NCB ଜବତ କଲା ରିୟାଙ୍କ ଘରୁ ଦେଢ଼ କିଲୋଗ୍ରାମ୍ ଚରସ । ହୋଇପାରେ ୧୦ ବର୍ଷର କାରାଦଣ୍ଡ !

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ଯାଞ୍ଚ ସମୟରେ ଡ୍ରଗ୍ସ ପ୍ରସଙ୍ଗ ସାମ୍ନାକୁ ଆସିବା ପରଠାରୁ ଏନସିବି ଏକ୍ସନ ମୋଡ଼କୁ ଆସିଯାଇଛି । ଡ୍ରଗ୍ସ ସଂଯୋଗ ଜଣାପଡିବା ପରେ ଏନସିବି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋବିକ ଚକ୍ରବର୍ତ୍ତୀ ସମେତ ବହୁ ଡ୍ରଗ୍ସ ପେଡ଼ଲରକୁ ଗିରଫ କରାଯାଇଥିଲା ।

ସେପକ୍ଷରେ ଏନସିବିର ଯାଞ୍ଚ ମଝିରେ ଏହି ଖବର ଆସୁଛି ଯେ ରିୟା ଚକ୍ରବର୍ତ୍ତୀ ଘରୁ ଏନସିବିକୁ ଦେଢ଼ କିଲୋଗ୍ରାମର ଚରସ ଜବତ ହୋଇଛି । ଏହିପରି ରିୟା ଓ ଶୌବିକଙ୍କ ଅସୁବିଧା ଆହୁରି ବଢିଯାଇଛି । ସୂତ୍ରରୁ ଜଣାପଡ଼ିଛି ଯେ ଏହି ମାମଲାରେ ରିୟା ଓ ଶୌବିକ୍ ଚକ୍ରବର୍ତ୍ତୀଙ୍କୁ ୧୦ ରୁ ୨୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବାକୁ ପଡିପାରେ ।

ଏନସିବି ଅଧିକାରୀ କହିଛନ୍ତି ଯେ ଆମେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ସହ ଜଡ଼ିତ କୌଣସି ମାମଲାର ଯାଞ୍ଚ କରୁ ନାହୁଁ । ସୁଶାନ୍ତ ମୃତ୍ୟୁ ମାମଲା ସିବିଆଇ ତଦନ୍ତ କରୁଅଛି । ଏଥିସହ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସିଂହ ମୃତ୍ୟୁ ବିଷୟରେ ଯାଞ୍ଚ କରିବା ଆମର କୌଣସି ସମ୍ପର୍କ ନାହିଁ । ଆମ ମାମଲା ଡ୍ରଗ୍ସ କାର୍ଟେଲ ଅଟେ । ଯେଉଁ ମାମଲାରେ ଆମେ ଡ୍ରଗ୍ସ ନେଟୱର୍କ ବିଷୟରେ ଅନୁସନ୍ଧାନ କରିବା ପ୍ରୟାସ ଜାରି ରଖିଛୁ ।

ବର୍ତ୍ତମାନ ପର୍ଯ୍ୟନ୍ତ ୧୯ ଲୋକଙ୍କୁ କରାଯାଇଛି ଗିରଫ

ଏନସିବି ଅଧିକାରୀ ଆଗକୁ କହିଛନ୍ତି ଯେ ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ ଲୋକଙ୍କ ଗିରଫ ହୋଇ ସାରିଛି, ଯେଉଁମାନଙ୍କ ମଧ୍ୟରେ ସମସ୍ତଙ୍କ ନିକଟରୁ ଡ୍ରଗ୍ସ ଜବତ ହୋଇଛି । ଆଗକୁ ସେ କହିଛନ୍ତି ଯେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ନିକଟରୁ ଡ୍ରଗ୍ସ ଜବତ ହୋଇଛି । ଏଥିସହ ସମସ୍ତଙ୍କ ଉପରେ ଏନଡ଼ିପିଏସ ଆକ୍ଟ ଅନୁଯାୟୀ ମାମଲା ଦାଖଲ କରାଯାଇଛି ।

ଆଗକୁ କୁହାଯାଇଛି ଯେ ଏହି ମାମଲାରେ ଯେଉଁ ଅଭିଯୁକ୍ତକୁ ଗିରଫ କରାଯାଇଛି, ସେହି ସମସ୍ତଙ୍କ ଉପରେ ଅଭିଯୋଗ ଲାଗିଛି ଯେ ସେମାନେ ଡ୍ରଗ୍ସ ପେମେଂଟ ଓ ଆର୍ଥିକ ସହାୟତା କରନ୍ତି । ସେ କହିଛନ୍ତି ଯେ ଶୋବିକ ଚକ୍ରବର୍ତ୍ତୀଙ୍କ ଅପରାଧକୁ କ୍ଷମା ଦିଆଯାଇପାରିବ ନାହିଁ, କାରଣ ସେମାନେ ଡ୍ରଗ୍ସର ପ୍ରିକ୍ଵରମେଣ୍ଟ କରିଥିଲେ । ଆଗକୁ କହିଛନ୍ତି ଯେ ଏମାନେ ଛୋଟ ଖିଲାଡ଼ି ଅଟନ୍ତି ଯେଉଁମାନେ ଏକ ବଡ଼ ଡ୍ରଗ୍ସ ସିଣ୍ଡିକେଟର ଅଂଶବିଶେଷ ଅଟନ୍ତି ।

କାହାକୁ ମଧ୍ୟ ଦିଆଯିବ ନାହିଁ କ୍ଲିନ୍ ଚିଟ୍

ଏନସିବି ଅଧିକାରୀଙ୍କ ଠାରୁ ଯେତେବେଳେ ଦୀପିକା, ସାରା ଓ ଶ୍ରଦ୍ଧାଙ୍କୁ ଦିଆଯାଇଥିବା କ୍ଲିନ୍ ଚିଟ୍ ବିଷୟରେ ପଚାରଗଲା ତେବେ ସେମାନେ କହିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ମଧ୍ୟ କ୍ଲିନ୍ ଚିଟ୍ ମିଳିନାହିଁ । ଏନସିବି ଟିମ୍ ଏହି ସମଗ୍ର ନେଟୱାର୍କ ବିଷୟରେ ଅନୁସନ୍ଧାନ କରିବା ପ୍ରୟାସ ଜାରି ରଖିଛନ୍ତି ।

ସେପକ୍ଷରେ ଏନସିବି ଦଳ କହିଛନ୍ତି ଯେ ଏହି ମାମଲାରେ ଆମକୁ ଯେପରି ପ୍ରମାଣ ମିଳୁଛି ଆମେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛୁ । ସେ ଆଗକୁ କହିଛନ୍ତି ଯେ ଆଗକୁ ମଧ୍ୟ ଦରକାର ପଡ଼ିଲେ କଳାକାର ମାନଙ୍କୁ ସମନ ପଠାଯାଇପାରେ । ଯାଞ୍ଚ ଅଧିକାରୀ କହିଛନ୍ତି ଯେ ରିୟା ଓ ଶୌବିକଙ୍କ ଓକିଲଙ୍କୁ ବୋଧହୁଏ ଏହା ବିଷୟରେ କିଛି ଜଣାନାହିଁ ଯେ ରିୟାଙ୍କ ଘରୁ କେତେ ମାତ୍ରାରେ ଚରସ ଜବତ ହୋଇଛି । ଯାଞ୍ଚ ଅଧିକାରୀ ଆଗକୁ କହିଛନ୍ତି ଯେ ରିୟାଙ୍କ ଘରୁ ଏନସିବି ଦଳ ଦେଢ଼ କିଲୋଗ୍ରାମର ଚରସ ଓ ଗଞ୍ଜେଇ ଜବତ କରିଛନ୍ତି ।

Be the first to comment

Leave a Reply

Your email address will not be published.


*