ବଡ ଖୁଲାସା କଲେ ପ୍ରିୟଙ୍କାଙ୍କ ଭଉଣୀ ମୀରା ଚୋପ୍ରା ! କହିଲେ ପ୍ରିୟଙ୍କାଙ୍କ ଭଉଣୀ ହୋଇଥିବା ଯୋଗୁ ମତେ ମିଳିଲା ନାହିଁ କାମ…

ବଡ ଖୁଲାସା କଲେ ପ୍ରିୟଙ୍କାଙ୍କ ଭଉଣୀ ମୀରା ଚୋପ୍ରା ! କହିଲେ ପ୍ରିୟଙ୍କାଙ୍କ ଭଉଣୀ ହୋଇଥିବା ଯୋଗୁ ମତେ ମିଳିଲା ନାହିଁ କାମ…

ପ୍ରିୟଙ୍କା ଚୋପ୍ରାଙ୍କ କକେଇଙ୍କ ଝିଅ ଭଉଣୀ ମୀରା ଚୋପ୍ରା ନିକଟରେ ଦେଇଥିବା ଏକ ଇଣ୍ଟରଭିଉରେ ଏକ ବଡ ଖୁଲାସା କରିଛନ୍ତି । ମୀରା ଚୋପ୍ରା କହିଛନ୍ତି ଯେ ପ୍ରିୟଙ୍କାଙ୍କ ଭଉଣୀ ହୋଇଥିବା ସତ୍ତ୍ୱେ ମଧ୍ୟ ତାଙ୍କୁ ସେପରି କୌଣସି ସୁବିଧା ମିଲିନାହିଁ । ସେ ନିଜ ଅସଫଳତା ପାଇଁ ମଧ୍ୟ ପ୍ରିୟଙ୍କାଙ୍କୁ ଦାୟୀ କରିଛନ୍ତି ।

ମୀରା ୨୦୦୫ ମସିହାରେ ଏକ ତାମିଲ୍ ଫିଲ୍ମ ଜରିଆରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ପରେ ୨୦୧୪ ମସିହାରେ ସେ ସତୀଶ କୌଶିକଙ୍କ ଫିଲ୍ମ ‘ଗ୍ୟାଙ୍ଗ ଅଫ୍ ଘୋଷ୍ଟ’ ଦ୍ୱାରା ବଲିଉଡ଼ରେ ଡେବ୍ୟୁ କରିଥିଲେ । ସେ ତାମିଲ୍ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମରେ କାମ କରିଛନ୍ତି ।

ମୀରା ଚୋପ୍ରା ବଲିଉଡ ବ୍ୟତୀତ ତାମିଲ୍ ଏବଂ ତେଲଗୁ ଫିଲ୍ମରେ କାମ କରିଛନ୍ତି । ବଲିଉଡରେ ଡେବ୍ୟୁ କରିବା ସମୟରେ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ କାରଣ ସେ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ଥିଲେ । ମୀରା ଚୋପ୍ରା କହିଛନ୍ତି ଯେ ସେ ପ୍ରିୟଙ୍କାଙ୍କ ଭଉଣୀ ବୋଲି ଲୋକ ତାଙ୍କୁ ପସନ୍ଦ କରୁନଥିଲେ କିନ୍ତୁ ପ୍ରିୟଙ୍କା ସିଫାରିସରେ ତାଙ୍କୁ କୌଣସି ରୋଲ୍ ମିଳିନାହିଁ ।

ମୀରା କହିଛନ୍ତି ଯେ, “ପ୍ରିୟଙ୍କା ମତେ କୌଣସି କାମ ଦେଇନାହାନ୍ତି । ପ୍ରିୟଙ୍କାଙ୍କ ଭଉଣୀ ହୋଇଥିବା ଯୋଗୁଁ ମତେ କୌଣସି ପ୍ରଡ୍ୟୁସର୍ କାଷ୍ଟ କରୁନଥିଲେ । ପ୍ରିୟଙ୍କାଙ୍କ ଭଉଣୀ ହୋଇଥିବାରୁ ମୋ କ୍ୟାରିଅର୍ ଉପରେ ଏହାର ଖରାପ ପ୍ରଭାବ ପଡିଲା କିନ୍ତୁ ଲୋକମାନେ ମତେ ଗମ୍ଭୀରତାର ସହ ନେବା ଆରମ୍ଭ କରିଦେଇଥିଲେ ।

ମୀରା ଶେଷଥର ପାଇଁ ଫିଲ୍ମ ‘ସେକ୍ସନ୍-୩୭୫’ରେ ନଜର ଆସିଥିଲେ । ଏହାପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସିନାହାନ୍ତି । ସେ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଡେବ୍ୟୁ କରିସାରିଛନ୍ତି । ଆଗକୁ ସେ ‘କମାଠିପୁରା’ରେ ‘ଲିଡ୍ ରୋଲ୍’ରେ ଆସିବେ ।

ଜଲଦି ସେ ‘ନାସ୍ତିକ’ ଫିଲ୍ମରେ ନଜର ଆସିବେ ଯେଉଁଥିରେ ଅର୍ଜୁନ୍ ରାମପାଲ୍ ମୁଖ୍ୟ ଭୂମିକାରେ ରହିବେ ।

Leave a Reply

Your email address will not be published. Required fields are marked *