ମୁକେଶ୍ ଅମ୍ବାନୀଙ୍କ ଠାରୁ ବହୁତ ଅଲଗା ଅଟନ୍ତି ତାଙ୍କ ଭଉଣୀ ଦୀପ୍ତି ସାଲଗାୱକର୍, ଭାଇଙ୍କର ବନ୍ଧୁଙ୍କୁ ଭଲ ପାଇ ବସିଥିଲେ ! ଆସନ୍ତୁ ଜାଣିବା ସଂପୂର୍ଣ୍ଣ କଥା…

ମୁକେଶ୍ ଅମ୍ବାନୀଙ୍କ ଠାରୁ ବହୁତ ଅଲଗା ଅଟନ୍ତି ତାଙ୍କ ଭଉଣୀ ଦୀପ୍ତି ସାଲଗାୱକର୍, ଭାଇଙ୍କର ବନ୍ଧୁଙ୍କୁ ଭଲ ପାଇ ବସିଥିଲେ ! ଆସନ୍ତୁ ଜାଣିବା ସଂପୂର୍ଣ୍ଣ କଥା…

ଭାରତର ସବୁଠାରୁ ବଡ଼ ବ୍ୟବସାୟୀ ତଥା ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, କେବଳ ସେ ନୁହେଁ ତାଙ୍କ ପତ୍ନୀ ନୀତା ଅମ୍ବାନୀ, ପିଲା ଆକାଶ ଏବଂ ଈଶା ଏବଂ ଅନନ୍ତ, ଏପର୍ଯ୍ୟନ୍ତ କି ବୋହୁ ଶ୍ଳୋକା ମହତା ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏଥିସହିତ ତାଙ୍କ ଭଉଣୀଙ୍କ ବିଷୟରେ କୌଣସି କଥା ଶୀଘ୍ର ସାମ୍ନାକୁ ଆସି ପାରେନାହିଁ କିମ୍ବା ତାଙ୍କ ବିଷୟରେ କେହି ଶୁଣି ପାରନ୍ତି ନାହିଁ । କହିରଖୁଛୁ ଯେ, ମୁକେଶ ଅମ୍ବାନୀଙ୍କର ଦୁଇଜଣ ଭଉଣୀ ଅଛନ୍ତି, ଯେଉଁମାନଙ୍କ ନାମ ନିନା କଠୋରୀ ଏବଂ ଦୀପ୍ତି ସାଲଗାୱକର ଅଟେ । ବାସ୍ତବରେ ଆଜି ଆମେ ଆପଣଙ୍କୁ ତାଙ୍କ ଛୋଟ ଭଉଣୀ ଦୀପ୍ତି ସାଲଗାୱକରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ଗୋଆର ଜଣେ ପ୍ରସିଦ୍ଧ ବ୍ୟବସାୟୀଙ୍କର ପତ୍ନୀ ଅଟନ୍ତି ।

କରିଥିଲେ ପ୍ରେମ ବିବାହ:-

ଆପଣଙ୍କୁ କହିରଖୁଛୁ ଯେ, ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କର ବିବାହ ପରିବାରର ସହମତି ସହ ହୋଇଥିଲା । କହିରଖୁଛୁ ଯେ, ଧିରୁ ଭାଇ ଅମ୍ବାନୀ ଏବଂ କୋକିଲାବେନ୍ ନୀତାଙ୍କୁ ମୁକେଶ ପାଇଁ ପସନ୍ଦ କରିନେଇଥିଲେ । ଅନ୍ୟପକ୍ଷରେ ଦୀପ୍ତି ନିଜ ପସନ୍ଦର ପୁଅକୁ ବିବାହ କରିନେଇଛନ୍ତି । ବାସ୍ତବରେ, ତାଙ୍କ ପ୍ରେମ ବିବାହ ଯୋଗୁଁ କାହାକୁ ମଧ୍ୟ ଅସୁବିଧା ହୋଇନଥିଲା, ତାଙ୍କ ବିବାହ ସମ୍ପୂର୍ଣ୍ଣ ପରିବାରର ସହମତି ସହ ହୋଇଥିଲା ।

ଗୋଟିଏ ବିଲ୍ଡିଂରେ ରହି ହୋଇଥିଲା ପ୍ରେମ:-

ବାସ୍ତବରେ କିଛି ଖବର ଅନୁଯାୟୀ, ସେହି ସମୟରେ ୧୯୭୮ ମସିହାରେ ଧିରୁଭାଇ ଅମ୍ବାନୀଙ୍କର ସମ୍ପୂର୍ଣ୍ଣ ପରିବାର ମୁମ୍ବାଇର ଉଷା କିରଣ ଆପାର୍ଟମେଣ୍ଟର ୧୪ତମ ମହଲାରେ ରହୁଥିଲେ । ଏବଂ ସେହି ସମୟର ଚର୍ଚ୍ଚିତ ଏବଂ ବିଳାସପୂର୍ଣ ବ୍ୟବସାୟୀ ବାସୁଦେବ ସାଲଗାୱକର ମଧ୍ୟ ନିଜ ପରିବାର ସହ ସେହି ବିଲ୍ଡିଂର ୨୨ତମ ମହଲାରେ ରହୁଥିଲେ । ସାଲଗାୱକର ପରିବାର ଅମ୍ବାନୀ ପରିବାରକୁ ଯିବା ଆସିବା କରୁଥିଲେ ଏବଂ ଧିରୁଭାଇ ଓ ବାସୁଦେବ ଭଲ ବନ୍ଧୁ ଥିଲେ । କହିରଖୁଛୁ ଯେ, ପିତାଙ୍କର ବନ୍ଧୁତା ଯୋଗୁଁ ମୁକେଶ ଏବଂ ଅନୀଲଙ୍କୁ ମଧ୍ୟ ବାସୁଦେବ ସାଲଗାୱକରଙ୍କର ପୁଅ ଦତ୍ତରାଜଙ୍କ ସହ ସାକ୍ଷାତ ହେଉଥିଲା ।

୫ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ଏହି ସମ୍ପର୍କ:-

ସୂଚନାଯୋଗ୍ୟ ଯେ, ଏହି ସମୟ ମଧ୍ୟରେ ଦତ୍ତରାଜ ଏବଂ ଦୀପ୍ତିଙ୍କ ମଧ୍ୟରେ ନିକଟତା ବଢିବାକୁ ଲାଗିଥିଲା ଏବଂ ଧୀରେ ଧୀରେ ଏହା ପ୍ରେମରେ ପରିବର୍ତ୍ତନ ହୋଇ ଯାଇଥିଲା । ଦୁହେଁ ୫ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ରହିବା ପରେ ନିଜ ପରିବାର ଲୋକଙ୍କୁ ସବୁ କଥା କହିଦେଇଥିଲେ । ଦୀପ୍ତି ଏବଂ ଦତ୍ତରାଜଙ୍କର ସମ୍ପର୍କକୁ ଉଭୟ ପରିବାର ଖୁସି ଖୁସିରେ ସ୍ୱୀକାର କରିନେଇଥିଲେ । ୧୮୯୩ ମସିହାରେ ଦୁହିଁଙ୍କର ‘ଧୁମ୍-ଧାମ୍’ର ସହ ବିବାହ ହୋଇଥିଲା ।

ଦୀପ୍ତି କଣ କରନ୍ତି:-

ସୂଚନା ଅନୁଯାୟୀ ଦୀପ୍ତି ଗୃହିଣୀ ଅଟନ୍ତି । ବିବାହ ପରେ ଦୀପ୍ତି ନିଜ ସ୍ୱାମୀଙ୍କ ସହ ଗୋଆରେ ରହୁଥିଲେ ଏବଂ ପରିବାରର ଦାୟିତ୍ୱକୁ ସମ୍ଭାଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦତ୍ତରାଜ ଏବଂ ଦୀପ୍ତିଙ୍କର ଦୁଇଟି ପିଲା ଅଛନ୍ତି, ଯେଉଁମାନଙ୍କ ନାମ ବିକ୍ରମ୍ ଏବଂ ଇଶିତା ଅଟେ । ଦୀପ୍ତି ତାଙ୍କ ଦୁଇ ଭାଇଙ୍କର ଅତ୍ୟନ୍ତ ନିକଟତର ଅଟନ୍ତି । ବାସ୍ତବରେ ମୁକେଶ୍ ଏବଂ ଅନୀଲଙ୍କ ମଧ୍ୟରେ ମତଭେଦ ଦୂର କରିବାରେ ଦୀପ୍ତିଙ୍କ ଭୂମିକାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଏ । ଭାଇମାନେ ମଧ୍ୟ ତାଙ୍କୁ ଅତ୍ୟନ୍ତ ଭଲ ପାଆନ୍ତି ।

ବିଳାସପୂର୍ଣ ଘରର ମାଲିକାଣୀ:-

କହିରଖୁଛୁ ଯେ, ଦୀପ୍ତି ଏବଂ ଦତ୍ତରାଜ ଗୋଆର ଯେଉଁ ଘରେ ରହୁଛନ୍ତି, ତା’ର ନାମ ହୀରା ବିହାର ଅଟେ । ଖବର ଅନୁଯାୟୀ, ଏହା ଏତେ ବଡ଼ ଘର କି ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଗାଡିର ବ୍ୟବହାର ହୋଇଥାଏ । ଏହାବ୍ୟତୀତ ଗୋଆରେ ମଧ୍ୟ ତାଙ୍କର ଅତ୍ୟନ୍ତ ବିଳାସପୂର୍ଣ ଘର ରହିଛି, ଯାହାକୁ ବିଦେଶୀ ଡିଜାଇନର୍ ମାନଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି ।

Leave a Reply

Your email address will not be published. Required fields are marked *