କରୋନା ସମୟରେ ମୁକେଶ ଅମ୍ବାନୀ ୧ ଘଣ୍ଟାରେ ଯେତେ ଟଙ୍କା ଅର୍ଜନ କରିଛନ୍ତି ! ସେତିକି ଟଙ୍କା ଅର୍ଜନ କରିବାକୁ ଆପଣଙ୍କୁ ଲାଗିଯିବ ୧୦,୦୦୦ ବର୍ଷ…

କରୋନା ସମୟରେ ମୁକେଶ ଅମ୍ବାନୀ ୧ ଘଣ୍ଟାରେ ଯେତେ ଟଙ୍କା ଅର୍ଜନ କରିଛନ୍ତି ! ସେତିକି ଟଙ୍କା ଅର୍ଜନ କରିବାକୁ ଆପଣଙ୍କୁ ଲାଗିଯିବ ୧୦,୦୦୦ ବର୍ଷ…

ଅକ୍ସଫ୍ୟାମର ଏକ ରିପୋର୍ଟ ଅନୁସାରେ କରୋନା ମହାମାରୀ ସମୟରେ ବ୍ୟବସାୟୀ ମୁକେଶ ଅମ୍ବାନୀ ଏକ ଭଲ ରକମ ରୋଜଗାର କରିଛନ୍ତି ଏବଂ ତାଙ୍କ ଦ୍ୱାରା ଏକ ଘଣ୍ଟାରେ ଯେତିକି ଆମଦାନୀ ହୋଇଛି ସେତିକି ଟଙ୍କା ଅର୍ଜନ କରିବାକୁ ଏକ ଶ୍ରମିକଙ୍କୁ ୧୦ ହଜାର ବର୍ଷ ସମୟ ଲାଗିଯିବ । ରିପୋର୍ଟ ଅନୁସାରେ କରୋନା କାଳରେ ମୁକେଶ ଅମ୍ବାନୀ ୯୦ କୋଟି ଟଙ୍କା ପ୍ରତି ଘଣ୍ଟା ହିସାବରେ ଅର୍ଜନ କରିଛନ୍ତି ।

ବାସ୍ତବରେ କିଛି ଦିନ ଆଗରୁ ଗରିବ ଅମୂଲ୍ୟନ ପାଇଁ କାମ କରୁଥିବା ସଂସ୍ଥା ଅକ୍ସଫ୍ୟାମର ରିପୋର୍ଟ ଆସିଥିଲା । ଏହି ରିପୋର୍ଟରେ ଲକଡାଉନ୍ ସମୟରେ ଭାରତରେ ୧୦୦ ଜଣ କୋଟିପତିଙ୍କ ସମ୍ପତ୍ତିରେ କେତେ ବୃଦ୍ଧି ଘଟିଛି, ଏହା ବିଷୟରେ ଆଲୋଚନା କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ ମହାମାରୀ ସମୟରେ ମୁକେଶ୍ ଅମ୍ବାନୀ ଏକ ଘଣ୍ଟାରେ ଯେତିକି ଟଙ୍କା ଆୟ ହୋଇଛି ସେତିକି ଟଙ୍କା ରୋଜଗାର କରିବା ପାଇଁ ଜଣେ ଅକୁଶଳ ଶ୍ରମିକଙ୍କୁ ଦଶ ହଜାର ବର୍ଷ ସମୟ ଲାଗିଯିବ । କିମ୍ବା ମୁକେଶ୍ ଅମ୍ବାନୀ ଯେତିକି ଏକ ସେକେଣ୍ଡରେ କରିଛନ୍ତି ତାହା କରିବା ପାଇଁ ଜଣେ ଶ୍ରମିକଙ୍କୁ ତିନି ବର୍ଷ ସମୟ ଲାଗିଯିବ ।

ଅକ୍ସଫ୍ୟାମ୍ ରିପୋର୍ଟ ଅନୁସାରେ ଲକଡାଉନ୍ ସମୟରେ ମାର୍ଚ୍ଚ ୨୦୨୦ ପର ଅବଧିରେ ଭାରତରେ ୧୦୦ ଜଣ କୋଟିପତିଙ୍କ ସମ୍ପତ୍ତିରେ ୧୨,୯୭,୮୨୨ କୋଟି ଟଙ୍କାର ବୃଦ୍ଧି ଘଟିଛି । ଏତେ ଟଙ୍କାକୁ ଯଦି ଦେଶର ୧୩.୮ କୋଟି ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ ତେବେ ଏମାନଙ୍କ ମଧ୍ୟରେ ଜଣଙ୍କ ପିଛା ୯୪,୦୪୫ ଟଙ୍କା ମିଳିବ । ରିପୋର୍ଟରେ ଭାରତର ଧନୀ ବ୍ୟକ୍ତି ମାନଙ୍କ ବିଷୟରେ ଆଲୋଚନା କରାଯାଇ ଲକଡାଉନ୍ ସମୟରେ ଭାରତୀୟ କୋଟିପତିଙ୍କ ସମ୍ପତ୍ତି ୩୫ ପ୍ରତିଶତ ବୃଦ୍ଧି ପାଇଛି । ଭାରତର ୧୧ଟି ପ୍ରମୁଖ କୋଟିପତିଙ୍କ ଆୟ ମହାମାରୀ ସମୟରେ ଯେଉଁ ବୃଦ୍ଧି ଘଟିଛି ସେଥିରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉପସ୍ଥିତ ବଜେଟ ଏକ ଦଶକ ପର୍ଯ୍ୟନ୍ତ ପ୍ରାପ୍ତ ହୋଇପାରେ ।

ଭାରତର କୋଟିପତିଙ୍କ ସମ୍ପତ୍ତି ମାମଲାରେ ଆମେରିକା, ଚୀନ, ଜର୍ମାନୀ, ରୁଷିଆ ଓ ଫ୍ରାନ୍ସ ପରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ମୁକେଶ ଅମ୍ବାନୀ, ଗୌତମ ଅଡ଼ାନୀ, ଶିବ ନଡ଼ାର ଓ ଉଦୟ କୋଟକ ସମେତ ଭାରତର ୩୪ ଜଣ କୋଟିପତିଙ୍କ ନାମ ଏହି ସୂଚୀରେ ସାମିଲ୍ ରହିଛି । ଏହି ସମସ୍ତ ବ୍ୟକ୍ତିଙ୍କ ସମ୍ପତ୍ତିରେ ବର୍ତ୍ତମାନ ବୃଦ୍ଧି ପାଇଛି । ସେପଟେ ଆପଣଙ୍କୁ ସୁଚାଇଦେଉଛୁ ଯେ ଏମାନଙ୍କ ଯେତିକି ସମ୍ପତ୍ତି ରହିଛି ସେଥିରେ ବହୁ ଅଧିକ ଅମେଜନ ର ସିଇଓ ଜେଫ ବେଜୋସ ଓ ଟେସ୍ଲାର ସିଇଓ ଏଲନ ମସ୍କ ନିକଟରେ ଅଛି ।

ଏଲନ ମସ୍କ

Forbes Real Time ବିଲୀୟନେୟର ଇଂଡ଼େକ୍ସ ସଂଖ୍ୟା ଅନୁଯାୟୀ ଭାରତରେ ୧୦୦ରୁ ୩୪ ଜଣ କୋଟିପତିଙ୍କ ନେଟୱାର୍ଥ ୩୪୮.୯ ଡ଼ଲାର୍ ଅଟେ । ଯେବେକି ଜେଫ୍ ବେଜୋସ୍ ଓ ଏଲନ ମସ୍କଙ୍କ ନେଟୱାର୍ଥ ମିଶାଇ ୩୫୯ ଅରବ ଡ଼ଲାର ଅଟେ । Forbes Real Time ବିଲିୟେନେୟର ଇଂଡ଼େକ୍ସ ଅନୁଯାୟୀ ଜେଫ୍ ବେଜୋସ୍ ୧୮୭.୦ ଅରବ ଡ଼ଲାରର ସମ୍ପତ୍ତି ସହିତ ପୃଥିବୀର ୧୦ ଜଣ କୋଟିପତିଙ୍କ ସୂଚୀରେ ପ୍ରଥମ ସ୍ଥାନରେ ଅଛନ୍ତି ଏବଂ ୧୭୨.୮ ଅରବ ଡ଼ଲାର ସହିତ ଏଲନ ମସ୍କ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

Forbes ୱେବସାଇଟ୍ ଉପରେ କରାଯାଇଥିବା ମେପିଙ୍ଗ ଅନୁଯାୟୀ ରିଏଲାନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଭାରତରେ ସବୁଠାରୁ ଉଚ୍ଚରେ ଅଛନ୍ତି । Forbes ଅନୁଯାୟୀ ଭାରତର ୧୦୦ ଜଣ ଧନୀ ବ୍ୟକ୍ତି ମଧ୍ୟରେ ସବୁଠାରୁ ଅଧିକ ମୁମ୍ବାଇରେ ଅଛନ୍ତି । ଏମାନଙ୍କ ସଂଖ୍ୟା ୩୫ ଅଟେ ଯେବେକି ୧୮ ଜଣ କୋଟିପତି ଦିଲ୍ଲୀରେ ରୁହନ୍ତି ଏବଂ ୧୨ ଜଣ କୋଟିପତି ବେଙ୍ଗାଳୁରୁରେ ବାସ କରନ୍ତି ।

ଭାରତର ୩୪ ଜଣ କୋଟିପତିଙ୍କ ନାମ

ମୁକେଶ ଅମ୍ବାନୀ, ରାଧାକୃଷ୍ଣ ଦମାନୀ, ପାଲୋନଜି ମିସ୍ତ୍ରୀ, ଉଦୟ କୋଟକ, କୁମାର ବିଡ଼ଲା, ଗୌତମ ଅଡ଼ାନୀ, ହସମୁଖ ଚୁଡ଼ଗର, କରସନଭାଇ ପଟେଲ, ପଙ୍କଜ ପଟେଲ, ସମୀର ମେହତା, ନାରାୟଣ ମୂର୍ତ୍ତି, ଅଜିମ ପ୍ରେମଜୀ, କିରଣ ମଜୁମଦାର ଶା, ଗୋପାଳ କୃଷ୍ଣନ, ବାୟଜୁ ରବିଚନ୍ଦ୍ରନ, ଶିବ ନାଡ଼ର, ସୁନୀଲ ମିତ୍ତଲ, କୂଳଦୀପ ସିଂହ ଗୁରୁବଚନ ସିଂହ ଧୀଙ୍ଗରା, କୁଶଳ ପାଳ ସିଂହ, କପିଳ ଏଣ୍ଡ ରାହୁଲ ଭାଟିୟା, ସାଇରସ ପୁନାବାଲା, ରାହୁଲ ବଜାଜ, ବାବା କଲ୍ୟାଣୀ, ଅଭୟ ଫିରୋଡିଆ, ମୁରଲୀ ଦିବି ଏଣ୍ଡ ଫ୍ୟାମେଲି, ପିପି କୃଷ୍ଣ ରେଡ୍ଡୀ, ପିବି ରାମ ପ୍ରସାଦ ରେଡ୍ଡୀ, ଆଚାର୍ଯ୍ୟ ବାଳକୃଷ୍ଣ, ସାବିତ୍ରୀ ଜିନ୍ଦଲ ଏଣ୍ଡ ଫ୍ୟାମେଲି, କଳାନିଧି ମାରନ, ବେଣୁ ଗୋପାଳ, ସଂଜୀବ ଗୋୟନକା ଓ ଟି.ଏସ୍ କଲ୍ୟାଣରାମଣ ।

Leave a Reply

Your email address will not be published. Required fields are marked *