ଭାରତରେ 5G ଲଞ୍ଚ କରିବାକୁ ପ୍ରସ୍ତୁତ ହେଲେ ମୁକେଶ ଅମ୍ବାନୀ । କରିଛନ୍ତି ଏହି ବଡ଼ ଘୋଷଣା…

ଭାରତରେ 5G ଲଞ୍ଚ କରିବାକୁ ପ୍ରସ୍ତୁତ ହେଲେ ମୁକେଶ ଅମ୍ବାନୀ । କରିଛନ୍ତି ଏହି ବଡ଼ ଘୋଷଣା…

ବୁଧବାର ଦିନ ରିଲାଏନ୍ସ କମ୍ପାନୀର ୪୩ ତମ ବାର୍ଷିକ ଜେନେରାଲ ମିଟିଙ୍ଗକୁ ସମ୍ବନ୍ଧୀତ କରିଛନ୍ତି । ଏହି ସମୟରେ ମୁକେଶ ଅମ୍ବାନୀ ଟେକ୍ନୋଲୋଜି କ୍ଷେତ୍ରରେ ଅନେକ ବଡ଼ ଘୋଷଣା କରିଛନ୍ତି । ଯେଉଁଥିରେ ଭାରତର ସାଧାରଣ ଜନତାଙ୍କ ହାତରେ 5G ଦେବା ଭଳି କଥା ମଧ୍ୟ ସାମିଲ ରହିଛି । ମୁକେଶ ଅମ୍ବାନୀ ମେଡ୍ ଇନ୍ ଇଣ୍ଡିଆ ଅନୁଯାୟୀ 5G ଆଣିବା କଥା କହିଛନ୍ତି । ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିୟୋ ସ୍କ୍ରେଚରୁ କମ୍ପ୍ଲିଟ୍ 5G ସଲ୍ୟୁସନ ପ୍ରସ୍ତୁତ କରିଛନ୍ତି । ଏହା ସାହାଯ୍ୟରେ ଭାରତରେ ୱାର୍ଲଡ଼ କ୍ଲାସ୍ 5G ଲଞ୍ଚ କରବାକୁ ସାହାଯ୍ୟ ମିଳିଯିବ । ଏହି 5G ସଲ୍ୟୁସନ ୧୦୦℅ ଭାରତରେ ହିଁ ପ୍ରସ୍ତୁତ କରାଯାଇଛି । ମୁକେଶ ଅମ୍ବାନୀ ନିଜର ଏହି ପ୍ରୋଜେକ୍ଟକୁ MADE IN INDIA 5G ନାମ ଦେଇଛନ୍ତି ।

Google

ମୁକେଶ ଅମ୍ବାନୀ ଙ୍କର ଏହି ପ୍ରୋଜେକ୍ଟର ପ୍ରାରମ୍ଭ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ କିନ୍ତୁ କମ୍ପାନୀ ଖୁବଶୀଘ୍ର ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିବ । ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସର 5G ଲଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଦେଶରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ହେବ । ଆମେ 5Gକୁ କେବଳ ଭାରତରେ ହିଁ କାର୍ଯକାରୀ କରିବା ନୁହେଁ ବରଂ ଏହି 5G ନେଟୱର୍କକୁ ଦୁନିଆର ଅନେକ ଦେଶ ପର୍ଯ୍ୟନ୍ତ ପହଞ୍ଚାଇବା ଅଟେ । ଏହି ବୈଠକରେ ମୁକେଶ ଅମ୍ବାନୀ କମ୍ପାନୀର ଭବିଷ୍ୟତ ରଣନୀତି ବିଷୟରେ ମଧ୍ୟ କହିଛନ୍ତି । ମୁକେଶ ଅମ୍ବାନୀ ଏହି ବୈଠକରେ ରିଲାଏନ୍ସ Jio TV + ଏବଂ Jio Glass ଭଳି ନୂଆଁ ପ୍ରଡକ୍ସନ ଆଣିବାର ଘୋଷଣା କରିଛି । ଏହାସହିତ କହିଛନ୍ତି ଯେ ରିଲାଏନ୍ସ କମ୍ପାନୀର ଡିଜିଟାଲ ପ୍ଲାଟଫର୍ମ Jioରେ ଗୁଗଲ ୩୩,୭୩୭ କୋଟି ଟଙ୍କାର ନିବେଶ କରିବ ।

Google

Leave a Reply

Your email address will not be published. Required fields are marked *