କୋଟିପତି ବାପର ଝିଅ ଅଟନ୍ତି ଗୌତମ ଗମ୍ଭୀରଙ୍କ ପତ୍ନୀ ନତାଶା ! ଏତେ ସୁନ୍ଦର ହେବା ସତ୍ତ୍ୱେ ମଧ୍ୟ ବିତାଉଛନ୍ତି ଏହିପରି ଜୀବନ…

କୋଟିପତି ବାପର ଝିଅ ଅଟନ୍ତି ଗୌତମ ଗମ୍ଭୀରଙ୍କ ପତ୍ନୀ ନତାଶା ! ଏତେ ସୁନ୍ଦର ହେବା ସତ୍ତ୍ୱେ ମଧ୍ୟ ବିତାଉଛନ୍ତି ଏହିପରି ଜୀବନ…

ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର ପୂର୍ବ ଅନୁଭବୀ କ୍ରିକେଟର୍ ଥିଲେ । ବର୍ତ୍ତମାନ ସେ ଲୋକସଭାର ସଦସ୍ୟ ମଧ୍ୟ ଅଛନ୍ତି । ସେ ଭାରତୀୟ ଜନତା ପାର୍ଟି ତରଫରୁ ନା କେବଳ ନିର୍ବାଚନ ପ୍ରାର୍ଥୀ ଭାବରେ ଲଢିଥିଲେ ବରଂ ଜିତିଥିଲେ ମଧ୍ୟ । ଅକ୍ଟୋବର ୧୪ ତାରିଖରେ ଗୌତମ ଗମ୍ଭୀର ନିଜର ୩୮ତମ ଜନ୍ମ ଦିନ ପାଳନ କରୁଛନ୍ତି । ୧୯୮୧ ମସିହା ଅକ୍ଟୋବର ୧୪ ତାରିଖରେ ସେ ଦେଶର ରାଜଧାନୀ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ୩୮ ବର୍ଷୀୟ ଏହି ଖେଳାଳୀ ଜଣେ ଦମଦାର ବ୍ୟେଟସ୍ ମ୍ୟେନ ଅଟନ୍ତି ଏବଂ ନିଜର କ୍ରିକେଟ କ୍ୟାରିୟର ମଧ୍ୟରେ ସେ ଭାରତକୁ ୨ ଥର ଵିଶ୍ଵକପ ଜିତାଇଛନ୍ତି । ଏଥିମଧ୍ୟରେ ପ୍ରଥମଟି ୨୦୦୭ ICC ୱାର୍ଲଡ଼ କପ୍ T-20 ଏବଂ ଅନ୍ୟଟି ୨୦୧୧ ମସିହାରେ ICC ବିଶ୍ୱକପ ସାମିଲ୍ ରହିଛି । ଗୌତମ ୨୦୦୩ ମସିହାରେ ପ୍ରଥମ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଆପଣମାନେ ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କିଛି ଜାଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର ବ୍ୟକ୍ତିଗତ ଜୀବନ ଏବଂ ତାଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ ।

Google
Google

ଗୌତମ ଗମ୍ଭୀର ୨୮ ଅକ୍ଟୋବର ୨୦୧୧ ମସିହାରେ ନତାଶା ଜେନ ନାମକ ଝିଅକୁ ବିବାହ କରିଥିଲେ । ନତାଶା ସାଧାରଣ ଭାବରେ ମିଡ଼ିଆର ଲାଇମଲାଇଟ୍ ଠାରୁ ଦୂରେଇ ରୁହନ୍ତି । ନତାଶାଙ୍କ ପରିବାର ବିଷୟରେ କହିବାକୁ ଗଲେ ତାଙ୍କ ବାପାଙ୍କ ନାମ ରବୀନ୍ଦ୍ର ଜେନ ଏବଂ ମାତା ନୀରା ଜେନ । ନତାଶା ଜଣେ କୋଟିପତି ବ୍ୟବସାୟୀ (Business man) ପରିବାରର ଝିଅ ଅଟନ୍ତି । ନତାଶା ଦେଖିବାକୁ ମଧ୍ୟ ଅତି ସୁନ୍ଦର । ଆମେ ଏହା ମଧ୍ୟ କହିପାରିବା ଯେ, ସେ ବାକି କ୍ରିକେଟରଙ୍କ ପତ୍ନୀଙ୍କ ଠାରୁ ଅଧିକ ସୁନ୍ଦର ଅଟନ୍ତି । ନତାଶାଙ୍କୁ ସାଧାରଣ ଜୀବନ ବଂଚିବା ଅଧିକ ପସନ୍ଦ । ଏତେ ଟଙ୍କା ଏବଂ ସୌନ୍ଦର୍ଯ୍ୟ ଥାଇ ମଧ୍ୟ ସେ ଦେଖାଇ ହେବାକୁ ଆଦୋୖ ପସନ୍ଦ କରନ୍ତି ନାହିଁ ।

ଏପରି ହୋଇଥିଲା ଗୌତମ ଏବଂ ନତାଶାଙ୍କ ଦେଖା :-

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଦୁହେଁ ଦୁହିଁଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ପରେ ଏହାକୁ ଆରେଞ୍ଜ ମ୍ୟାରେଜ ବୋଲି କୁହାଯାଇ ଥିଲା । ଗୈତମଙ୍କ ବାପା ଜଣେ ଟେକ୍ସଟାଇଲ ବ୍ୟବସାୟୀ ଅଟନ୍ତି । ବ୍ୟବସାୟ ସମୟରେ “ଗୁରୁଗାଁ”ର କୋଟିପତି ରବିନ୍ଦ୍ର ଜେନଙ୍କ ସହିତ ତାଙ୍କର ଚିହ୍ନା ପରିଚୟ ହୋଇଥିଲା ।

Google

ଦୁହେଁ କୌଣସି ଏକ ବିଜନେସ କାରଣରୁ ପାର୍ଟନର ହୋଇ ଯାଇଥିଲେ ଏବଂ ଦୁହିଁଙ୍କର ପରିବାର ମଧ୍ୟରେ ବନ୍ଧୁତାର ସମ୍ପର୍କ ସୃଷ୍ଟି ହୋଇ ଯାଇଥିଲା । ଆଉ ଧିରେ ଧିରେ ପରିବାର ମଧ୍ୟରେ ଯା’ଆସ ମଧ୍ୟ ହେବାରେ ଲାଗିଥିଲା । ଏସବୁ ମଧ୍ୟରେ ଗୌତମ ଏବଂ ନତାଶାଙ୍କର ଦେଖା ହୋଇଥିଲା ଏବଂ ଏହିଭଳି ଭାବରେ ଦୁହିଁଙ୍କ ବନ୍ଧୁତା ପ୍ରେମରେ ଏବଂ ପରେ ବିବାହରେ ପରିବର୍ତ୍ତିତ ହୋଇଥିଲା । ଏଥିପାଇଁ ଆମେ ଏହାକୁ ଆରେଞ୍ଜ ମ୍ୟାରେଜ ଏବଂ ପ୍ରେମ ବିବାହ ଉଭୟ କହି ପାରିବା ।

Google

ନତାଶା ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ ରହନ୍ତି ଏବଂ ସେ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଫୋଟ ସେୟାର କରିଥାନ୍ତି । ୨୦୦୭ରେ ଦୁହେଁ ଦୁହିଁଙ୍କୁ ଡେଟ୍ କରିବା ଆରମ୍ଭ କରି ଦେଇଥିଲେ । କହିବାକୁ ଗଲେ ଗୌତମ ଟିକେ ଶାନ୍ତ ସ୍ୱଭବର ଥିଲେ । ୩ ବର୍ଷ ପର୍ଯ୍ୟନ୍ତ ସେହିଭଳି ସବୁକିଛି ଚାଲିଥିଲା ଏବଂ ଶେଷରେ ୨୦୧୦ ମସିହାରେ ଗୌତମ ଏବଂ ନତାଶାଙ୍କର ନିର୍ବନ୍ଧ ହୋଇଥିଲା । ଦୁହିଁଙ୍କ ସମ୍ପର୍କ ପାଇଁ ଘର ଲୋକଙ୍କୁ କୌଣସି ଅସୁବିଧା ସମ୍ମୁଖୀନ ହେବାକୁ ପଡିନଥିଲା । ଦୁହେଁ ପୂର୍ବରୁ ହିଁ ବିଜନେସ ପାର୍ଟନର ଏବଂ ପରିବାରର ଭଲ ସମ୍ପର୍କ ମଧ୍ୟ ଥିଲା । ନିର୍ବନ୍ଧର ଏକ ବର୍ଷ ପରେ ଅର୍ଥାତ ୨୦୧୧ ମସିହାରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ବିବାହରେ ସେମାନେ ୧୦୦ରୁ ଅଧିକ ଲୋକଙ୍କୁ ଡାକି ନଥିଲେ । ବର୍ତ୍ତମାନ ଗୌତମ ଏବଂ ନତାଶା ବହୁତ ଖୁସିରେ ଅଛନ୍ତି । ଏହିସବୁ ମଧ୍ୟରେ ଗୌତମ ଓ ନତାଶାଙ୍କ ଗୋଟିଏ କୁନି ପୁଅର ଆବିର୍ଭାବ ହୋଇଥିଲା, ଯାହାର ନାମ ଆଜୀନ ଗମ୍ଭୀର ରଖାଯାଇଛି ।

Leave a Reply

Your email address will not be published. Required fields are marked *