ନେହା କକ୍କର ସଡ଼କରେ ବାଣ୍ଟୁଥିଲେ ୨୦୦୦ ଟଙ୍କିଆ ନୋଟ ! ଏହା ଦେଖି ତାଙ୍କ ପ୍ରଶଂସକ ବହୁତ ଖୁସି ହେଲେ…

ପ୍ରସିଦ୍ଧ ଗାୟିକା ନେହା କକ୍କଡ଼ ବର୍ତ୍ତମାନ ନିଜର ବିବାହକୁ ନେଇ ଖବରରେ ଚର୍ଚ୍ଚିତ ରୁହନ୍ତି । ଆଦିତ୍ୟ ନାରାୟଣଙ୍କ ସହିତ ତାଙ୍କ ଫଟୋଗୁଡ଼ିକ ଭାଇରଲ ହେଉଛି । ବର୍ତ୍ତମାନ ତାଙ୍କର ଆଉ ଗୋଟିଏ ଭିଡ଼ିଓ ଭାଇରଲ ହେଉଛି । ସେଥିରେ ସେ ୨ ହଜାର ଟଙ୍କାର ନୋଟ ବଣ୍ଟନ କରୁଥିବାର ନଜର ଆସୁଥିଲେ । ଭିଡ଼ିଓରେ ନେହାଙ୍କ ଫ୍ୟାନ୍ସ ମାନେ ତାଙ୍କ ସହିତ ଫଟୋ ଉଠାଉଥିଲେ । ସେହି ସମୟରେ କିଛି ଶିଶୁ ତାଙ୍କୁ ଘେରି ଛିଡ଼ା ହୋଇଯାନ୍ତି ଏବଂ ପରେ ସେ ନିଜ ପର୍ସରୁ ଦୁଇ ହଜାର ଟଙ୍କା ନୋଟ ବାଣ୍ଟୁ ଥିବାର ନଜର ଆସୁଥିଲେ । ଭିଡ଼ିଓରେ ନେହାଙ୍କ ଏହି କାର୍ଯ୍ୟ ଦେଖି ତାଙ୍କ ଫେନ୍ସମାନେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି । ଯେତେବେଳେ ନେହା ସେଠାରୁ ଯିବାକୁ ଲାଗିଲେ, ତେବେ ଫଟୋଗ୍ରାଫର ମାନେ ତାଙ୍କୁ ତାଙ୍କ ବିବାହ ସହ ଜଡ଼ିତ କଥା ପଚାରିଲେ, ତେବେ ନେହା ହସି ଦେଲେ ।

ତାଙ୍କର କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା, ତେବେ ନେହା ଗୋଟିଏ ପରେ ଗୋଟିଏ ସୁପରହିଟ ଗୀତ ଗାଉଛନ୍ତି । ସାଥିରେ ସେ “ଇଣ୍ଡିଆନ ଆଇଡ଼ଲ”ର ଜର୍ଜ କରୁଥିବାର ମଧ୍ୟ ନଜର ଆସୁଛନ୍ତି, ଯେଉଁଠାରେ ସେ କେତେବେଳେ ଗୀତ ଗାଆନ୍ତି ତ ଆଉ କେତେବେଳେ ଭାବୁକ ହୋଇଯାନ୍ତି ଏବଂ ଆଉ କେବେ ଶୋ’ରେ ସମସ୍ତଙ୍କ ସହ ମିଶି ଥଟ୍ଟା ମଜା କରନ୍ତି । ଏହି ଶୋ’ରେ ଆଦିତ୍ୟ ଓ ନେହାଙ୍କ ମାତାପିତା ମଧ୍ୟ ଆସିଥିଲେ । ଉଭୟଙ୍କ ମାତପିତ ଦୁହେଁ ଅର୍ଥାତ ନେହା ଓ ଆଦିତ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବାର ନଜର ଆସିଥିଲା । ଶୋ’ ସମୟରେ ଉଦିତ ନାରାୟଣ ନେହାଙ୍କୁ ବୋହୂ କହି ମଧ୍ୟ ସମ୍ବୋଧିତ କରିଥିଲେ । ସାଥିରେ ନେହାକୁ ବହୁତ ଶୀଘ୍ର ବୋହୂ କରିବା ବିଷୟରେ ମଧ୍ୟ କହିଥିଲେ । ଏତିକି ହିଁ ନୁହେଁ, ଆଦିତ୍ୟଙ୍କ ମାଁ ଦୀପା ନାରାୟଣ ମଧ୍ୟ ନେହାଙ୍କୁ ବୋହୂ କରିବା କଥାକୁ ସ୍ୱୀକାର କଲେ । “ଇଣ୍ଡିଆନ ଆଇଡ଼ଲ”ରେ ନେହାଙ୍କ ମାତାପିତା ମଧ୍ୟ ଆସିଥିଲେ ଯେଉଁଠି ସେମାନେ ମଧ୍ୟ ନେହା ଓ ଆଦିତ୍ୟଙ୍କ ସମ୍ପର୍କକୁ ନେଇ କୌଣସି ଆପତ୍ତି ନାହିଁ ବୋଲି କହିଲେ । କିନ୍ତୁ ପରେ ସେ ଏହି କଥାକୁ ବୁଲେଇବାକୁ ଚେଷ୍ଟା କଲେ ।

ଖବର ଆସୁଥିଲା ଯେ, ଦୁହେଁ ୧୪ ଫେବୃୟାରୀକୁ ବିବାହ କରିବେ, କିନ୍ତୁ ଏପରି କିଛି ହେଲା ନାହିଁ । ଏହା ବିଷୟରେ ନିଜେ ଆଦିତ୍ୟ ନାରାୟଣଙ୍କ ପିତା ଉଦିତ ନାରାୟଣ କହିଥିଲେ, ଆଦିତ୍ୟ ଆମର ଏକମାତ୍ର ପୁତ୍ର ଅଟେ । ଏହାର ବିବାହର ଖବର ସତ ହୋଇଗଲେ ମୁଁ ଓ ମୋ ସ୍ତ୍ରୀ ବହୁତ ଖୁସି ହେବୁ । କିନ୍ତୁ ଆଦିତ୍ୟ ମୋତେ ଏହା ବିଷୟରେ କିଛି କହି ନାହାଁନ୍ତି । ଏହା ବ୍ୟତୀତ ଉଦିତ ନାରାୟଣ କହିଛନ୍ତି ଯେ, ଯେବେ ମଧ୍ୟ ତାଙ୍କ ପୁଅଙ୍କ ବିବାହ ହେବ, ଏହା ବିଷୟରେ ସମସ୍ତଙ୍କୁ ନିଶ୍ଚିତ ଭାବରେ ସୂଚିତ କରିବେ ।

Be the first to comment

Leave a Reply

Your email address will not be published.


*