ଏକଦା ଦୁଇ ଓଳି ଦୁଇ ମୁଠା ଖାଇବାକୁ ଠିକରେ ମିଳୁନଥିଲା । ବର୍ତ୍ତମାନ ଗୋଟିଏ ଏପିଷୋଡ଼ରୁ ହିଁ ଏତେ ଟଙ୍କା ରୋଜଗାର କରୁଛନ୍ତି ‘ଖଜୁର’ !

ଏକଦା ଦୁଇ ଓଳି ଦୁଇ ମୁଠା ଖାଇବାକୁ ଠିକରେ ମିଳୁନଥିଲା । ବର୍ତ୍ତମାନ ଗୋଟିଏ ଏପିଷୋଡ଼ରୁ ହିଁ ଏତେ ଟଙ୍କା ରୋଜଗାର କରୁଛନ୍ତି ‘ଖଜୁର’ !

କାର୍ତ୍ତିକେୟ ଯେତେବେଳେ କୋଲକାତା ଯାଇଥିଲେ ତାଙ୍କୁ ଏକ ବଡ଼ ହୋଟେଲର ଏସୀ (A/C) ରୁମରେ ରଖା ଯାଇଥିଲା । ହୋଟେଲରୁ ମିଳୁଥିବା ଖାଦ୍ୟକୁ ଅଧା ଖାଇ ବାକିକୁ ସଞ୍ଚୟ କରି ରଖୁଥିଲେ ।

ବିହାରର ପାଟଣାରେ ରହୁଥିବା ୧୩ ବର୍ଷୀୟ ପୁଅ ଯାହାଙ୍କୁ ‘ଦ କପିଲ୍ ଶର୍ମା ଶୋ’ ନୂଆଁ ନାମ ଦେଇଥିଲା ଖଜୁର । କପିଲ ଶର୍ମା ଶୋ’ର ସଦସ୍ୟ ହେବା ପୂର୍ବରୁ ଖଜୁରଙ୍କୁ ଲୋକମାନେ ତାଙ୍କର ଅସଲି ନାମ କାର୍ତ୍ତିକେୟ ରାଜ୍ ଦ୍ୱାରା ହିଁ ଚିହ୍ନୁଥିଲେ । କିନ୍ତୁ ୨୦୧୬ରେ ଯେତେବେଳେ ସେ କପିଲଙ୍କ ଶୋ’ରେ ନଜର ଆସିଲେ ସେତେବେଳେ କେବଳ ତାଙ୍କର ଭାଗ୍ୟ ନୁହେଁ ବରଂ ସେ ଟିଭିର ହାସ୍ୟ କଳାକାର ରୂପରେ ମଧ୍ୟ ଖ୍ୟାତି ଅର୍ଜନ କରିପାରିଥିଲେ ।

google

କାର୍ତ୍ତିକେୟ ରାଜଙ୍କ ପାଖରେ ହୁଏତ ଆଜି ନେମ୍ – ଫେମ୍ ଏବଂ ଟଙ୍କା ଆସିଯାଇଛି କିନ୍ତୁ ଗୋଟିଏ ସମୟ ଏପରି ଥିଲା ଯେତେବେଳେ ତାଙ୍କ ପରିବାରକୁ ଦୁଇ ଓଳିର ଖାଦ୍ୟ ମଧ୍ୟ ମିଳୁନଥିଲା । କପିଲଙ୍କ ଶୋ’ରେ ନିଜ କମେଡ଼ି ଦ୍ଵାରା ଧମାଲ ସୃଷ୍ଟି କରୁଥିବା ଏହି କୁନି କଳାକାରଙ୍କ ସଂଘର୍ଷ ବିଷୟରେ ଶୁଣି ଆପଣଙ୍କ ଆଖି ଅଶ୍ରୁରେ ଭରିଯିବ ।

ପାଟଣାର ସୈଦପୁରରେ ରହୁଥିବା କାର୍ତ୍ତିକେୟ ରାଜ୍ ଏକ ଅତି ଗରିବ ପରିବାରର ଥିଲେ । କାର୍ତ୍ତିକେୟଙ୍କ ପିତା ବହୁ କଷ୍ଟରେ ପରିବାରର ପ୍ରତିପୋଷଣ କରୁଥିଲେ । ଗରିବ ହୋଇ ମଧ୍ୟ କାର୍ତ୍ତିକେୟଙ୍କ ବାପା ଅତି କଷ୍ଟରେ ତାଙ୍କର ଭାଇ ଭଉଣୀକୁ ପାଠ ପଢ଼ାଇବାରେ କୌଣସି ହେଳା କରି ନଥିଲେ ।

ଭାଇଙ୍କ ପାଇଁ ଅଭିନୟରେ ରୁଚି ଆସିଥିଲା :-

google

କାର୍ତ୍ତିକେୟ ନିଜର ସାନ ଭାଇ ଅଭିଷେକଙ୍କ ସହିତ ସ୍କୁଲ ଯାଉଥିଲେ କିନ୍ତୁ ପାଠ ପଢ଼ାରେ ଆଦୋୖ ମନ ଲାଗୁ ନଥିଲା । ସେ ସାରାଦିନ ବସ୍ତିର ପିଲାଙ୍କ ସହିତ ଖେଳ କୁଦରେ ବିତାଉଥିଲେ । ତାଙ୍କ ଭାଇ ହିଁ କାର୍ତ୍ତିକେୟଙ୍କୁ ଅଭିନୟ ଶିଖାଇବାକୁ କହିଥିଲେ । ଏହି କରାଣରୁ ସେ ସରକାରଙ୍କ ଠାରୁ ସହାୟତା ପ୍ରାପ୍ତ କରି ଏକ ଅଭିନୟ ସ୍କୁଲ ଖୋଲିଲେ ଯେଉଁଠି ଅଭିନୟ ଶିକ୍ଷା ଦିଆଯାଉଥିଲା । ଦୁହେଁ ଅନେକ ସମୟ ପର୍ଯ୍ୟନ୍ତ ଅଭିନୟ ଶିଖୁଥିଲେ ।

ବେସ୍ଟ ଡ୍ରାମେବାଜ୍ ବଦଳାଇଥିଲା ଭାଗ୍ୟ :-

google

୨୦୧୩ରେ କାର୍ତ୍ତିକେୟଙ୍କ ଭାଗ୍ୟ ଖୋଲି ଯାଇଥିଲା । ଏହି ବର୍ଷ ଜୀ ଟିଭିର ଚର୍ଚ୍ଚିତ କମେଡି ଶୋ ‘ ବେସ୍ଟ ଡ୍ରାମେବାଜ୍ ‘ ସେ ଚୟନ ହୋଇଥିଲେ । ଏହି ଶୋ’ରେ କାର୍ତ୍ତିକେୟଙ୍କ ଚୟନ ହେବା କାରଣରୁ ତାଙ୍କ ପରିବାର ଲୋକେ ବହୁତ ଖୁସି ହୋଇଥିଲେ । ଏହା ତାଙ୍କ ପରିବାର ପାଇଁ ଏକ ବଡ଼ ଉପଲବ୍ଧି ଥିଲା । ଏହାପରେ ଶୋ’ର ଟିମ୍ କାର୍ତ୍ତିକେୟ ଏବଂ ତାଙ୍କ ସହିତ ଚୟନ ହୋଇଥିବା ଅନ୍ୟ ପିଲାଙ୍କୁ କୋଲକାତା ନେଇ ଯାଇଥିଲେ ।

ହୋଟେଲରେ ମିଳୁଥିବା ଖାଦ୍ୟକୁ ସଞ୍ଚୟ କରି ଘରକୁ ନେଇ ଯାଉଥିଲେ କାର୍ତ୍ତିକେୟ :-

google

କାର୍ତ୍ତିକେୟ ଯେତେବେଳେ କୋଲକାତା ଯାଇଥିଲେ ତାଙ୍କୁ ଏକ ବଡ଼ ହୋଟେଲରେ ଏସୀ ରୁମରେ ରଖାଯାଇଥିଲା । ହୋଟେଲ ରୁ ମିଳୁଥିବା ଖାଦ୍ୟକୁ ସେ ଅଧା ଖାଇ ଆଉ ଅଧା ସଞ୍ଚୟ କରୁଥିଲେ । ପୁଣି ତାହାକୁ ଘରକୁ ନେଇ ଯାଉଥିଲେ । ତାହାକୁ ନିଜ ମାଆଙ୍କୁ ଦେଇ କହିଥିଲେ ଯେ, ସେ କେବେ ବଡ଼ ହୋଟେଲର ଖାଦ୍ୟ ଖାଇ ନାହାନ୍ତି, ତେଣୁ ସେ ଖାଦ୍ୟ ଚୋରି କରି ଆଣିଛନ୍ତି ।

ଖଜୁର ଭୂମିକାରୁ ହିଁ ମିଳିଥିଲା ଲୋକପ୍ରିୟତା :-

ବେସ୍ଟ ଡ୍ରାମେବାଜ୍ ଶୋ’ର ଷଷ୍ଠ ରାଉଣ୍ଡରେ କାର୍ତ୍ତିକେୟଙ୍କ ଉପରେ କପିଲଙ୍କର ନଜର ପଡ଼ିଥିଲା । କପିଲ କାର୍ତ୍ତିକେୟଙ୍କ ଅଭିନୟରେ ଖୁସି ହୋଇଥିଲେ । ତାଙ୍କୁ ଶୋ ପାଇଁ ଅଫର ମଧ୍ୟ ଦେଇଥିଲେ । କାର୍ତ୍ତିକେୟଙ୍କ ଓଡୀଶନ ହୋଇଥିଲା ଏବଂ ତା’ପରେ ତାଙ୍କ ଶୋ’ର ସଦସ୍ୟ ହେବାକୁ ସୁଯୋଗ ମିଳିଥିଲା । ତାପରେ କାର୍ତ୍ତିକେୟ ରାଜ୍ ଖଜୁର ନାମରେ ସମସ୍ତଙ୍କ ହୃଦୟରେ ରାଜତ୍ୱ କରିଲେ । କାର୍ତ୍ତିକେୟ କପିଲଙ୍କ ଶୋ’ର ସେହି ସମୟକୁ ସବୁଠାରୁ ସ୍ମରଣୀୟ ମାନନ୍ତି ଯେଉଁଥିରେ ସେ ଐଶ୍ୱର୍ଯ୍ୟାଙ୍କ ପୁଅ ହୋଇଥିଲେ ।

୧୩ ବର୍ଷର କାର୍ତ୍ତିକେୟ ରାଜ୍ ବର୍ତ୍ତମାନ ମୁମ୍ବାଇରେ ରହନ୍ତି । ପରିବାରର କିଛି ଲୋକ ଖଜୁରଙ୍କ ସହିତ ରହନ୍ତି ଏବଂ ବାକି ଲୋକ ପାଟଣା ସ୍ଥିତ ଘରେ ରହନ୍ତି । କାର୍ତ୍ତିକେୟ ଏବେ ଅଭିନୟ ସହିତ ପାଠ ମଧ୍ୟ ପଢ଼ନ୍ତି । କୌଣସି ସମୟରେ ଦୁଇ ଓଳିର ଖାଦ୍ୟ ପାଇଁ ସଂଘର୍ଷ କରୁଥିବା କାର୍ତ୍ତିକେୟ ଆଜି ଟିଭି ଶୋ’ର ମାତ୍ର ଗୋଟିଏ ଏପିସୋଡ଼ ରୁ ୧ – ୨ ଲକ୍ଷ ଟଙ୍କା ରୋଜଗାର କରନ୍ତି ।

Leave a Reply

Your email address will not be published. Required fields are marked *