ଚୀନର ଏପରି କାର୍ଯ୍ୟକଳାପରେ ମିଆଁମାର ମଧ୍ୟ ଚିନ୍ତିତ ! ଦୁନିଆକୁ ମାଗିଛି ସାହାଯ୍ୟ !

ଚୀନର ଏପରି କାର୍ଯ୍ୟକଳାପରେ ମିଆଁମାର ମଧ୍ୟ ଚିନ୍ତିତ ! ଦୁନିଆକୁ ମାଗିଛି ସାହାଯ୍ୟ !

ମିଆଁମାର ଚୀନ ଉପରେ ଆତଙ୍କବାଦୀ ଏବଂ ବିଦ୍ରୋହୀ ସମୂହକୁ ଅସ୍ତ୍ରଶସ୍ତ୍ର ପ୍ରଦାନର ଆରୋପ ଲଗାଇଛି ଏବଂ ଏହି ମାମଲାରେ ଅନ୍ତରାଷ୍ଟ୍ରୀୟ ସହଯୋଗର ଭିକ୍ଷା କରିଛି । ମିଆଁମାରର ବରିଷ୍ଠ ଜେନେରାଲ ମିନ୍ ଆଙ୍ଗ ହ୍ଲାଇନ୍ଗଙ୍କ ଅନୁସାରେ ତାଙ୍କ ଦେଶର ଆତଙ୍କବାଦୀଙ୍କୁ ସମର୍ଥନ ଦିଆଯାଉଛି । ଋଷ ଦ୍ଵାରା ସଂଚାଳିତ ଟିଭି ଚ୍ୟାନେଲ ଜ୍ବ୍ୟଜ୍ଦ (zvezda)କୁ ଦେଇଥିବା ଏକ ସାକ୍ଷାତକରରେ ମିଆଁମାରର ବରିଷ୍ଠ ଜେନେରାଲ ମିନ ଆଙ୍ଗ ହ୍ଲାଇନ୍ଗ ଏହି କଥା କହିଛନ୍ତି ।

ଅନ୍ୟ ଦେଶମାନଙ୍କୁ ମାଗିଛନ୍ତି ସାହାଯ୍ୟ :-

Google

ଟିଭି ଚ୍ୟାନେଲ ଜ୍ଵେଜ୍ଦା(zvezda)କୁ ଇଣ୍ଟରଭ୍ୟୁ ଦେଇ ମିନ୍ ଆଙ୍ଗ ହ୍ଲାଇନ କହିଛନ୍ତି ଯେ ମିଆଁମାରରେ ସକ୍ରିୟ ଆତଙ୍କବାଦୀ ସଂଗଠନ “ଦୃଢ଼ ସାମ୍ୟର୍ଥ”ର ସମର୍ଥନ ହାସଲ କରିଛି ଏବଂ ଆମେ ତାହାକୁ ଶେଷ କରିବା ପାଇଁ ଅନ୍ୟ ଦେଶମାନଙ୍କର ସାହାଯ୍ୟ ମାଗୁଛୁ । ବାସ୍ତବରେ “ଦୃଢ଼ ସାମ୍ୟର୍ଥ” ସଦୃଶ୍ୟ ଚୀନ ଦେଶକୁ ଦେଖାଯାଉଛି ଏବଂ କେଉଁ ପ୍ରକାରେ ଚୀନ ନିଜ ପଡ଼ୋଶୀ ଦେଶଗୁଡ଼ିକ ବିରୋଧରେ ଷଡ଼ଯନ୍ତ୍ର କରିଥାଏ ତାହା ସମସ୍ତଙ୍କୁ ଜଣା ।

ମିଆଁମାରର ସଶସ୍ତ୍ର ବାହିନୀର କୋମଣ୍ଡର- ଇନ୍- ଚିଫ୍ ଦ୍ଵାରା କରାଯାଇଥିବା ଟିପ୍ପଣୀକୁ ମିଆଁମାରର ସୈନ୍ୟ ପ୍ରବକ୍ତା ବ୍ରିଗେଡିୟର ଜେନେରାଲ ଜୋ ମିନ୍ ଟୁନ୍ ବିସ୍ତାରପୂର୍ବକ କହିଛନ୍ତି ଯେ, ସେନା ପ୍ରମୁଖ ଅରାକାନ ଆର୍ମି (AA) ଓ ଅରାକାନ ରୋହିଂଗ୍ୟା ସାଲୱେଶନ ଆର୍ମି (ARSA)ର ପ୍ରକାଶ କରିଥିଲେ, ଯାହା ପଶ୍ଚିମୀ ମିଆଁମାରରେ ରାଖୀନ ରାଜ୍ୟରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଅଟେ ।

Google

୨୦୧୯ରେ ଏହି ସଂଗଠନ ଗୁଡ଼ିକ ସେନା ଉପରେ ଏକ ଆକ୍ରମଣ କରିଥିଲେ ଏବଂ ଏହି ଆକ୍ରମଣ ଅନୁସାରେ ସେମାନେ ଯେଉଁ ଅସ୍ତ୍ରଶସ୍ତ୍ରର ପ୍ରୟୋଗ କରିଥିଲେ, ସେସବୁ ଚୀନ ନିର୍ମିତ ଥିଲା । କେବଳ ଏତିକି ନୁହେଁ, ନଭେମ୍ବର ୨୦୧୯ରେ ମିଆଁମାର ସେନା ଏକ ଆକ୍ରମଣ ସମୟରେ ନିଷିଦ୍ଧ ଗୋଡ ନ୍ୟାସନାଲ ଲିବରେସନ୍ ଆର୍ମିରୁ ବହୁ ସଂଖ୍ୟକ ଅସ୍ତ୍ର ନଷ୍ଟ କରିଥିଲା । ଏହି ଆକ୍ରମଣ ସମୟରେ ମିଳିଥିବା କ୍ଷେପଣାସ୍ତ୍ରର ମୂଲ୍ୟ ପ୍ରାୟ ୭୦,୦୦୦ ରୁ ୯୦,୦୦୦ ଆମେରିକୀୟ ଡଲାର ଅଟେ । ଏହି ଅସ୍ତ୍ର ମେଡ୍ ଇନ୍ ଚାଇନା ଥିଲା । ସେହିଦିନ ଠାରୁ ଜଣା ପଡ଼ିଛି ଯେ, ଅରାକନ୍ ସେନା ପଛରେ “ବିଦେଶ ଦେଶ”ର ହାତ ରହିଛି ।

ଏହି କାରଣରୁ ଚୀନ୍ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି :-

Google

ଚୀନର କମ୍ୟୁନିଷ୍ଟ ପାର୍ଟି ମିଆଁମାରରେ ନିଜର ସ୍ଥିତିକୁ ଦୃଢ଼ କରିବା ରଖିବା ପାଇଁ ଆତଙ୍କୀ ସମୂହର ସାହାଯ୍ୟ ନେଇଛନ୍ତି ଏବଂ ଏହି ସମୂହଗୁଡ଼ିକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି । ପୁଣି ଚୀନ ମିଆଁମାରରେ ଆତଙ୍କବାଦୀ ସମୂହକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ବିଷୟକୁ ଅମାନ୍ୟ କରିଆସିଛି । କିନ୍ତୁ ଚୀନର ଏପରି କାମ ବିଷୟରେ ଯେ କେହିବି ଜ୍ଞାତ ।

ଭାରତ ବିରୋଧରେ ମଧ୍ୟ ଏପରି ଷଡ଼ଯନ୍ତ୍ର ରଚନା କରିଛି :-

ବର୍ତ୍ତମାନ ଭାରତ ଏବଂ ଚୀନର ସମ୍ପର୍କ ଖରାପ ରହିଛି । ଏସବୁ ମଧ୍ୟରେ କିଛି ମିଡିଆ ରିପୋର୍ଟ ଅନୁସାରେ ଏପରି କୁହାଯାଇଛି ଯେ, ଚୀନ ଭାରତକୁ ଘେରିବା ପାଇଁ ପାକିସ୍ତାନ ସେନା ଏବଂ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି । ଚୀନ ଆତଙ୍କବାଦୀଙ୍କ ସହଯ୍ୟରେ ଘାଟୀରେ ବିବାଦ ସୃଷ୍ଟି କରିବାକୁ ଚାହୁଁଛି, ଯାହାଦ୍ଵାରା ଭାରତ ସେନାଙ୍କ ଧ୍ୟାନ ଲଦାଖ ଉପରୁ ହଟିଯିବା ।

Leave a Reply

Your email address will not be published. Required fields are marked *