କରୋନାକୁ ନେଇ ଦିଲ୍ଲୀରେ ଜାରି ହେବ ନୂଆ କଟକଣା : ଏକ ସାକ୍ଷାତକରରେ ପ୍ରକାଶ କରିଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ !

କରୋନାକୁ ନେଇ ଦିଲ୍ଲୀରେ ଜାରି ହେବ ନୂଆ କଟକଣା : ଏକ ସାକ୍ଷାତକରରେ ପ୍ରକାଶ କରିଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ ୧୦/୦୪: ‘ଲକ୍‌ଡାଉନ୍‌’ ନୁହେଁ, ଦିଲ୍ଲୀରେ ଖୁବ୍‌ ଶୀଘ୍ର ନୂଆ କଟକଣା ଜାରି ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କୋଭିଡ୍‌-୧୯ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ଓ ଏଥିନିମନ୍ତେ ଥିବା ବୟସ ବର୍ଗ ଉଚ୍ଛେଦ କରାଯିବା ଆବଶ୍ୟକ ।

ସେ କହିଛନ୍ତି, ଯଥେଷ୍ଟ ପରିମାଣର ଟିକା ମିଳିବା ସଙ୍ଗେସଙ୍ଗେ ଟିକା ନେବା ପାଇଁ ନିର୍ଦ୍ଧାରଣ ହୋଇଥିବା ବୟସ ବର୍ଗ ଉଚ୍ଛେଦ କରାଗଲେ ଦିଲ୍ଲୀରେ ଆମେ ଦୁଇ ତିନି ମାସ ମଧ୍ୟରେ ଲୋକମାନଙ୍କୁ ଟିକା ଦେଇପାରିବୁ । ସମ୍ପ୍ରତି ଆମ ପାଖରେ ୭ ରୁ ୧୦ ଦିନ ପର୍ଯ୍ୟନ୍ତ ଦେବା ପାଇଁ ଟିକା ଅଛି । ଟିକାକରଣ ତ୍ୱରାନ୍ଵିତ କରିବା ଲାଗି ଆମେ ନିର୍ଦ୍ଧାରିତ ବୟସ ବର୍ଗ ଉଠାଇ ଦେବା ଆବଶ୍ୟକ । ଦିଲ୍ଲୀରେ ଖୁବ୍‌ ଶୀଘ୍ର ନୂଆ କଟକଣା ଜାରି କରାଯିବ ।

ଦେଶର ଅନ୍ୟାନ୍ୟ ଆଞ୍ଚଳ ସହ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଶ୍ରୁକ୍ରବାର ଦିନ କେଜ୍ରିଓ୍ଵାଲ୍‌ ଦିଲ୍ଲୀରେ ଥିବା ସବୁ ସ୍କୁଲ ଓ କଲେଜ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।

ଏହା ବ୍ୟତିତ, ଟିକାକରଣ ତ୍ୱରାନ୍ଵିତ କରିବା ଲାଗି ଶୁକ୍ରବାର ଦିନ ଉପରାଜ୍ୟପାଳ ଅନୀଲ ବୈଜଲ୍‌ଙ୍କ ସହ ବୈଠକ ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏଥିସହ ଟିକା ନେବା ପାଇଁ ମଧ୍ୟ ଲୋକମାନଙ୍କୁ ସଚେତନ କରାଇବା ଲାଗି ଅଭିଯାନ ଚଳାଇବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *