ନା ସାମାଜିକ ଦୂରତ୍ୱ ନା ମାସ୍କ, ତଥାପି ହେଉଛି ଅଶ୍ଳୀଳ ଡାନ୍ସ ! ଦେଖନ୍ତୁ ଭିଡ଼ିଓ…

ନା ସାମାଜିକ ଦୂରତ୍ୱ ନା ମାସ୍କ, ତଥାପି ହେଉଛି ଅଶ୍ଳୀଳ ଡାନ୍ସ ! ଦେଖନ୍ତୁ ଭିଡ଼ିଓ…

ଆଜମଗଡ଼ ଗୋଟିଏ ପଟରେ ଯେଉଁଠି ସରକାରଙ୍କ ଠାରୁ ଆରମ୍ଭ କରି ହସ୍ପିଟାଲ୍ ଏବଂ ଡାକ୍ତର ମାନଙ୍କ ଚିକିତ୍ସା ମଧ୍ୟ ଫେଲ୍ ହେଉଛି । ସେଠାରେ ପ୍ରତିଦିନ କରୋନା ମହାମାରୀକୁ ନେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ କେବଳ ପୋଜିଟିଭ୍ ନୁହଁନ୍ତି ବରଂ ଦ୍ରଜନ୍ ସଂଖ୍ୟାରେ ମୃତ ଶରୀର ହସ୍ପିଟାଲରୁ ବାହାରୁଛନ୍ତି । କିନ୍ତୁ ଲକ୍ଷ ଲକ୍ଷ ଚେଷ୍ଟା ଏବଂ ପ୍ରଚେଷ୍ଟା ସତ୍ତ୍ୱେ ବି ଲୋକ ନିଜର ଜୀବନ ବଞ୍ଚାଇ ପାରୁ ନାହାଁନ୍ତି ।

କରୋନା ମହାମାରୀ ବର୍ତ୍ତମାନ ନିଜର କାୟା ଏହିଭଳି ଭାବରେ ବିସ୍ତାର କରିଛି ଯେ ଆଜମଗଡ଼ ଜିଲ୍ଲାର ପ୍ରତି ଷଷ୍ଠ ତମ ବ୍ୟକ୍ତି କରୋନା ପୋଜିଟିଭ୍ କିମ୍ବା ରୋଗଗ୍ରସ୍ତ ଅଛନ୍ତି । ସରକାରଙ୍କର ସବୁ ଉଦ୍ୟମ ଫେଲ୍ ହୋଇ ଯାଉଛି । ହସ୍ପିଟାଲରେ ଜାଗା ନାହିଁ ଏବଂ ଡାକ୍ତର ମଧ୍ୟ ଦେଖିବାକୁ ପ୍ରସ୍ତୁତ ନୁହଁନ୍ତି । ରୋଗୀ ଏବଂ ସେମାନଙ୍କ ପରିଜନ୍ ନିଜର ଚିକିତ୍ସା ପାଇଁ ଚିନ୍ତିତ ଅଛନ୍ତି ଏବଂ ଅକ୍ସୀଜେନ୍ ସିଲିଣ୍ଡର୍ ପାଇଁ ଏଠି ସେଠି ଘୁରି ବୁଲୁଛନ୍ତି ।

ଏମିତି ସମୟରେ ଏସବୁ ମହାମାରୀରେ ଆଦୌ ଚିନ୍ତିତ ନହୋଇ ବିବାହରେ ସାମାଜିକ ଦୂରତ୍ୱର ଉଲଂଘନ, ବିନା ମାସ୍କରେ ରହିବା କେବଳ ସେତିକି ନୁହେଁ ନର୍ମଦାର ଅଶ୍ଳୀଳ ଡାନ୍ସ କରାଇ ତାଙ୍କ ସହିତ ଡାନ୍ସ କରାଯାଉଛି । ସିଧାରୀ ଥାନା ଅନ୍ତର୍ଗତ ଏକ ‘ମ୍ୟାରେଜ୍ ହୋଲ୍’ରେ ଚାଲିଥିବା ଏହି କାର୍ଯ୍ୟକ୍ରମର ଭିଡ଼ିଓ ମଧ୍ୟ ଭାଇରଲ୍ ହୋଇଛି ଯେଉଁଥିରେ ବର ବଧୂ ଏବଂ ତାଙ୍କ ସହିତ ଆସିଥିବା ବର ଯାତ୍ରୀ ଡାନ୍ସ କରିଛନ୍ତି ଯେଉଁଥିରେ ଏହା ଜଣା ପଡ଼ିଛି ଯେ ସେମାନଙ୍କୁ ଏହି ଭୟଙ୍କ ରୋଗର କୌଣସି ଭୟ ନାହିଁ ।

ମାତ୍ର ବର୍ତ୍ତମାନ ଏହି ପ୍ରଶ୍ନ ଉଠିଛି ଯେ କଣ ବିବାହ ଉତ୍ସବ ଦିନରେ ଖୁସି ମନାଇବା ଏହି ଭୟଙ୍କର ସମୟରେ କେତେ ଜରୁରୀ ଅଟେ । କଣ ଏହି ପ୍ରକାରର କାର୍ଯ୍ୟକ୍ରମରେ ତାଙ୍କୁ ବିପଦ ନାହିଁ ଯେଉଁଠି କରୋନା ନିଜର କାୟା ସବୁଠି ବିସ୍ତାର କରି ଦେଇଛି । ତେବେ ଏଥିପାଇଁ ସରକାର ଦାୟୀ, ସ୍ଥାନୀୟ ପ୍ରଶାସନ ଦାୟୀ ନା ବ୍ୟକ୍ତିଙ୍କର ନୈତିକତା ଦାୟୀ ?

Leave a Reply

Your email address will not be published. Required fields are marked *