ଚାଣକ୍ୟ ନୀତି : ଦୁଃଖ କଷ୍ଟରେ ସହ୍ୟ କରିବା ସତ୍ତ୍ୱେ ମଧ୍ୟ ଏହି ୫ ଜଣକୁ କଦାପି କୁହନ୍ତୁ ନାହିଁ ନିଜର ଗୁପ୍ତା କଥା !

ଚାଣକ୍ୟ ନୀତି : ଦୁଃଖ କଷ୍ଟରେ ସହ୍ୟ କରିବା ସତ୍ତ୍ୱେ ମଧ୍ୟ ଏହି ୫ ଜଣକୁ କଦାପି କୁହନ୍ତୁ ନାହିଁ ନିଜର ଗୁପ୍ତା କଥା !

ଆଚାର୍ଯ୍ୟ ଚାଣକ୍ୟ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ ଏବଂ ଜଣେ ଭଲ ନୀତିକାର ମଧ୍ୟ ଥିଲେ, ଯେଉଁ ନୀତି ଦ୍ୱାରା ସେ ଲୋକ ମାନଙ୍କୁ ମାର୍ଗ ଦର୍ଶନ କରୁଥିଲେ । ଯଦି ତାଙ୍କ ପ୍ରଦତ୍ତ ନୀତିକୁ ଅନୁସରଣ କରିବେ ତାହେଲେ ବ୍ୟକ୍ତି ଜୀବନରେ କେବେ ମଧ୍ୟ ଧୋକା ଖାଇବା ନାହିଁ ଏବଂ ଜୀବନରେ ସଫଳତା ମିଳିଥାଏ । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ମନୁଷ୍ୟ ଜୀବନକୁ ସଫଳ ବନେଇବାକୁ ବହୁତ ନିୟମ ପ୍ରଣୟନ କରିଛନ୍ତି । ଯାହାକୁ ଅପଣାଇଲେ ବ୍ୟକ୍ତି ନିଜ ଜୀବନକୁ ହସ ଖୁସିର ସହ ବିତେଇ ପାରିବ । ସେ ଆହୁରି ମଧ୍ୟ ଏମିତି କିଛି କଥା କହିଥିଲେ ଯାହା ବର୍ତ୍ତମାନ ସମୟରେ ସତ୍ୟ ହେଉଅଛି । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଆଚାର୍ଯ୍ୟ ଚାଣକ୍ୟଙ୍କ ସେହି ୫ଟି ନିୟମ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ନିଜ ଗୁପ୍ତ କଥା କେଉଁ ମାନଙ୍କୁ କହିବା ଉଚିତ ନୁହେଁ ଯାହା ଦ୍ୱାରା ଆପଣ ଅସୁବିଧାରେ ପଡି ପାରନ୍ତି ।

ଧନ ସମ୍ପତ୍ତିର ଲାଳସା ରଖୁଥିବା ବ୍ୟକ୍ତି :

ଯେଉଁ ମନୁଷ୍ୟ ମାନେ ସର୍ବଦା ଧନର ଲାଳସା ରଖିଥାନ୍ତି । ସେମାନେ ବିନା କିଛି କାରଣରେ ଲୋକ ମାନଙ୍କୁ ଅସୁବିଧାରେ ପକାଇ ଥାନ୍ତି । ତେଣୁ ଏହିପରି ବ୍ୟକ୍ତି ମାନଙ୍କୁ ଭୁଲରେ ମଧ୍ୟ ଆପଣ ନିଜ ଗୁପ୍ତ କଥାକୁ କହିବା ଅନୁଚିତ । ନଚେତ ଏହି ବ୍ୟକ୍ତିମାନେ ଅନ୍ୟ ଲୋକର ଟଙ୍କା ଲୋଭରେ ଆସି ଆପଣଙ୍କ ଗୁପ୍ତ କଥାକୁ ଆପଣଙ୍କ ଶତ୍ରୁ ଆଗରେ ପ୍ରକଟ କରି ଦେବେ । ଏଥିପାଇଁ ଏହିପରି ବ୍ୟକ୍ତି ମାନଙ୍କ କେବେ ମଧ୍ୟ ଭରସା କରିବା ଅନୁଚିତ ।

ଚୋରି ଡ଼କାୟତି କରୁଥିବା ଲୋକ

ଯେଉଁ ବ୍ୟକ୍ତିମାନେ ଖରାପ କାର୍ଯ୍ୟରେ ଲିପ୍ତ ରହିଥାନ୍ତି, ଅନ୍ୟ ବ୍ୟକ୍ତିମାନଙ୍କୁ କ୍ଷତି ପହଞ୍ଚାନ୍ତି ଏବଂ ଯେଉଁ ବ୍ୟକ୍ତି ଚୋରି ଡ଼କାୟତି ପରି କାର୍ଯ୍ୟ କରନ୍ତି; ସେମାନେ ନିଜ ଫାଇଦା ପାଇଁ କିଛି ମଧ୍ୟ କରିପାରନ୍ତି । ତେଣୁ ସେହିପରି ବ୍ୟକ୍ତିମାନଙ୍କ ଠାରୁ ଦୁରରେ ରହିବା ଉଚିତ । ଏହା ବ୍ୟତୀତ ଏହିପରି ଖଳ ପ୍ରକୃତିର ବ୍ୟକ୍ତି ମାନଙ୍କୁ ନିଜର କୌଣସି ଗୁପ୍ତ କଥା କହିବା ଉଚିତ ନୁହେଁ ଅନ୍ୟଥା ସେମାନେ ଏହାର ଫାଇଦା ଉଠାଇ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି ।

ମୂର୍ଖ ବ୍ୟକ୍ତି

ଯେଉଁ ବ୍ୟକ୍ତି ମାନେ ଭଲ ମନ୍ଦ ଜାଣି ପାରନ୍ତି ନାହିଁ ପର ଆପଣାର ବନ୍ଧୁ ଆଉ ଶତ୍ରୁ ମଧ୍ୟରେ ପ୍ରଭେଦ କରିପାରନ୍ତି ନାହିଁ ସେହି ବ୍ୟକ୍ତି ମାନଙ୍କ ସମ୍ମୁଖରେ କେବେ ମଧ୍ୟ ଗୁପ୍ତ କଥା କହିବା ଉଚିତ ନୁହେଁ । କାରଣ ସେମାନେ ନିଜ ଅଜାଣତରେ ଆପଣଙ୍କ ଗୁପ୍ତ କଥାକୁ କାହାରି ଆଗରେ ମଧ୍ୟ ପ୍ରକଟ କରି ଦେଇ ପାରନ୍ତି । ଯଦି ଆପଣଙ୍କ ଶତ୍ରୁକୁ ଏହି କଥା ଅବଗତ ହୋଇଯାଏ ତାହେଲେ ଆପଣ ଅସୁବିଧାରେ ପଡି ପାରନ୍ତି । ତେଣୁ ଏହି କଥା ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ ।

ଛୋଟ ଛୁଆ

ଯେ କୌଣସି ଛୋଟ ଛୁଆ ମାନଙ୍କୁ ଆପଣ ନିଜର କୌଣସି ମଧ୍ୟ ଗୁପ୍ତ କଥା କହିବା ଉଚିତ ନୁହେଁ । କାରଣ ସେମାନଙ୍କୁ କାହା ସମ୍ମୁଖରେ କେଉଁ କଥା କୁହାଯାଏ ତାହା ଜଣା ନଥାଏ । ଏହିପରି ପରିସ୍ଥିତିରେ ଯଦି କୌଣସି ଛୋଟ ଛୁଆ ଆପଣଙ୍କ ଗୁପ୍ତ କଥା ଶୁଣେ ତେବେ ଏହା ମଧ୍ୟ ହୋଇପାରେ ସେ କାହାରି ଏହିପରି ଲୋକ ଆଗରେ ପ୍ରକାଶ କରିଦେବ ଯିଏ ଆପଣଙ୍କୁ ଅସୁବିଧାରେ ପକେଇବାକୁ ଚାହୁଁଥିବ । ତେଣୁ କୌଣସି ମଧ୍ୟ ଛୋଟ ଛୁଆ ସମ୍ମୁଖରେ ଆପଣଙ୍କ ଗୁପ୍ତ କଥା କୁହନ୍ତୁ ନାହିଁ ।

ମହିଳା

ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସାରେ କୌଣସି ମହିଳାଙ୍କୁ ନିଜ ଗୁପ୍ତ କଥା କହିବା ଅନୁଚିତ । କାରଣ ମହିଳା ମାନଙ୍କ ମନ ବହୁତ ଚଞ୍ଚଳ ଅଟେ । ମହିଳା ମାନେ କୌଣସି ମଧ୍ୟ କଥାକୁ ବହୁତ ସମୟ ପର୍ଯ୍ୟନ୍ତ ଲୁଚାଇ ରଖିପାରର୍ନ୍ତି ନାହିଁ । ଏବଂ ଅନ୍ୟ ମାନଙ୍କ ସମ୍ମୁଖରେ ପ୍ରକାଶ କରି ଦେଇଥାନ୍ତି । ଯାହା ପାଇଁ ପରିବାରର ସମ୍ମାନ ଉପରେ ଆଞ୍ଚ ଆସିଥାଏ । ତେଣୁ କୌଣସି ମହିଳାକୁ ନିଜ ଗୁପ୍ତ କଥା କୁହନ୍ତୁ ନାହିଁ ।

ଯଦି ଅନୁଛେଦଟି ପସନ୍ଦ ଆସେ ତେବେ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ !

Leave a Reply

Your email address will not be published. Required fields are marked *