ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କଡ଼ ଏହି ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ । ନାମ ଜାଣିଲେ ନିଦ ହଜିଯିବ ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଚଳଚ୍ଚିତ୍ର ଇତିହାସ ଆମକୁ ଅନେକ ମହାନ ଗାୟକ ଦେଇଛନ୍ତି । ସେହି ମହାନ ଗାୟକମାନଙ୍କ ମଧ୍ୟରେ ଅଛନ୍ତି ମହମ୍ମଦ ରଫି, ଲତା ମଙ୍ଗେସକର ଓ କିଶୋର କୁମାର । ଏମାନଙ୍କ ଗାଇଥିବା ଗୀତ ଗୁଡ଼ିକ ଆଜି ମଧ୍ୟ ଲୋକମାନେ ସେତିକି ହିଁ ପସନ୍ଦ କରନ୍ତି ଯେତିକି କି ପୂର୍ବରୁ କରୁଥିଲେ । ଆଜିକାଲିର ଯୁବପିଢି ମଧ୍ୟ ପୁରୁଣା ଗୀତ ପ୍ରତି ଆକର୍ଷିତ ହୁଅନ୍ତି । ଆମର ଆଖପାଖରେ ଏପରି ଅନେକ ଯୁବପିଢି ଅଛନ୍ତି, ଯେଉଁମାନଙ୍କୁ ପୁରୁଣା ଗୀତ ଶୁଣିବା ବହୁତ ଭଲ ଲାଗେ । ଛୋଟ ଛୋଟ ଛୁଆମାନେ ମଧ୍ୟ ସଂଗୀତା କାର୍ଯ୍ୟକ୍ରମରେ ମହାନ ଗାୟକମାନଙ୍କର ଗୀତକୁ ବହୁତ ଭଲ ଭାବରେ ଉପସ୍ଥାପନା କରିଥାନ୍ତି । ସଂଗୀତକୁ ବୁଝି ପାରୁଥିବା ଲୋକେ ପୁରୁଣା ଗୀତ ଶୁଣିବାକୁ ପସନ୍ଦ କରନ୍ତି ।

ଆଜିର ଦିନରେ ମଧ୍ୟ ବଲିଉଡରେ ଏପରି ଅନେକ ମହାନ ଗାୟକ ଅଛନ୍ତି । ବଲିଉଡର କିଛି ପ୍ରସିଦ୍ଧ ଗାୟକମାନେ ହେଲେ- ସୋନୁ ନିଗମ, ଉଦିତ୍ ନାରାୟଣ, ଅଲ୍କା ୟାଗ୍ନିକ, କୁମାର ସାନୁ, ଶ୍ରେୟା ଘୋଷାଲ ଓ ସୁନିଧି ଚୌହାନ । ଏମାନଙ୍କର ଗଣନା ବଲିଉଡର ସର୍ବଶ୍ରେଷ୍ଠ ଗୟାକ ମାନଙ୍କ ସହିତ କରାଯାଉଛି । ଏମାନଙ୍କ ଠାରୁ ମଧ୍ୟ ଯଦି ଟିକେ ଆଗକୁ ବଢିବା ତେବେ ଦୁଇଟି ଗାୟକଙ୍କ ନାମ ସବୁଆଡେ ଚର୍ଚ୍ଚିତ ହେଉଛି । ପ୍ରଥମେ ହେଲେ ଅରିଜିତ ସିଂହ ଓ ଦ୍ଵିତୀୟ ହେଲେ ନେହା କକ୍କଡ଼ । ନେହା କକ୍କଡ଼ କହିଲେ ଶତପ୍ରତିଶତ ଗୀତ ହିଟ୍ ହୋଇଥାଏ । ନେହା କକ୍କଡ଼ ଯେଉଁ ଗୀତଟି ଗାଇ ଦିଅନ୍ତି, ତାହା ସୁପରହିଟ ହୋଇଯାଏ । ନେହା କକ୍କଡ଼ ନିଜର କଠିନ ପରିଶ୍ରମ ଯୋଗୁଁ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି । ଏହା ତାଙ୍କ କଠିନ ପରିଶ୍ରମର ଫଳ ଅଟେ ଯାହା ଯୋଗୁଁ ଆଜି ତାଙ୍କୁ ଦୁନିଆରେ ସମସ୍ତେ ଜାଣନ୍ତି ।

ନେହା କକ୍କଡ ଅତି ଶୀଘ୍ର ଇଣ୍ଡିଆନ ଇଡେଲ ୧୧ର ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ସହ ବିବାହର ଆୟୋଜନରେ ବ୍ୟସ୍ତ ଅଛନ୍ତି । ଏହି ଦୁହେଁଙ୍କ ବିବାହ ଚଳିତ ମାସ ୧୪ ତାରିଖରେ ହେବାକୁ ଯାଉଛି । କିନ୍ତୁ ନେହା କକ୍କଡ ପୂର୍ବରୁ ଅନ୍ୟ ଏକ ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ । ତେବେ ଚଲାନ୍ତୁ ଜାଣିବା ସେହି ଅଭିନେତା ଜଣକ କିଏ ?

ଚଳଚ୍ଚିତ୍ର ‘କୋକଟେଲ’ର ଗୀତରୁ ସୁପରିଚିତ ହୋଇଥିଲେ :

ସେଲ୍ଫି କୁଇନ୍ ରୂପେ ପରିଚିତ ନେହା କକ୍କଡ଼ଙ୍କ ଜୀବନର ପ୍ରଥମ ପଥ ଏତେ ସରଳ ନଥିଲା । ସେ ଗୀତର ରିୟାଲିଟି ଶୋ’ “ଇଣ୍ଡିଆନ୍ ଆଇଡ଼ଲ”ରୁ ନିଜର ଗୟାକ ଜୀବନ ଆରମ୍ଭ କରିଥିଲେ । ଯଦିଓ ସେହି ସମୟରେ ଜର୍ଜମାନଙ୍କ ଅନୁସାରେ ନେହା, ସେତେ ଭଲ ଗାୟକ ନଥିଲେ । ସେଥିପାଇଁ ଦର୍ଶକ ଶୀଘ୍ର ହିଁ ତାଙ୍କୁ ପ୍ରତିଯୋଗିତାରୁ ବାହାର କରି ଦେଇଥିଲେ । କିନ୍ତୁ ପ୍ରକୃତରେ ନେହାଙ୍କ ଯାତ୍ରା ଏଠାରୁ ହିଁ ଆରମ୍ଭ ହୋଇଥିଲା । ସେ ଅନେକ ରିୟାଲିଟି ଶୋ’ରେ ଭାଗ ନେଇଥିଲେ । କିନ୍ତୁ ସେଦିନ ଠାରୁ ନେହାଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା, ଯେବେ ସେ ଚଳଚ୍ଚିତ୍ର “କୋକଟେଲ”ର ଗୀତ ‘ସେକେଣ୍ଡ ହେଣ୍ଡ ଯବାନି’ରେ ନିଜର ସୁର ଦେଇଥିଲେ । ଏହି ଗୀତଟି ସୁପରହିଟ୍ ହୋଇଥିଲା ।

ଏହା ପରେ ଚଳଚ୍ଚିତ୍ର ‘ୟାରିୟାନ’ର ଗୀତ ‘ଆଜ ବ୍ଲୁ ହେ ପାନୀ ପାନୀ’ ଗୀତଟି ନେହାଙ୍କୁ ସୁପରଷ୍ଟାର କରି ଦେଇଥିଲା । ଏହା ପରେ ସେ କେବେ ପଛକୁ ବୁଲି ଚାହିଁ ନାହାନ୍ତି ଓ ଆଜି ତାଙ୍କ ନାମରେ ତାଙ୍କର ଅନେକ ସୁପରହିଟ ଗୀତ ରହିଛି । କିନ୍ତୁ ଆପଣ କଣ ଜାଣନ୍ତି କି ଏହି ଚୂଳବୁଲି ଝିଅର ବୟଫ୍ରେଣ୍ଡ କିଏ ଥିଲେ ? ଆପଣ ନେହା କକ୍କଡ଼ଙ୍କ ବୟଫ୍ରେଣ୍ଡଙ୍କ ବିଷୟରେ ଜାଣିଲେ ସତରେ ଆଶ୍ଚର୍ଯ୍ୟଚକିତ ହୋଇଯିବେ ।

ନେହା କକ୍କଡ଼ “ୟାରିୟାନ”ର ଅଭିନେତାଙ୍କୁ ଡେଟ୍ କରୁଥିଲେ :

ଆପଣ ମାନଙ୍କୁ କହିଦେଉଛୁ ଯେ, ନେହା କକ୍କଡ଼ଙ୍କ ବୟଫ୍ରେଣ୍ଡର ନାମ ହେଲା ହିମାଂଶ କୋହଲି । ହିମାଂଶ କିଛି ବର୍ଷ ପୂର୍ବେ ହିରୋ ଭାବେ ଚଳଚ୍ଚିତ୍ର “ୟାରିୟାନ”ରୁ ବଲିଉଡ ଇଣ୍ଡଷ୍ଟ୍ରିକୁ ଡେବ୍ୟୁ କରିଥିଲେ । ଯେମିତି ନେହା କ୍ୟୁଟ ଦେଖାଯାଆନ୍ତି, ସେମିତି ହିଁ ତାଙ୍କର ବୟଫ୍ରେଣ୍ଡ ହିମାଂଶ ମଧ୍ୟ ଦେଖିବାକୁ କ୍ୟୁଟ । କିନ୍ତୁ ଦୁହେଁଙ୍କ ମଧ୍ୟ କୌଣସି କାରଣକୁ ନେଇ ଫାଟ ସୃଷ୍ଟି ହୋଇଯାଇଛି । ଦୁହେଁ ପରସ୍ପରକୁ ବର୍ତ୍ତମାନ ଘୃଣା କରୁଛନ୍ତି ।

ଗତମାସରୁ ହିଁ ନେହା ଓ ଆଦିତ୍ୟ ଦୁହେଁଙ୍କ ବିବାହର ଚର୍ଚ୍ଚା ଚାରିଆଡେ ହୋଇଆସୁଛି । ଏପରି ସ୍ଥିତିରେ ଲୋକଙ୍କ ଧ୍ୟାନ ତାଙ୍କ ପୁରାତନ ପ୍ରେମିକ ହିମାଂଶ କୋହଲିଙ୍କ ଉପରେ ମଧ୍ୟ ରହିଛି । କିନ୍ତୁ ହିମାଂଶ କୋହଲି ନେହାଙ୍କ ଏହି ବିବାହକୁ ନେଇ ମିଡିଆ ସମ୍ମୁଖରେ କୌଣସି ବୟାନ ଦେଇନାହାନ୍ତି । ହିମାଂଶ ସବୁକିଛି ଭୁଲି ନିଜ ପଥରେ ଅଗ୍ରସର ଥିବାର ଜଣାପଡୁଛି ।

Be the first to comment

Leave a Reply

Your email address will not be published.


*