ନେହା ଧୂପୀୟା କରନ୍ ଜୋହରଙ୍କୁ ବିବାହ ପାଇଁ କରିଥିଲେ ତିନି ଥର ପ୍ରପୋଜ୍ ! ଏହି ଅଭାବ ଯୋଗୁଁ କରନ୍ କରିଥିଲେ ମନା…

ନେହା ଧୂପୀୟା କରନ୍ ଜୋହରଙ୍କୁ ବିବାହ ପାଇଁ କରିଥିଲେ ତିନି ଥର ପ୍ରପୋଜ୍ ! ଏହି ଅଭାବ ଯୋଗୁଁ କରନ୍ କରିଥିଲେ ମନା…

ବଲିଉଡ଼ର ସବୁଠାରୁ ବଡ଼ ଚଳଚ୍ଚିତ୍ର ନିର୍ମାତାଙ୍କ ନାମ ନେବା ତେବେ ସର୍ବପ୍ରଥମେ ଚଳଚ୍ଚିତ୍ର ନିର୍ମାତା ‘କରନ୍ ଜୋହର୍’ଙ୍କ ନାମ ଆସେ । ଚଳଚ୍ଚିତ୍ର ନିର୍ମାତା କରନ୍ ଜୋହର୍ ନିଜ କ୍ୟାରିୟରରେ ବହୁତ ଭଲ ଭଲ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । କରନ୍ ଜୋହର୍ ବଲିଉଡ଼ରେ ରୋମାଣ୍ଟିକ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଜଣାଶୁଣା । ‘କରନ୍ ଜୋହର୍’ଙ୍କ ସମସ୍ତ ଚଳଚ୍ଚିତ୍ରରେ ଏକ ନୂତନ ପ୍ରେମ କାହାଣୀ ଦେଖିବାକୁ ମିଳେ । ସେ ଏପରି କିଛି ଚଳଚ୍ଚିତ୍ର ମଧ୍ୟ ଦେଇଛନ୍ତି, ଯାହାକୁ ଭୁଲିବା ସମ୍ଭବ ନୁହେଁ । ଏହି ବଡ଼ ନିର୍ମାତା ଆଜି ପର୍ଯ୍ୟନ୍ତ ବିବାହ ମଧ୍ୟ କରି ନାହାଁନ୍ତି । କିନ୍ତୁ ଏପରି ନାହିଁ ଯେ ତାଙ୍କର କୌଣସି ଅଫେୟାର୍ ନଥିଲା ।

ବଲିଉଡ଼ର ଜଣାଶୁଣା ଓ ବଡ଼ ଚଳଚ୍ଚିତ୍ର ନିର୍ମାତା ହେବା ଯୋଗୁଁ ଅନେକ କଳାକାର ମାନଙ୍କ ସହ ‘କରନ୍ ଜୋହର୍’ଙ୍କ ବନ୍ଧୁତା ରହିଛି । ‘କରନ୍ ଜୋହର୍’ଙ୍କ ସମସ୍ତ ବଲିଉଡ଼ ଅଭିନେତାଙ୍କ ସହିତ ବହୁତ ଭଲ ସଂପର୍କ ଅଛି । କିନ୍ତୁ ତାଙ୍କର ଜଣେ ବନ୍ଧୁ ତାଙ୍କୁ ବିବାହ ପାଇଁ ମଧ୍ୟ ପ୍ରପୋଜ୍ କରିଥିଲେ । ତାଙ୍କର ସେହି ବନ୍ଧୁଙ୍କ ନାମ ନେହା ଧୂପୀୟା ଅଟେ । ଏହା ମଧ୍ୟ ଜଣାଇଦେଉଛୁ ଯେ ନେହା ଥରେ ଦୁଇଥର ନୁହେଁ ବରଂ ତିନି ଥର ବିବାହ ପାଇଁ ପ୍ରପୋଜ୍ କରିଥିଲେ । କିନ୍ତୁ କରନ୍ ନେହାଙ୍କୁ ନିରାଶ କରିଦେଲେ ।

ଏହାର ଖୁଲାସା ଅଭିନେତ୍ରୀ ନିଜ ଶୋ ‘ନୋ ଫିଲଟର୍ ନେହା’ରେ କରିଥିଲେ । ଅଭିନେତ୍ରୀ କହିଥିଲେ ଯେ ସେ ନିର୍ମାତା କରନ୍ ଜୋହରଙ୍କୁ ବିବାହ କରିବା ପାଇଁ ତିନି ଥର ପ୍ରସ୍ତାବ ଦେଇଥିଲେ । କିନ୍ତୁ ତିନିଥର ଯାକ ଚଳଚ୍ଚିତ୍ର ନିର୍ମାତା ବିବାହ ପାଇଁ ସ୍ପଷ୍ଟ ମନା କରିଦେଲେ । ଏଥିସହିତ ନେହା ଧୂପୀୟା କରନ୍ ମନା କରିବା କାରଣ ସମସ୍ତଙ୍କୁ କହିଥିଲେ । ‘ନୋ ଫିଲଟର୍ ନେହା’ ରେ ଅଭିନେତ୍ରୀ କହିଥିଲେ ଯେ “ମୁଁ ‘କରନ୍ ଜୋହର୍’ଙ୍କୁ ଏକ ଥଟ୍ଟା କରି ତିନିଥର ବିବାହ ପାଇଁ କହିଥିଲି । ଏ ସମୟରେ ମୁଁ ସବୁଥର ତାଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ବିବାହ ପାଇଁ କହିଥିଲି । କିନ୍ତୁ କରନ୍ ମୋତେ ସ୍ପଷ୍ଟ ମନା କରି ଦେଇଥିଲେ ।

ନେହା କହିଥିଲେ ଯେ ତାଙ୍କର ବିବାହ ପାଇଁ ମନା କରିବା ଏକମାତ୍ର କାରଣ ଏହା ଥିଲା ଯେ କରନଙ୍କୁ ମୋ ଶରୀର ଅଙ୍ଗ ଗୁଡ଼ିକ ଉପରେ କୌଣସି ରୁଚି ନଥିଲା । ଆପଣଙ୍କୁ ସୁଚାଇଦେଉଛୁ ଯେ ବଲିଉଡ଼ ଅଭିନେତ୍ରୀ ନେହା ଧୂପୀୟା ଓ ନିର୍ମାତା କରନ୍ ଜୋହର୍ ପରସ୍ପରର ଖୁବ୍ ଭଲ ବନ୍ଧୁ ଅଟନ୍ତି । ଥରେ ନେହା ନିଜ ବନ୍ଧୁ ପାଇଁ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର୍ କରିଥିଲେ । ଏହି ପୋଷ୍ଟରେ ନେହା କରନଙ୍କ ପାଇଁ ଲେଖିଥିଲେ ଯେ, ମୁଁ ଆପଣଙ୍କୁ ନିଜ ଜୀବନର ଅଂଶ ବିଶେଷ ଥିବାରୁ ଧନ୍ୟବାଦ କହୁଛି । ଆପଣ ଆଜି ପର୍ଯ୍ୟନ୍ତ ମୋ ପାଇଁ ଯାହା ସବୁ କାମ କରିଛନ୍ତି ଏଥିପାଇଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ । ମୋତେ ଜଣାନାହିଁ ଯେ ମୁଁ ଆପଣଙ୍କ ଭଳି କେବେ ହୋଇପାରିବି ।

କରନ୍ ଜୋହର୍ ଚଳଚ୍ଚିତ୍ର ‘କୁଛ କୁଛ ହୋତା ହେ’ରୁ ନିଜ ଡାଇରେକ୍ଟୋରିୟଲ୍ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ‘ବେଷ୍ଟ ଡ଼ାଇରେକ୍ଟର୍’ ଓ ‘ବେଷ୍ଟ ସ୍କ୍ରିନ୍ ପ୍ଲେ’ ପାଇଁ ଫିଲ୍ମ ଫେୟାର୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହାପରେ ତାଙ୍କ ଚଳଚ୍ଚିତ୍ର ‘କଭୀ ଖୁସି କଭୀ ଗମ୍’ ଓ ‘କଭୀ ଅଲବିଦା ନା କହନା’କୁ ଓଭରସିଜ୍ ସଫଳତା ମିଳିଲା । ୨୦୧୦ରେ ଆସିଥିବା ତାଙ୍କ ଚଳଚ୍ଚିତ୍ର ‘ମାଇ ନେମ୍ ଇଜ୍ ଖାଁ’ ପାଇଁ ଏହି ନିର୍ମାତାକୁ ଦ୍ୱିତୀୟ ଫିଲ୍ମ ଫେୟାର୍ ପୁରସ୍କାର ମିଳିଲା । କରନ୍ ଜୋହର୍ ଚଳଚ୍ଚିତ୍ର ‘ଦିଲବାଲେ ଦୁଲହନିଆ ଲେ ଯାଏଙ୍ଗେ’ ଓ ‘ବମ୍ବେ ଭେଲବେଟ୍’ରେ ଅଭିନୟ ମଧ୍ୟ କରିଛନ୍ତି । ଅନୁଷ୍କା ଶର୍ମାଙ୍କୁ କରନ୍ ଜୋହର୍ ନିଜ କ୍ରଶ୍ ବୋଲି କୁହନ୍ତି ।

Leave a Reply

Your email address will not be published. Required fields are marked *