କରୋନାର ଦ୍ଵିତୀୟ ଲହରରେ ଦେଖାଗଲା କିଛି ନୂଆ ଲକ୍ଷଣ, ଅଧିକାଂଶ ଲୋକ ଏହାକୁ ଅଣଦେଖା କରିଦିଅନ୍ତି ! ଆପଣ ଏହି ଭୁଲ୍ କରନ୍ତୁ ନାହିଁ…

କରୋନାର ଦ୍ଵିତୀୟ ଲହରରେ ଦେଖାଗଲା କିଛି ନୂଆ ଲକ୍ଷଣ, ଅଧିକାଂଶ ଲୋକ ଏହାକୁ ଅଣଦେଖା କରିଦିଅନ୍ତି ! ଆପଣ ଏହି ଭୁଲ୍ କରନ୍ତୁ ନାହିଁ…

କରୋନା ଭୂତାଣୁର ପ୍ରକୋପ ସମସ୍ତେ ସହନ କରୁଛନ୍ତି । ଏହାର ମୂଖ୍ୟ ଲକ୍ଷଣ ଥଣ୍ଡା ଜ୍ୱର, କାଶ, ମୁହଁରେ ଯନ୍ତ୍ରଣା, ନାକରୁ ପାଣି ବାହାରିବା, ଗଳାରେ ଯନ୍ତ୍ରଣା ହେବା ଇତ୍ୟାଦି ଅଟେ । ତେବେ ଏହି ଲକ୍ଷଣ ଭାଇରାଲ୍ ଜ୍ୱର ଏବଂ ସାମାନ୍ୟ ଥଣ୍ଡା ଜ୍ଵରର ମଧ୍ୟ ଅଟେ । ଏଭଳି ପରିସ୍ଥିତିରେ ଲୋକମାନଙ୍କ ପାଇଁ ଦୁଇଟି ମଧ୍ୟରେ ପାର୍ଥକ୍ୟ ଦେଖିବା କଷ୍ଟକର ହୋଇ ଯାଇଥାଏ । କିନ୍ତୁ ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରରେ କିଛି ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଅଛି । ଏଗୁଡିକ ମଧ୍ୟରେ ଥକାପଣ, ତରଳ ଝାଡା ଏବଂ ମୁଣ୍ଡ ଯନ୍ତ୍ରଣା ଭଳି ଲକ୍ଷଣ ଅନ୍ତର୍ଭୁକ୍ତ ରହିଛି । ଏଥିରେ ଲୋକମାନଙ୍କର ପ୍ଲେଟଲେଟ୍ ହାର ହଠାତ୍ କମ୍ ହୋଇଯିବା ଭଳି ଲକ୍ଷଣ ନିକଟରେ ଅନ୍ତର୍ଭୁକ୍ତ ହୋଇଯାଇଛି ।

ଲକ୍ଷ୍ନୌର ୬୦ ବର୍ଷୀୟ ଅଲିମ୍ ଶେଖଙ୍କର ମାମଲା କୁ ନିଅନ୍ତୁ । ତାଙ୍କୁ ବହୁତ ଥକାପଣ ଅନୁଭବ ହେଉଥିଲା । ଏଭଳି ପରିସ୍ଥିତିରେ ସେ ଏପ୍ରିଲ୍ ୧୮ ତାରିଖରେ ରକ୍ତ ପରୀକ୍ଷା କରାଇଥିଲେ, ଯେଉଁଥିରେ ରକ୍ତର ପ୍ଲେଟଲେଟ୍ ସଂଖ୍ୟା ୮୫ ହଜାରକୁ ଆସି ଯାଇଥିଲା । କହିରଖୁଛୁ ଯେ, ଜଣେ ସାମାନ୍ୟ ବ୍ୟକ୍ତିଙ୍କର ୧.୫ ଲକ୍ଷରୁ ୪.୫ ଲକ୍ଷ ପର୍ଯ୍ୟନ୍ତ ପ୍ଲେଟଲେଟ୍ ରହିଥାଏ । ଶେଖଙ୍କର କିଛିଦିନ ପର୍ଯ୍ୟନ୍ତ ଚିକିତ୍ସା ମଧ୍ୟ ଚାଲିଥିଲା କିନ୍ତୁ ଏପ୍ରିଲ୍ ୨୩ ତାରିଖରେ ତାଙ୍କୁ ନିଃଶ୍ଵାସ ନେବାରେ ଅସୁବିଧା ହୋଇଥିଲା । ତାଙ୍କ ରକ୍ତ ପରୀକ୍ଷା ହେବାରୁ ତାଙ୍କ ପ୍ଲେଟଲେଟ୍ ସଂଖ୍ୟା ୨୦ ହଜାରରେ ଆସି ପହଞ୍ଚି ଯାଇଥିଲା । ଏଭଳି ପରିସ୍ଥିତିରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ୍ ନେଇ ଯାଇଥିଲେ କିନ୍ତୁ ଏଠାରେ ଅମ୍ଳଜାନ ସମର୍ଥନ ଥିବା ଖଟ ନ ଥିବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ଲକ୍ଷ୍ନୌ ବାସିନ୍ଦା ରାଜକୁମାର ରସ୍ତୋଗୀ (୫୯)ଙ୍କର ମାମଲା ମଧ୍ୟ ଏଭଳି କିଛି ଅଟେ । ସେ ଥକାପଣ ଅନୁଭବ କରୁଥିଲେ । ସେ ଏପ୍ରିଲ୍ ୧୩ ତାରିଖ ଦିନ ନିଜର ରକ୍ତ ପରୀକ୍ଷା କରାଇଥିଲେ, ଯେଉଁଥିରେ କେବଳ ୨୧ ହଜାର ପ୍ଲେଟଲେଟ୍ ଦେଖା ଯାଇଥିଲା । ସେ ଔଷଧ ଖାଇବା ଆରମ୍ଭ କରିଥିଲେ । ଏହାଦ୍ଵାରା ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ କିଛି ଉନ୍ନତି ଘଟିଥିଲା କିନ୍ତୁ ଏପ୍ରିଲ୍ ୧୬ ତାରିଖରେ ତାଙ୍କୁ ନିଃଶ୍ଵାସ ନେବାରେ ଅସୁବିଧା ହୋଇଥିଲା । ତାଙ୍କ ସିଟିସ୍କାନ୍ ହେବାର ଜଣା ପଡିଥିଲା ଯେ ତାଙ୍କୁ କୋଭିଡ୍ ନିମୋନିଆ ହୋଇଥିଲା । ତାଙ୍କ ଫୁସଫୁସରେ ସଂକ୍ରମଣ ବଢିବାକୁ ଲାଗିଥିଲା ଏବଂ ଏପ୍ରିଲ୍ ୨୦ ତାରିଖରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା । ତାଙ୍କ ପୁଅ କହୁଥିଲେ କି ତାଙ୍କ ପିତାଙ୍କର ଶୁଖିଲା କାଶ, ଥଣ୍ଡା, ନିଃଶ୍ଵାସ ନେବାରେ ଅସୁବିଧା ଭଳି କୌଣସି ଲକ୍ଷଣ ଦେଖା ଯାଉନଥିଲା ।

ଲକ୍ଷ୍ନୌର କେଜିଏମୟୁ (କିଙ୍ଗ ଜର୍ଜ ମେଡ଼ିକାଲ ୟୁନିଭର୍ସିଟି)ର ରେସ୍ପିରେଟରୀ ମେଡ଼ିସିନ୍ ବିଭାଗର ପ୍ରଫେସର୍ ସନ୍ତୋଷ କୁମାରଙ୍କର କହିବା ଅନୁଯାୟୀ, ପ୍ରତ୍ୟେକ ଭାଇରାଲ୍ ସଂକ୍ରମଣରେ ପ୍ଲେଟଲେଟ୍ ସଂଖ୍ୟା ଟିକିଏ କମ୍ ହୋଇଯାଏ । ଏଥିପାଇଁ ଯଦି ବିନା କାରଣରେ ପ୍ଲେଟଲେଟ୍ ସଂଖ୍ୟା କମ୍ ହେଉଅଛି, ତେବେ ତୁରନ୍ତ ନିଜର କୋଭିଡ୍-୧୯ ପରୀକ୍ଷା କରାଇ ନିଅନ୍ତୁ । କୋଭିଡ୍-୧୯ର ନୂତନ ଲକ୍ଷଣ ମଧ୍ୟରେ ଥକାପଣ ଅନୁଭବ ହେବା ବ୍ୟତୀତ ତରଳ ଝାଡା ହେବା, ଆଖି ଲାଲ୍ ହେବା, ଚର୍ମରେ ଲାଲ୍ ରଙ୍ଗର ଦାଗ ହେବା ଆଦି ଜିନିଷ ଅନ୍ତର୍ଭୁକ୍ତ ରହିଛି ।

ରାମ ମନୋହର ଲୋହିଆ ହସ୍ପିଟାଲରେ ଡାକ୍ତର ବିକ୍ରମ୍ ସିଂହ କହନ୍ତି ଯେ, ଅଧିକ ଥକାପଣ ଏବଂ ଅସୁସ୍ଥ ଅନୁଭବ ହେବା ଭାଇରାଲ୍ ଜ୍ଵରର ଲକ୍ଷଣ ଅଟେ । ବର୍ତ୍ତମାନ ଯେହେତୁ କୋଭିଡ୍-୧୯ ଏକ ଭାଇରାଲ୍ ରୋଗ ଅଟେ, ଏଥିପାଇଁ ବ୍ୟକ୍ତିଙ୍କୁ ଜ୍ୱର ଏବଂ ଥକାପଣ ଆଦି ଅନୁଭବ ହୋଇଥାଏ । କିଛି ଲୋକଙ୍କ ମଧ୍ୟରେ ଏଥିରେ ରକ୍ତ ପ୍ଲେଟଲେଟ୍ ହ୍ରାସ ପାଇ ୭୫ ରୁ ୮୦ ହଜାରରେ ପହଞ୍ଚି ଯାଇଥାଏ । ଏହାକୁ ଲୋକମାନେ ଡେଙ୍ଗୁ କିମ୍ବା ଆଉ କୌଣସି ରୋଗ ବୋଲି ମଧ୍ୟ ଭାବି ନେଇଥାନ୍ତି । ଯେତେବେଳେ କି ବାସ୍ତବାରେ ଏହା କରୋନା ରୋଗ ହୋଇଥାଏ । ଏଥିପାଇଁ ଆମର ପରାମର୍ଶ କି ଅଧିକ ଥକାପଣ ଅନୁଭବ ହେବା ଦ୍ୱାରା କରୋନା ପରୀକ୍ଷା କରାଇ ନିଅନ୍ତୁ ।

Leave a Reply

Your email address will not be published. Required fields are marked *