ଏହି ବ୍ୟକ୍ତିଙ୍କ ଅବହେଳା ଯୋଗୁଁ ସମ୍ପୂର୍ଣ୍ଣ ଦୁନିଆରେ ସଂକ୍ରମଣ ହେଲା କରୋନା ଜୀବାଣୁ ! ଆପଣ ମଧ୍ୟ ଜାଣି ନିଅନ୍ତୁ…

ଏହି ବ୍ୟକ୍ତିଙ୍କ ଅବହେଳା ଯୋଗୁଁ ସମ୍ପୂର୍ଣ୍ଣ ଦୁନିଆରେ ସଂକ୍ରମଣ ହେଲା କରୋନା ଜୀବାଣୁ ! ଆପଣ ମଧ୍ୟ ଜାଣି ନିଅନ୍ତୁ…

କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଚୀନର ହୁୱାନ ସହରରୁ ଉତ୍ପନ୍ନ ହୋଇଥିବା ଏହି ଜୀବାଣୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଦୁନିଆର ଲୋକଙ୍କୁ ଗ୍ରାସ କରିବାରେ ଲାଗିଛି । ବ୍ରିଟେନରେ ଜଣେ ବ୍ୟକ୍ତିଙ୍କ ଖୋଜଜା ଚାଲିଛି । ସେହି ବ୍ୟକ୍ତି ଜଣକ ଅପରାଧୀ ନୁହଁନ୍ତି, ବରଂ ଏହି ବ୍ୟକ୍ତି ଜଣକ ଅଜାଣତରେ କରୋନା ଭାଇରସ୍ ସଂକ୍ରମଣ ହୋଇଥିବାର ଅଭିଯୋଗ ରହିଛି । କିନ୍ତୁ ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ଲଣ୍ଡନର ଗୋଟିଏ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି, ଯାହାର ନାମ ଷ୍ଟିଭ୍ ୱାଲ୍ ଅଟେ ।

Google

ଏହି ବ୍ୟକ୍ତି ଜଣକ ୫୩ ବର୍ଷ ବୟସ୍କ ଅଟନ୍ତି । ସେ ପେଶାରେ ଜଣେ ବ୍ୟବସାୟୀ ଅଟନ୍ତି ଏବଂ ବର୍ତ୍ତମାନ ସେ କରୋନା ସଂକ୍ରମଣରୁ ମୁକ୍ତ ଅଛନ୍ତି । ଯଦିଓ, ତାଙ୍କୁ ସଙ୍ଗୋବୋଦ୍ଧ କେନ୍ଦ୍ରରେ ରଖାଯାଇଛି । ବ୍ୟକ୍ତି ଜଣକ ବ୍ରିଟେନର ଗ୍ୟାସ୍ ଆନାଲିଟିକ୍ସ ଫାର୍ମ ସର୍ଭୋମାକ୍ସରେ ଏକ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ, ଯେଉଁଠି ସେ କରୋନା ରୋଗରେ ସଂକ୍ରମିତ ହୋଇଗଲେ । ସିଙ୍ଗାପୁରର ଏଲିସନ୍ ହାଇଟ୍ ହୋଟେଲରେ ୧୦୯ ପ୍ରତିନିଧି ଉପସ୍ଥିତ ଥିଲେ ଓ ସେଠାରେ ଚୀନ ନୃତ୍ୟଶିଳ୍ପୀଙ୍କ ଦ୍ଵାରା ନୃତ୍ୟର ଆନନ୍ଦ ଉପଭୋଗ କରୁଥିଲେ ।

Google

କିନ୍ତୁ ସେ ବହୁତ ଶୀଘ୍ର ଜାଣିପାରିଲେ ଯେ, ସେ ବିଶ୍ଵ ସଙ୍କଟ କେନ୍ଦ୍ରରେ ଥିଲେ । କାରଣ ମାଲେସିଆରୁ ଫେରିଥିବା ଗୋଟିଏ ବ୍ୟକ୍ତିଙ୍କ ଠାରେ କରୋନାର ଲକ୍ଷଣ ପରିଲକ୍ଷିତ ହୋଇଥିଲା । ଏହାପରେ ସମସ୍ତ ବ୍ୟକ୍ତିଙ୍କୁ ଅଲଗା କରିବା ବ୍ୟବସ୍ଥା କରାଗଲା । ୧୦୯ ଲୋକଙ୍କ ମଧ୍ୟରୁ ୯୪ ଜଣ ଲୋକ ନିଜ ନିଜ ଦେଶକୁ ଫେରିଗଲେ, ଯାହା କାରଣରୁ କରୋନା ଭାଇରସ୍ ଆହୁରି ଦ୍ରୁତ ଗତିରେ ସଂକ୍ରମିତ ହେବାକୁ ଲାଗିଲା ।

ଦକ୍ଷିଣ କୋରିଆର ୨ ଜଣ ନାଗରିକ କରୋନାରେ ସଂକ୍ରମିତ ହୋଇଗଲେ ଏବଂ ତାଙ୍କ ମାଧ୍ୟମରୁ ତାଙ୍କ ସମ୍ପର୍କୀୟ ମାନଙ୍କ ଠାରେ ମଧ୍ୟ ଏହି ରୋଗ ସଂକ୍ରମିତ ହୋଇଗଲା । ସେଠାରେ ଷ୍ଟିଭ୍ ୱାଲ୍ ସମ୍ମିଳନୀରେ ଯୋଗଦେବା ପରେ ଅନ୍ୟ ସ୍ଥାନକୁ ଭ୍ରମଣ କରିବା ପାଇଁ ଗଲେ । ସେ ବ୍ରିଟେନରେ ଅନେକ ଲୋକଙ୍କ ସହିତ ଦେଖା ସାକ୍ଷାତ କରିଥିଲେ । ତାଙ୍କ ବନ୍ଧୁମାନେ ମଧ୍ୟ କରୋନାରେ ସଂକ୍ରମିତ ହୋଇଗଲେ । ଏହିପରି ଭାବରେ ସେ ଅନେକ ଲୋକଙ୍କୁ ଏହି କରୋନାରେ ସଂକ୍ରମଣ କରିଦେଲେ, ଯାହାଫଳରେ ଏହି ଭାଇରସ୍ ଅନ୍ୟ ଲୋକମାନଙ୍କ ମଧ୍ୟରେ ପ୍ରସାରିତ ହୋଇଥିଲା ।

Leave a Reply

Your email address will not be published. Required fields are marked *