ଧୋନୀଙ୍କ ଘରକୁ ଆସିଲେ ଆଉ ଏକ ନୂଆ ଅତିଥି ! ସ୍ତ୍ରୀ ସାକ୍ଷୀ ସେୟାର୍ କଲେ ସୂଚନା…

ଧୋନୀଙ୍କ ଘରକୁ ଆସିଲେ ଆଉ ଏକ ନୂଆ ଅତିଥି ! ସ୍ତ୍ରୀ ସାକ୍ଷୀ ସେୟାର୍ କଲେ ସୂଚନା…

ଭାରତୀୟ କ୍ରିକେଟ୍ ଦଳର ପୂର୍ବ କପ୍ତାନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଘରେ ନବାଗତ ଅତିଥି ଆସିଛନ୍ତି । ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଏହାର ସୂଚନା ନିଜ ସୋସିଆଲ୍ ମିଡ଼ିଆ ଜରିଆରେ ସେୟାର୍ କରିଛନ୍ତି । ସାକ୍ଷୀ ଘରକୁ ଆସିଥିବା ନବାଗତ ଅତିଥିଙ୍କ ଏକ ଭିଡ଼ିଓ ନିଜ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି । ସାକ୍ଷୀ ଧୋନୀ ଏ କଥାର ସୂଚନା ଦେଇଛନ୍ତି ଯେ ତାଙ୍କ ଘରେ ଚେତକ ନାମକ ଏକ ନୂଆ ଘୋଡ଼ା ଆସିଅଛି, ଯିଏକି ବହୁତ ସୁନ୍ଦର ଓ ନିରୀହ ଅଟେ ।

ଜଣାଇଦେଉଛୁ ଯେ ଧୋନୀଙ୍କ ଘରେ ଆଗରୁ ଅନେକଗୁଡ଼ିଏ କୁକୁର ଥିଲା ଏବଂ ତାଙ୍କର ଏହି ପରିବାରରେ ଚେତକ ନାମକ ଘୋଡ଼ା ମଧ୍ୟ ସାମିଲ୍ ହୋଇଯାଇଛି । ସାକ୍ଷୀ ଦ୍ୱାରା ସେୟାର୍ କରାଯାଇଥିବା ଏହି ଭିଡ଼ିଓ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଅଛି ।

ଏହି ଭିଡ଼ିଓରେ ଏକ କଳା ରଙ୍ଗର ଘୋଡ଼ା ନଜର ଆସୁଛି, ଯାହା ଧଳା କୁକୁର ସହିତ ଫାର୍ମ ହାଉସରେ ଖେଳୁଥିବାର ନଜର ଆସୁଛନ୍ତି ।

ସାକ୍ଷୀ ଭିଡ଼ିଓର କେପ୍ସନରେ ଲେଖିଛନ୍ତି ଯେ ଆମ ଘରେ ଆପଣଙ୍କୁ ସ୍ୱାଗତ ଚେତକ ଯେତେବେଳେ ଆପଣ ‘ଲିଲି ଡ଼ଗ୍’ଙ୍କୁ ଭେଟିଲ ସେତେବେଳେ ଆପଣ ଏକ ଭଲ ବ୍ୟକ୍ତି ଭଳି ବ୍ୟବହାର କଲ । ଆପଣଙ୍କ ହସ ଖୁସିକୁ ଆମ ପରିବାରରେ ସାମିଲ୍ କରାଯାଉଛି ।

ଜଣାଇଦେଉଛୁ ଯେ ସାକ୍ଷୀ ସୋସିଆଲ୍ ମିଡ଼ିଆରେ ଖୁବ୍ ସକ୍ରିୟ ନଜର ଆସନ୍ତି । ସେ ଅଧିକାଂଶ ସମୟରେ ନିଜ ଫୋଟ ଓ ଭିଡ଼ିଓ ସେୟାର୍ କରନ୍ତି । ସାକ୍ଷୀଙ୍କ ଫ୍ୟାନ୍ ଫୋଲୋଇଂ କୌଣସି ଷ୍ଟାର୍ ଠାରୁ କମ୍ ନୁହେଁ ।

ଅନ୍ୟପଟେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ ମହେନ୍ଦ୍ର ସିଂହ ଧୋନୀ ନିଜ ରାଞ୍ଚୀ ସ୍ଥିତ ଘରେ ରୁହନ୍ତି । ଏଠାରେ ତାଙ୍କର ଏକ ବଡ଼ ଫାର୍ମ ହାଉସ୍ ଅଛି । ଫାର୍ମ ହାଉସରେ ଧୋନୀ ଜୈବିକ ଚାଷ ମଧ୍ୟ କରନ୍ତି, ଯାହାର ଉତ୍ପାଦନ ବର୍ତ୍ତମାନ ବଜାରରେ ବିକ୍ରି ହେବା ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *