ବାବା ରାମଦେବଙ୍କ ଆଶ୍ରମରେ ନବନୀତ ରାଣାଙ୍କୁ ମିଳିଥିଲା ସ୍ଵପ୍ନର ରାଜକୁମାର୍ ! ପଢନ୍ତୁ ତାଙ୍କର ସୁନ୍ଦର ପ୍ରେମ କାହାଣୀ…

ବାବା ରାମଦେବଙ୍କ ଆଶ୍ରମରେ ନବନୀତ ରାଣାଙ୍କୁ ମିଳିଥିଲା ସ୍ଵପ୍ନର ରାଜକୁମାର୍ ! ପଢନ୍ତୁ ତାଙ୍କର ସୁନ୍ଦର ପ୍ରେମ କାହାଣୀ…

ମହାରାଷ୍ଟ୍ରରେ ବର୍ତ୍ତମାନ ମନସୁଖ ହିରେନଙ୍କୁ ହତ୍ୟା ଓ ସଚିନ୍ ବଝେ ମାମଲାକୁ ନେଇ ଡ୍ରାମା ଜୋର୍ ହେଉଛି । ଏହି ମାମଲାକୁ ନିକଟରେ ଅମରାବତୀ ଲୋକସଭା ସିଟରୁ ନିର୍ଦଲୀୟ ସାଂସଦ ନବନୀତ ରାଣା ସଂସଦରେ ମଧ୍ୟ ଉଠାଇଥିଲେ । ଏହି ମାମଲା ସଂସଦରେ ଆସିବା ପରେ ନବନୀତ ରାଣା ଲୋକସଭା ଅଧ୍ୟକ୍ଷ ଓଁ ବିରଳାଙ୍କୁ ଚିଠି ଲେଖିଛନ୍ତି ଓ ଶିବସେନା ସାଂସଦ ଅରବିନ୍ଦ ସାବନ୍ତଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ତାଙ୍କୁ ଜେଲକୁ ପଠାଇ ଦିଆଯିବ ବୋଲି ଧମକ୍ ଦେଇଛନ୍ତି । ଯଦିଓ ଏହିସବୁ ଆରୋପକୁ ଅରବିନ୍ଦ ସାବନ୍ତ ମିଛ ବୋଲି କହିଥିଲେ ।

ନବନୀତ କୌର୍ ରାଣା ନିଜ ରାଜନୀତିକ ଜୀବନ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ନବନୀତ ରାଜନୀତିରେ ପାଦ ରଖିବା ପୂର୍ବରୁ ପଞ୍ଜାବୀ ଓ ସାଉଥ୍ ଇଣ୍ଡିଆନ୍ ଚଳଚ୍ଚିତ୍ରରେ ଅଭିନେତ୍ରୀ ରୂପେ କାମ କରୁଥିଲେ । ‘ସ୍ୱାମୀ ରବି ରାଣା’ଙ୍କ ଯୋଗୁଁ ତାଙ୍କ ରାଜନୀତିରେ ଏଣ୍ଟ୍ରି ହୋଇଥିଲା । ଦୁହେଁ ୨ ଫେବୃୟାରୀ ୨୦୧୧ରେ ବିବାହ କରିଥିଲେ । ରବି ରାଣା ଅମ୍ରାବତୀର ବଦନେରା ବିଧାନ ସଭା କ୍ଷେତ୍ରରୁ ବିଧାୟକ ଅଟନ୍ତି । ନବନୀତ ରବିଙ୍କ ପ୍ରେମ କାହାଣୀ ମଧ୍ୟ ବଡ଼ ହୃଦୟଙ୍ଗମ ଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ଏହି ପ୍ରେମ କାହାଣୀର ଶୁଭାରମ୍ଭ ବାବା ରାମଦେବଙ୍କ ଆଶ୍ରମରେ ହୋଇଥିଲା । ଦୁହେଁ ଏଠାରେ ଏକ ଯୋଗ କାର୍ଯ୍ୟକ୍ରମ ସମୟରେ ମିଶିଥିଲେ ଏବଂ ଏଠାରେ ତାଙ୍କୁ ପରସ୍ପର ମଧ୍ୟରେ ପ୍ରେମ ହୋଇଗଲା । ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଦୁହିଁଙ୍କ ବିବାହ ସାମୁହିକ ବିବାହ ସମାରୋହରେ ହୋଇଥିଲା । ତାଙ୍କ ସହିତ ୩୧୬୨ ଜଣ ଯୋଡ଼ି ବିବାହ କରିଥିଲେ । କାରଣ ସେତେବେଳେ ରବି ରାଣା ବିଧାୟକ ଥିଲେ ଏଥିପାଇଁ ଏହି ବିବାହ ବହୁତ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଏହି ବିବାହରେ ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ୍ ଚୌହାନ୍, ବାବା ରାମଦେବ, ସୁବ୍ରତ ରାୟ ଓ ବିବେକ୍ ଓବରଏ ଭଳି ଜଣାଶୁଣା ବ୍ୟକ୍ତିମାନେ ସାମିଲ୍ ଥିଲେ ।

୩ ଜାନୁଆରୀ ୧୯୮୬ କୁ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ନବନୀତ କୌର୍ ରାଣା ମୂଳ ରୂପେ ପଞ୍ଜାବର ଅଟନ୍ତି । ତାଙ୍କ ପିତା ଏକ ଆର୍ମି ଅଫିସର ଥିଲେ । ନବନୀତ ଦଶମ ଶ୍ରେଣୀ ପାସ୍ କରିବା ପରେ ମଡ଼ଲିଂ ଆରମ୍ଭ କରି ଦେଇଥିଲେ । ଏହି ସମୟରେ ସେ ଅନେକଗୁଡ଼ିଏ ମ୍ୟୁଜିକ୍ ଆଲବମରେ ଅଂଶଗ୍ରହଣ କରିଥିଲେ । ତାପରେ ସେ କନ୍ନଡ଼ ଚଳଚ୍ଚିତ୍ର ‘ଦର୍ଶନ’ରୁ ନିଜ ଫିଲ୍ମୀ କ୍ୟାରିୟରର ଶୁଭାରମ୍ଭ କଲେ । ପରେ ସେ ତେଲୁଗୁ, ମାଲାୟଲମ୍ ଓ ପଞ୍ଜାବୀ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ ।

ରବି ରାଣାଙ୍କ ସହିତ ବିବାହ କରିବା ପରେ ନବନୀତ ୨୦୧୪ରୁ ଲୋକସଭା ନିର୍ବାଚନରେ ମଧ୍ୟ ଭାଗ୍ୟ ପରୀକ୍ଷା କଲେ । ସେ ଏନ୍ସିପି ଟିକଟରେ ଅମରାବତୀ ଆସନରୁ ନିର୍ବାଚନ ଲଢ଼ିଲେ । ଏଥିରେ ତାଙ୍କର ପରାଜୟ ହେଲା । ସେପଟେ ବିପକ୍ଷ ମାନେ ତାଙ୍କ ଜାତିଗତ ପ୍ରମାଣ ପତ୍ର ଉପରେ ମଧ୍ୟ ପ୍ରଶ୍ନ କରିଥିଲେ । ଏତିକିନୁହେଁ ଏହି ବିବାଦ ଯୋଗୁଁ କୋର୍ଟ ମୁମ୍ବାଇ ପୋଲିସଙ୍କୁ ଆଦେଶ ଦେଲେ ଯେ ସେ ନବନୀତଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ମାମଲା ଯାଞ୍ଚ କରନ୍ତୁ । ପରେ ୨୦୧୯ରେ ଲୋକସଭା ନିର୍ବାଚନ ସମୟରେ ସେ ଅମ୍ରାବତୀ ଆସନରୁ ନିର୍ଦ୍ଦଲୀୟ ସାଂସଦ ରୂପେ ବଛା ହେଲେ ।

Leave a Reply

Your email address will not be published. Required fields are marked *