏହାର କାରଣ…

ସମଗ୍ର ଦେଶରେ କରୋନାର ପ୍ରକୋପ ଜାରି ରହିଛି । ଏହି ସଂକ୍ରମଣ ହେତୁ ଶରୀରରେ ନୂତନ ରୋଗ ଏବଂ ଲକ୍ଷଣ ଦେଖାଯାଉଛି । ବର୍ତ୍ତମାନ ଗୁଜୁରାଟର ସୁରଟରେ କରୋନା ସଂକ୍ରମିତ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ ଦେଖିବାକୁ ମିଳିଛି । ଏଠାରେ ୮ ଜଣ ରୋଗୀ ଅଛନ୍ତି, ଯେଉଁମାନେ କରୋନା ଜୀବାଣୁରୁ ସୁସ୍ଥ ହେବାପରେ ସେମାନଙ୍କର ଦୃଷ୍ଟି ଶକ୍ତି ଚାଲିଯାଇଛି । ଗତ ୧୫ ଦିନ ମଧ୍ୟରେ ସୁରଟରେ ପ୍ରାୟ ବ୍ଲାକ ଫଙ୍ଗସର ୪୦ଟି ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୮ ଜଣବ୍ୟକ୍ତି ଦୃଷ୍ଟି ଶକ୍ତି ହରାଇଛନ୍ତି ।

ବ୍ଲାକ୍ ଫଙ୍ଗସ୍ କ’ଣ ?

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ ବ୍ଲାକ ଫଙ୍ଗସ୍ ଏକ ବିରଳ ଫଙ୍ଗଲ ସଂକ୍ରମଣ । ସାଧାରଣତଃ ଏହା ଆପଣଙ୍କ ଫୁସଫୁସ ଉପରେ ଆକ୍ରମଣ କରିଥାଏ । ଚର୍ମରେ ଜ୍ଵଳନ କିମ୍ବା ଚର୍ମରେ କୌଣସି କ୍ଷତ ହେବା ପରେ ଫଙ୍ଗଲ ସଂକ୍ରମଣ ଦେଖାଯାଏ ।

ଏହିପରି କରିଥାଏ ଆଖି ଉପରେ ଆକ୍ରମଣ :

ସୁରଟର କିରଣ ଡାକ୍ତରଖାନାର ଜଣେ ENT ବିଶେଷଜ୍ଞ ଡକ୍ଟର ସଂକେତ ଶାହା ସ୍ପଷ୍ଟ କରିଛନ୍ତି ଯେ ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହେବାର ଦୁଇ ତିନି ଦିନ ପରେ ବ୍ଲାକ ଫଙ୍ଗସର ଲକ୍ଷଣ ଦେଖାଯାଏ । ଏହାପରେ, ଏହା ଦୁଇରୁ ଚାରି ଦିନ ମଧ୍ୟରେ ଆପଣଙ୍କ ଆଖି ଉପରେ ମଧ୍ୟ ଆକ୍ରମଣ କରେ ।

ସାଧାରଣ ଜନତାଙ୍କ ମଧ୍ୟରେ ରହିଛି ଅଧିକ ବିପଦ :

ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଉପରେ ଏହି ଫଙ୍ଗଲ୍ ସଂକ୍ରମଣର ଅଧିକ ପ୍ରଭାବ ପଡିଥାଏ । ବିଶେଷକରି ସୁଗାର ରୋଗରେ ଆକ୍ରାନ୍ତ ଥିବା ରୋଗୀଙ୍କୁ ଏହା ପ୍ରଭାବିତ କରିଥାଏ । କିରଣ ହସ୍ପିଟାଲର ଇଏନଟି ବିଭାଗର ଚେୟାରମ୍ୟାନ ଡକ୍ଟର ଅଜୟ ସ୍ୱରପ ସ୍ପଷ୍ଟ କରିଛନ୍ତି ଯେ କରୋନାରୁ ସୁସ୍ଥ ହୋଇଥିବା କିନ୍ତୁ ମଧୁମେହ କିମ୍ବା କର୍କଟ ଭଳି ରୋଗରେ ପୀଡିତ ଥିବା ଲୋକଙ୍କ ଠାରେ ଏହି ସଂକ୍ରମଣ ଅଧିକ ଦେଖାଯାଏ ।

ଏହିସବୁ ବ୍ଲାକ ଫଙ୍ଗସର ଲକ୍ଷଣ ହୋଇପାରେ :

ମୁଣ୍ଡବିନ୍ଧା, ଆଖି ଲାଲ ହେବା, ଶ୍ୱାସ, ମୁହଁର ଗୋଟିଏ ପାର୍ଶ୍ୱରେ ଫୁଲା, ଜ୍ୱର, କାଶ, ଛାତି ଯନ୍ତ୍ରଣା ଏବଂ ନିଃଶ୍ଵାସ ନେବାରେ ଅସୁବିଧା ହେବା ଏହିପରି କେତେକ ଲକ୍ଷଣ ଯାହା ବ୍ଲାକ ଫଙ୍ଗସକୁ ସୂଚାଇଥାଏ ।

ଗଙ୍ଗାରାମ ହସ୍ପିଟାଲର ବରିଷ୍ଠ ଇଏନଟି ସର୍ଜନ ଡକ୍ଟର ମନୀଷ ମୁଞ୍ଜାଲଙ୍କ ଅନୁଯାୟୀ, କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ମଧ୍ୟରେ ଆମେ ବ୍ଲାକ ଫଙ୍ଗସ୍ ରୋଗର ଅଧିକାଂଶ ମାମଲା ପାଉଛୁ । ଗତ ଦୁଇ ଦିନ ମଧ୍ୟରେ ୬ଟି ମାମଲା ସାମ୍ନାକୁ ଆସିଛି । ଗତ ବର୍ଷ ମଧ୍ୟ ଏହି ସଂକ୍ରମଣ ହେତୁ ଅନେକ ରୋଗୀଙ୍କ ଦୃଷ୍ଟି ଶକ୍ତି କମିଯାଇଥିଲା । ଏହା ସହିତ ତାଙ୍କ ନାକ, ମୁହଁ ହାଡ ଇତ୍ୟାଦିରେ ମଧ୍ୟ ସମସ୍ୟା ଦେଖାଦେଇଥିଲା ।

Leave a Reply

Your email address will not be published. Required fields are marked *