କରୋନା ନିମନ୍ତେ ରାଜ୍ୟରେ ଜାରି ହେଲା ନୂଆ ଗାଇଡଲାଇନ୍ ! ଏହି ସବୁକ୍ଷେତ୍ରରେ ଲାଗିବ କଟକଣା !

କରୋନା ନିମନ୍ତେ ରାଜ୍ୟରେ ଜାରି ହେଲା ନୂଆ ଗାଇଡଲାଇନ୍ ! ଏହି ସବୁକ୍ଷେତ୍ରରେ ଲାଗିବ କଟକଣା !

ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହାସହିତ ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ସାପ୍ତାହିକ ଶଟଡାଉନ୍ ସହ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଅତ୍ୟାବଶ୍ୟକ ସେବାକୁ ଏସବୁରୁ ବାଦ୍ ଦିଆଯିବ । ଏଥି ସହିତ ରାଜ୍ୟ ସରକାର କରୋନାକୁ ମୁକାବିଲା କରିବା ପାଇଁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କଟକଣା ଜାରି କରିଛନ୍ତି । ସେସବୁ ହେଲା ….

ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ନାଇଟ କରଫ୍ୟୁ ।

ସରକାରୀ ଅଫିସ୍‌ରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଅନୁମତି ଦିଆଯିବ ।

ସମସ୍ତ ବେସରକାରୀ ଅଫିସ୍ ମାନଙ୍କରେ କର୍ମଚାରୀ ସଂଖ୍ୟା ହ୍ରାସ କରାଯିବ ।

ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଦିଆଯାଇଥିବା ବେଳେ ଶୁଦ୍ଧିକ୍ରିୟାରେ ୨୦ ଜଣରୁ ଅଧିକ ଯୋଗଦାନ କରିପାରିବେ ନାହିଁ ।

କୌଣସି ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ସଭାକୁ ଅନୁମତି ମିଳିବ ନାହିଁ । ଏପରି କି କୌଣସି ଶୋଭାଯାତ୍ରାର ମଧ୍ୟ ଅନୁମତି ଦିଆଯିବ ନାହିଁ । ଏହା ସଙ୍ଗେସଙ୍ଗେ ରାଜନୈତିକ ରାଲିକୁ ରୋକ୍ ଠୋକ୍ ଭାବରେ କଟକଣା କରାଯାଇଛି ।

ମନ୍ଦିରଗୁଡିକରେ ସର୍ବନିମ୍ନ ରୀତିନୀତିରେ ପୂଜାର୍ଚ୍ଚନ କରିଯିବ ।

ସମସ୍ତ ଦୋକାନର କର୍ମଚାରୀମାନେ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି ନଚେତ୍ ଦୋକାନ ସିଲ୍ କରାଯିବ । ସଙ୍ଘବୋଧ ଭାବରେ ଏକାଧିକ ଲୋକ ଏକତ୍ରିତ ହେଲେ ପୋଲିସ ନିଜ ଇଚ୍ଛାନୁସାରେ କଟକଣା ଲଗାଇବ ବୋଲି ଘୋଷଣା କରାଯାଇଛି ।

ସିନେମା ହଲ୍ ମାନଙ୍କରେ ୫୦ ପ୍ରତିଶତ ଲୋକ ବସିପାରିବେ ଏବଂ ଯାତ୍ରାରେ ୨୦୦୦ ଲୋକଙ୍କ ବଦଳରେ ୧୦୦୦ ଦର୍ଶାକ ବସିପାରିବେ ।

ଆସନ୍ତା ୧୯ ତାରିଖରୁ ରାଜ୍ୟ ବାହାରକୁ ବସ୍‌ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ।

ରାଜ୍ୟ ଭିତରେ ବସ ଚାଲିବ, କେବଳ ସିଟିଂରେ ଯାଇପାରିବେ ।

କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ସଂପୂର୍ଣ୍ଣ ରୂପେ ବରଣ କରାଯାଇଛି ।

ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସବୁ କାର୍ଯ୍ୟ ବନ୍ଦ ରହିବ ।

ବି.ଦ୍ର : କରୋନା ଭଳି ମହାମାରୀ ଠାରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷା କରିବା ନିମନ୍ତେ ସର୍ବଦା ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ ଓ ସନିଟାଇଜର ବ୍ୟବହାର କରନ୍ତୁ ।

Leave a Reply

Your email address will not be published. Required fields are marked *