ଭଗବାନ ଶିବ ଏହି କାରଣରୁ ନନ୍ଦୀକୁ ନିଜର ବାହାନ କରିଥିଲେ ! ନନ୍ଦୀ କରିଥିଲେ ହଜାରେ ବର୍ଷ ପର୍ଯ୍ୟନ୍ତ ତପସ୍ୟା…

ଭଗବାନ ଶିବ ଏହି କାରଣରୁ ନନ୍ଦୀକୁ ନିଜର ବାହାନ କରିଥିଲେ ! ନନ୍ଦୀ କରିଥିଲେ ହଜାରେ ବର୍ଷ ପର୍ଯ୍ୟନ୍ତ ତପସ୍ୟା…

ନନ୍ଦୀ ଭଗବାନ ଶିବଙ୍କର ବାହନ ଏବଂ ଦ୍ୱାରପାଳ ଅଟନ୍ତି । ଯିଏ ମଧ୍ୟ ଭଗବାନ ଶିବଙ୍କୁ ଭେଟିବା ପାଇଁ କୈଳାସ ପର୍ବତ ଆସିଥାନ୍ତି, ତାଙ୍କୁ ନନ୍ଦୀଙ୍କ ଠାରୁ ଅନୁମତି ନେବାକୁ ପଡ଼ିଥାଏ । ଭଗବାନ ଶିବ କାହିଁକି ନନ୍ଦୀକୁ ନିଜର ବାହନ ଭାବରେ ଚୟନ କରିଥିଲେ ? ଏହା ସହ ଏକ କଥା ଜଡିତ ହୋଇଛି । ଯାହାର ବର୍ଣ୍ଣନା ସ୍କନ୍ଦପୁରାଣରେ କରାଯାଇଛି । ସ୍କନ୍ଦପୁରାଣ ଅନୁଯାୟୀ, ଏକଦା ଭଗବାନ ଧର୍ମଙ୍କର ଇଚ୍ଛା ହେଲା କି ସେ ଭଗବାନ ଶିବଙ୍କର ବାହନ ହେବେ । ଏଥିପାଇଁ ସେ ଦୀର୍ଘ କାଳ ପର୍ଯ୍ୟନ୍ତ ତପସ୍ୟା କରିଥିଲେ । ଶେଷରେ ଭଗବାନ ଶିବ ତାଙ୍କ ତପସ୍ୟାକୁ ସ୍ୱୀକାର କରି ନେଇଥିଲେ ଏବଂ ତାଙ୍କୁ ନିଜ ବାହନ ଭାବରେ ସ୍ୱୀକାର କରିଥିଲେ । ଏହି ପ୍ରକାରେ ନନ୍ଦୀ ଷଣ୍ଢ ରୂପରେ ଚିରଦିନ ପାଇଁ ଭଗବାନ ଶିବଙ୍କର ବାହନ ହୋଇ ଯାଇଥିଲେ ।

କଥା ଅନୁଯାୟୀ, ଶିଳାଦ ନାମରେ ଜଣେ ଋଷି ଥିଲେ । ଯିଏ ଭଗବାନ ଶିବଙ୍କର ତପସ୍ୟାରେ ଲୀନ ରହୁଥିଲେ । ଏଭଳି ପରିସ୍ଥିତିରେ ଏହି ଋଷିଙ୍କର ପରିବାର ଲୋକଙ୍କୁ ଭୟ ଥିଲା କି ତାଙ୍କର ବଂଶ ଶେଷ ନ ହୋଇଯାଉ । ପରିବାର ଲୋକଙ୍କର ଏହି ଭୟକୁ ଶେଷ କରିବାପାଇଁ ଋଷି ଇନ୍ଦ୍ର ଦେବଙ୍କର ପୂଜା କରିଥିଲେ ଏବଂ ତାଙ୍କୁ ପୁତ୍ର ପ୍ରାପ୍ତିର କଥା କହିଥିଲେ । ଇନ୍ଦ୍ର ଦେବ ଋଷିଙ୍କୁ ଭଗବାନ ଶିବଙ୍କୁ ତପସ୍ୟା କରିବାକୁ କହିଥିଲେ । ଶିଳାଦ ଋଷି ଭଗବାନ ଶିବଙ୍କର ତପସ୍ୟା କରିଥିଲେ ଏବଂ ଦିନେ ଭଗବାନ ଶିବ ତାଙ୍କ ତପସ୍ୟାକୁ ସ୍ୱୀକାର କରିନେଇଥିଲେ ଏବଂ ତାଙ୍କୁ ପୁତ୍ର ପ୍ରାପ୍ତିର ବରଦାନ ଦେଇଥିଲେ ।

ଶିଳାଦ ଋଷି କ୍ଷେତରେ କାମ କରୁଥିଲେ । ସେହି ସମୟରେ ତାଙ୍କୁ ଏକ ପୁତ୍ର ମିଳିଥିଲା । ଯାହାକୁ ସେ ତାଙ୍କ ଘରକୁ ନେଇ ଆସିଥିଲେ ଏବଂ ତାକୁ ନିଜ ପୁଅ ଭାବରେ ଗ୍ରହଣ କରିନେଇଥିଲେ । ଏହି ପୁତ୍ରକୁ ସେ ନନ୍ଦୀ ନାମ ଦେଇଥିଲେ । ଶିଳାଦ ଋଷି ଆଶ୍ରମରେ ନିଜ ପୁତ୍ର ନନ୍ଦୀଙ୍କ ସହ ରହୁଥିଲେ । ଏକଦା ଶିଳାଦ ଋଷିଙ୍କ ଆଶ୍ରମକୁ ମିତ୍ର ଏବଂ ବରୁଣ ନାମକ ଦୁଇଜଣ ସନ୍ଥ ଆସିଥିଲେ । ଯେଉଁମାନଙ୍କର ସେବାର କାମ ଶିଳାଦ ଋଷି ନିଜ ପୁତ୍ର ନନ୍ଦୀଙ୍କୁ ଦେଇଥିଲେ । ନନ୍ଦୀ ସମ୍ପୁର୍ଣ୍ଣ ଶ୍ରଦ୍ଧାରେ ଦୁହିଁ ସନ୍ଥଙ୍କର ସେବା କରିଥିଲେ । ସନ୍ଥମାନେ ସେବାରେ ଖୁସି ହୋଇ ଶିଳାଦ ଋଷିଙ୍କୁ ଦୀର୍ଘାୟୁ ହେବାର ଆଶୀର୍ବାଦ ଦେଇଥିଲେ, କିନ୍ତୁ ନନ୍ଦୀଙ୍କୁ ନୁହେଁ । ଏହି କଥାରେ ଶିଳାଦ ଋଷିଙ୍କୁ ଦୁଃଖ ହୋଇଥିଲା ଏବଂ ସେ ଚିନ୍ତିତ ହୋଇଗଲେ । ସେ ଭାବିବାକୁ ଲାଗିଲେ କି କାହିଁକି ସନ୍ଥମାନେ ତାଙ୍କ ପୁଅଙ୍କୁ ଦୀର୍ଘାୟୁ ହେବାର ଆଶୀର୍ବାଦ ଦେଲେ ନାହିଁ । ସାହସ କରି ଶିଳାଦ ଋଷି ସନ୍ଥ ମାନଙ୍କୁ ଏହି ପ୍ରଶ୍ନ ପଚାରିଦେଲେ । ଯାହାପରେ ସନ୍ଥମାନେ କହିଥିଲେ ଯେ, ନନ୍ଦୀ ଅଳ୍ପାୟୁ ଅଟନ୍ତି । ଏହା ଶୁଣି ଶିଳାଦ ଋଷି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଚିନ୍ତାରେ ରହିବାକୁ ଲାଗିଲେ ।

ନିଜ ବାପାଙ୍କୁ ଚିନ୍ତାରେ ଦେଖି ନନ୍ଦି ତାଙ୍କୁ ଏହାର କାରଣ ପଚାରିଥିଲେ । ଶିଳାଦ ଋଷି କହିଥିଲେ କି ସାଧୁମାନେ କହିଛନ୍ତି ଯେ ତୁମେ ଅଳ୍ପଆୟୁ ଅଟ । ଏଥିପାଇଁ ମୋ ମନ ବହୁତ ଚିନ୍ତିତ ଅଛି । ନନ୍ଦି ଯେତେବେଳେ ପିତାଙ୍କ ଚିନ୍ତାର କାରଣ ଶୁଣିଲେ, ସେ ହସିଲେ ଏବଂ ନିଜ ବାପାଙ୍କୁ କହିଲେ ଭଗବାନ ଶିବ ମତେ ଆପଣଙ୍କୁ ଦେଇଛନ୍ତି । ମୋର ରକ୍ଷା କରିବା ତାଙ୍କର ଦାୟିତ୍ୱ ଅଟେ । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହାପରେ ଭୁବନ ନଦୀ କୂଳରେ ନନ୍ଦି ଭଗବାନ ଶିବଙ୍କ ତପସ୍ୟା କରିବା ଆରମ୍ଭ କରିଦେଇଥିଲେ । ନନ୍ଦିଙ୍କୁ ଭଗବାନ ଶିବ ଦର୍ଶନ ଦେଇଥିଲେ ଏବଂ ତାଙ୍କୁ ବରଦାନ ପଚାରିଥିଲେ । ନନ୍ଦି କହିଥିଲେ, “ମୁଁ ଆଜୀବନ ଆପଣଙ୍କ ଅଧୀନରେ ରହିବାକୁ ଚାହୁଁଛି ।” ନନ୍ଦିଙ୍କୁ ଏହି ବରଦାନ ଭଗବାନ ଶିବ ଦେଇଥିଲେ ଏବଂ ତାଙ୍କୁ ଷଣ୍ଢର ଚେହେରା ଦେଇଥିଲେ ଏବଂ ତାଙ୍କୁ ନିଜର ବାହାନ କରିଥିଲେ ।

ଏହା ପରଠାରୁ ଶିବଙ୍କ ମନ୍ଦିର ବାହାରେ ନନ୍ଦିଙ୍କ ଷଣ୍ଢ ରୂପକୁ ସ୍ଥାପିତ କରାଗଲା । ବିଶ୍ଵାସ କରାଯାଏ କି ଯଦି ନନ୍ଦିଙ୍କ କାନରେ କୌଣସି କଥା କୁହାଯାଏ । ତେବେ ଏହାକୁ ଭଗବାନ ଶିବ ପୂର୍ଣ୍ଣ କରିଥାନ୍ତି । ସ୍କନ୍ଦପୁରାଣ ଅନୁଯାୟୀ ଗଣେଶଙ୍କ ବାହାନ ମୂଷା ଅଟେ । କାର୍ତ୍ତିକ ଏବଂ ପତ୍ନୀ ଦେବସେନାଙ୍କ ବାହାନ ମୟୂର ଅଟେ । ଭଗବତୀ ପାର୍ବତୀଙ୍କ ବାହାନ ସିଂହ ଅଟେ ଏବଂ ସ୍ୱୟଂ ଭଗବାନ ଶିବଙ୍କ ବାହାନ ନନ୍ଦି ଅଟେ ।

Leave a Reply

Your email address will not be published. Required fields are marked *