ଲାଇମ୍ ଲାଇଟରୁ ଦୂରେଇ ରୁହନ୍ତି ମୁକେଶ୍ ଅମ୍ବାନୀଙ୍କ ଭଉଣୀ ନିନା କୋଠାରୀ ! ଏକ ବଡ କମ୍ପାନୀକୁ ସମ୍ଭାଳନ୍ତି…

ଲାଇମ୍ ଲାଇଟରୁ ଦୂରେଇ ରୁହନ୍ତି ମୁକେଶ୍ ଅମ୍ବାନୀଙ୍କ ଭଉଣୀ ନିନା କୋଠାରୀ ! ଏକ ବଡ କମ୍ପାନୀକୁ ସମ୍ଭାଳନ୍ତି…

ମୁକେଶ୍ ଅମ୍ବାନୀ ରିଏଲାନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ଅଟନ୍ତି ଓ ଅଧିକାଂଶ ସମୟରେ ତାଙ୍କ ପରିବାର ଚର୍ଚ୍ଚାରେ ରହେ । ଯଦିଓ ମୁକେଶ୍ ଅମ୍ବାନୀଙ୍କ ଭଉଣୀଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ମୁକେଶ୍ ଅମ୍ବାନୀଙ୍କ ଭଉଣୀ ମିଡ଼ିଆ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି, ଏଥିପାଇଁ ସେ ଅମ୍ବାନୀ ପରିବାରର ଜଣେ ସଦସ୍ୟ ହୋଇ ମଧ୍ୟ ଅଧିକ ଖବରରେ ଆସନ୍ତି ନାହିଁ । ମୁକେଶ୍ ଅମ୍ବାନୀଙ୍କ ଭଉଣୀଙ୍କ ନାମ ନିନା କୋଠାରୀ ଅଟେ ଯିଏକି ମୁମ୍ବାଇରେ ବାସ କରନ୍ତି ।

ନିନା କୋଠାରୀ ଏଚସି ଗ୍ରୁପର୍ ଚ୍ୟାୟାରମ୍ୟାନ୍ ଥିବା ଭଦ୍ରଶ୍ୟାମ କୋଠାରୀଙ୍କୁ ବିବାହ କରିଛନ୍ତି । ଯଦିଓ ୨୦୧୫ ମସିହାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭଦ୍ରଶ୍ୟାମଙ୍କ ଦେହାନ୍ତ ହୋଇଯାଇଛି । ସ୍ୱାମୀ ଭଦ୍ରଶ୍ୟାମ କୋଠାରୀଙ୍କ ନିଧନ ପରେ ନିନା ପରିବାରର ବ୍ୟବସାୟ ସମ୍ଭାଳୁଛନ୍ତି । ସେ କୋଠାରୀ ସୁଗର୍ ମିଲସର ମାଲିକାଣୀ ଅଟନ୍ତି ।

ନିନା କୋଠାରୀଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଝିଅର ନାମ ନୟନତାରା ଓ ପୁଅର ନାମ ଅର୍ଜୁନ୍ କୋଠାରୀ ଅଟେ । ଯେବେକି ତାଙ୍କ ପୁଅର ବିବାହ ୨୦୧୯ ମସିହାରେ ଅନନ୍ଦିତାଙ୍କ ସହିତ ହୋଇ ଯାଇଛି । ମୁକେଶ୍ ଅମ୍ବାନୀ ଭାଣିଜୀ ନୟନତାରାଙ୍କ ବିବାହର ପ୍ରି ୱେଡିଙ୍ଗ ପାର୍ଟି ନିଜ ଘର ଏଣ୍ଟିଲିଆରେ ଦେଇଥିଲେ । ଅର୍ଜୁନ୍ କୋଠାରୀ ଗ୍ରୁପର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଭାବେ ସୁଗଲ୍ ମିଲସ୍, ପେଟ୍ରୋଲିୟମ୍ ବ୍ୟବସାୟ ଓ କେମିକାଲ୍ ବ୍ୟବସାୟ ସମ୍ଭାଳୁଛନ୍ତି ।

ନିନା କୋଠାରୀ ନିଜ ବଡ଼ ଭାଉଜ ନିତା ଅମ୍ବାନୀଙ୍କ ଖୁବ୍ ନିକଟବର୍ତ୍ତି ଅଟନ୍ତି ଏବଂ ଏ ଦୁହିଁଙ୍କ ମଧ୍ୟରେ ଗଭୀର ବନ୍ଧୁତା ରହିଛି । ନିତା ଅମ୍ବାନୀଙ୍କ ବ୍ୟତୀତ ନିନା କୋଠାରୀ ଛୋଟ ଭାଉଜ ଟିନାଙ୍କ ମଧ୍ୟ ପ୍ରିୟ ଅଟନ୍ତି ।

୫୮ ବର୍ଷୀୟ ନିନା କୋଠାରୀ ନିଜ ବ୍ୟବସାୟକୁ ଖୁବ୍ ଭଲ ଭାବରେ ସମ୍ଭାଳୁଛନ୍ତି ଏବଂ ସେ ଦେଶର ବେଶ୍ ପରିଚିତ ବ୍ୟବସାୟୀ ମହିଳା ମଧ୍ୟରେ ଜଣାଶୁଣା । ପରିବାରର ସମ୍ପତ୍ତିକୁ ନେଇ ଯେତେବେଳେ ଭାଇ ମୁକେଶ୍ ଓ ଅନିଲ୍ ଅମ୍ବାନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସେତେବେଳେ ନିନା ଓ ତାଙ୍କ ଭଉଣୀ ଦୀପ୍ତି ସମ୍ପତ୍ତିରୁ କିଛି ନେଲେ ନାହିଁ । ନିନା ନିଜ ଭାଇ ମାନଙ୍କ ମଧ୍ୟରେ ପିତାଙ୍କ ସମ୍ପତ୍ତିକୁ ନେଇ ହୋଇଥିବା ବିବାଦକୁ ସମାଧାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

ନିନା ତାଙ୍କ ଦୁଇଟି ଭାଇ ସହିତ ବହୁତ ନିବିଡ଼ ସମ୍ପର୍କ ରହିଛି ଏବଂ ସେମାନେ ଅଧିକାଂଶ ସମୟରେ ପରସ୍ପର ଘରକୁ ଯିବା ଆସିବା କରନ୍ତି ।

Leave a Reply

Your email address will not be published. Required fields are marked *