ନେହେରୁ କରିଥିଲେ ୩ଟି ବଡ଼ ଭୁଲ୍ । ଯାହାର ଦଣ୍ଡ ଆଜି ମଧ୍ୟ ଭୋଗୁଛି ଭାରତ !

କୁହାଯାଏ ଯେ ଇତିହାସରେ ନିଆଯାଇଥିବା ଏକ ସଠିକ୍ ନିଷ୍ପତ୍ତି ଆପଣଙ୍କର ଭାଗ୍ୟକୁ ପରିବର୍ତ୍ତନ କରିଦିଏ, ଏଥିସହିତ ଏକ ଭୁଲ୍ ନିଷ୍ପତ୍ତିର ଦଣ୍ଡ ଆପଣଙ୍କୁ ଦୀର୍ଘ ସମୟ ଧରି ଭୋଗିବାକୁ ପଡିପାରେ । କାଶ୍ମୀର ସହ ମଧ୍ୟ ଏହିପରି କିଛି ହୋଇଅଛି । ଆଜି କାଶ୍ମୀରରେ ଯେଉଁ ସମସ୍ୟା ଅଛି, ତାହା କେବଳ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ କାରଣରୁ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଭୁଲ୍ ନିଷ୍ପତ୍ତି ଯୋଗୁଁ ଆଜି କାଶ୍ମୀର ପ୍ରସଙ୍ଗ ଦେଶରେ ଜଟିଳ ହୋଇପଡିଛି ଏବଂ ସେହି କାରଣରୁ ଅନେକ ସୈନିକଙ୍କୁ ସହିଦ୍ ହେବାକୁ ପଡୁଅଛି, କିନ୍ତୁ ଏହି ମାମଲା ଏପର୍ଯ୍ୟନ୍ତ ଥଣ୍ଡା ହୋଇ ପାରିନାହିଁ । ତେବେ ଆସନ୍ତୁ ଜାଣିବା ଆମର ଏହି ଆର୍ଟିକିଲରେ ଆପଣଙ୍କ ପାଇଁ କଣ ବିଶେଷତା ରହିଛି ।

କୁହାଯାଏ ଯେ କାଶ୍ମୀରର ମହାରାଜା ବିନା ସର୍ତ୍ତରେ ନିଜ ରାଜ୍ୟକୁ ଭାରତ ସହିତ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେତେବେଳେ ନେହେରୁ ସେହି ପ୍ରସ୍ତାବକୁ ଶେଖ ଅବଦୁଲ୍ଲାଙ୍କ ସମ୍ମତି ବୋଲି କହିଥିଲେ । ଯଦି ପଣ୍ଡିତ ନେହେରୁ ସେହି ପ୍ରସ୍ତାବକୁ ସେହି ସମୟରେ ଗ୍ରହଣ କରି ନେଇଥାନ୍ତେ, ତେବେ ବୋଧହୁଏ କାଶ୍ମୀରର ସମସ୍ୟା ଆମ ଆଗରେ ଆଜି ରହିନଥାନ୍ତା । କେବଳ ଏତିକି ନୁହେଁ, ପଣ୍ଡିତ ନେହେରୁଙ୍କ ଶାସନ କାଳରୁ କାଶ୍ମୀର ସହ ଜଡିତ ସମସ୍ତ ସମସ୍ୟା ଚାଲି ଆସୁଛି ବୋଲି ବିଶେଷଜ୍ଞ ମାନେ କହିଛନ୍ତି, ଯାହାର ଶେଷ ହେବ ଏବଂ କାହାର ଶାସନରେ ହେବ ତାହା କହିବା ମଧ୍ୟ କଷ୍ଟକର ହୋଇପଡିଛି । ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ନେହେରୁଙ୍କ ତିନୋଟି ଭୁଲ୍ ନିଷ୍ପତ୍ତି ବିଷୟରେ କହିବାକୁ ଯାଉଛୁ ।

ନେହେରୁଙ୍କର ତିନୋଟି ଭୁଲ୍ ନିଷ୍ପତ୍ତି:-

ସ୍ୱାଧୀନତା ସମୟରେ ଭାରତରେ ପ୍ରାୟତଃ ୬୦୦ଟି ରାଜ୍ୟର ମିଶ୍ରଣ ପାଇଁ ନୂତନ ନିୟମ ପ୍ରଣୟନ କରାଯାଇଥିଲା, ସେଥିମଧ୍ୟରୁ ସର୍ଦ୍ଦାର ପଟେଲଙ୍କ ଇଚ୍ଛାରେ ଏକ ଡଜନ ରାଜ୍ୟ ଭାରତରେ ମିଶ୍ରିତ ହୋଇ ଯାଇଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ନେହେରୁ କାଶ୍ମୀର ରାଜ୍ୟ ପ୍ରସଙ୍ଗକୁ ନିଜ ପାଖରେ ରଖିଥିଲେ ଓ ସେହି ଦିନଠାରୁ ନେହେରୁଙ୍କ ତିନୋଟି ବଡ ଭୁଲ୍ ନିଷ୍ପତ୍ତିର ଦଣ୍ଡ ଆଜି ପର୍ଯ୍ୟନ୍ତ ଦେଶ ଭୋଗୁଛି:-

୧) ମିଳିତ ଜାତିସଂଘକୁ କାଶ୍ମୀର ପ୍ରସଙ୍ଗ ନେଇଯିବା:-

ନେହେରୁ ନିଜେ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘକୁ ନେଇ ଯାଇଥିଲେ, ଯେଉଁଠାରେ ପାକିସ୍ତାନକୁ ଏହି କଥାର ଲାଭ ମିଳିଥିଲା ଏବଂ ଆଜି ମଧ୍ୟ ଏହି ପ୍ରସଙ୍ଗ ମିଳିତ ଜାତିସଂଘରେ ଅଟକି ରହିଛି ଏବଂ ପ୍ରତିବର୍ଷ ଆଲୋଚନା ଚାଲିଛି । କେବଳ ଏତିକି ନୁହେଁ , ପ୍ରତ୍ୟେକ ଥର ମିଳିତ ଜାତିସଂଘରେ ଏହି ପ୍ରସଙ୍ଗ ପାଇଁ ଭାରତକୁ ଲଜ୍ଜିତ ହେବାକୁ ପଡ଼ିଥାଏ ଏବଂ ଏପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇ ପାରିନାହିଁ ।

୨) ୧୯୪୮ ମସିହାରେ ଭାରତ ଏବଂ ପାକିସ୍ଥାନ ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିବା:-

୧୯୪୮ ମସିହାରେ ଯେତେବେଳେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ହୋଇଥିଲା, ସେତେବେଳେ ଭାରତୀୟ ସେନା ପାକିସ୍ତାନୀ ମାନଙ୍କୁ ଘଉଡାଇବାରେ ସଫଳ ହୋଇଥିଲା ଏବଂ ଭାରତୀୟ ସେନା ବାଲୁଚିସ୍ତାନକୁ ଦଖଲ କରି ନେଇଥିଲା । କେବଳ ଏତିକି ନୁହେଁ, ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରାଯାଇଥିଲା ଏବଂ ବାଲୁଚିସ୍ତାନର ସମସ୍ତ ଆଦିବାସୀ ଗୋଷ୍ଠୀର ସଂସଦ (ଜିରଗା) ମାନେ ଭାରତ ସହିତ ରହିବାକୁ ଚାହୁଁଥିବାର ପ୍ରସ୍ତାବ ପାରିତ କରିଥିଲେ, କିନ୍ତୁ ହଠାତ ସେହି ସମୟରେ ପଣ୍ଡିତ ନେହେରୁ ଅସ୍ତ୍ରବିରତିର ଘୋଷଣା କରିଥିଲେ, କାରଣ ସେମାନେ ଶାନ୍ତିର ପରିବେଶ ଚାହୁଁଥିଲେ ।

୩) ଧାରା ୩୭୦ ଅନୁଯାୟୀ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା:-

ଯଦି ନେହେରୁ ସେହି ସମୟରେ କାଶ୍ମୀରର ମହାରାଜାଙ୍କ ପ୍ରସ୍ତାବକୁ ଗ୍ରହଣ କରି ନେଇଥାନ୍ତେ, ତେବେ ଆଜି କାଶ୍ମୀର ପ୍ରସଙ୍ଗର କୌଣସି ବିବାଦ ହୋଇନଥାନ୍ତା ଏବଂ କାଶ୍ମୀରରେ ଭାରତର ସମସ୍ତ ନିୟମ ପ୍ରଯୁଜ୍ୟ ହୋଇଥାନ୍ତା । ଏଭଳି ପରିସ୍ଥିତିରେ ନେହେରୁ ସେହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ ଏବଂ କାଶ୍ମୀରକୁ ଏକ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଇଥିଲେ, ଯାହାପରେ ସେଠାରେ ୩୭୦ ଲାଗୁ ହୋଇଥିଲା ଏବଂ ଆଜି ମଧ୍ୟ ଏହାର ଲଢେଇ ଜାରି ରହିଛି ।

Be the first to comment

Leave a Reply

Your email address will not be published.


*