ଗୋଟିଏ କିମ୍ଵା ଦୁଇଥର ନୁହେଁ ୨୫ ଥର ଦେଖିଛନ୍ତି ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଏହି ଅଭିନେତ୍ରୀଙ୍କ ଫିଲ୍ମ…..

ଗୋଟିଏ କିମ୍ଵା ଦୁଇଥର ନୁହେଁ ୨୫ ଥର ଦେଖିଛନ୍ତି ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଏହି ଅଭିନେତ୍ରୀଙ୍କ ଫିଲ୍ମ…..

ଗୋଟିଏ କିମ୍ଵା ଦୁଇଥର ନୁହେଁ ୨୫ ଥର ଦେଖିଛନ୍ତି ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଏହି ଅଭିନେତ୍ରୀଙ୍କ ଫିଲ୍ମ , ଯେତେବେଳେ ସାମ୍ନାକୁ ଆସିଥିଲେ ସେହି ସମୟରେ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଲାଜେଇଯାଇଥିଲେ ।

Google

ଆଜି ଆମେ ଆପଣଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କିଛି ପ୍ରଧାନ ତଥ୍ୟ ଦେବାକୁ ଯାଉଛୁ, ଯେପରିକି ଆମେ ସମସ୍ତେ ଜାଣିଛେ ୨୫ ଡିସେମ୍ବରରେ ସମ୍ପୂର୍ଣ୍ଣ ଦେଶରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୩ ତମ ଜନ୍ମ ଦିନ ପାଳନ କରାଯାଇଥିଲା ।

ଭାରତର ସବୁଠାରୁ ଅଧିକ ଲୋକ ପ୍ରିୟ ରାଜନେତାଙ୍କ ମଧ୍ୟରୁ ଜଣେ ଶ୍ରୀଯୁକ୍ତ ଅଟଳ ବିହାରୀ ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟ କରୁଥିଲେ । ଅଟଳ ଜୀ ଙ୍କ ସରଳତା ସ୍ଵଭାବ ଯୋଗୁଁ ସେ ବହୁ ଚର୍ଚ୍ଚିତ । ଅଟଳ ଜୀ ଙ୍କ କହିବା ଶୈଳୀ ଯୋଗୁଁ ଲୋକ ଅଧିକ ପ୍ରଭାବିତ ଥିଲେ । ଭାରତର ରାଜନୈତିକ ଇତିହାସରେ ଶ୍ରୀ ଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇରହିଛି ।

ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଲମ୍ବା ସମୟ ପର୍ଯ୍ୟନ୍ତ ରାଷ୍ଟ୍ର ଧର୍ମ, ପଞ୍ଚଜନ୍ୟ ବୀର ଅର୍ଜୁନ ଭଳି ରାଷ୍ଟ୍ରୀୟ ଭାବନା ପୂର୍ଣ୍ଣ ଅନେକ ପତ୍ରିକା ସମ୍ପାଦନ କରିଛନ୍ତି । ସେ ନିଜ ଜୀବନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରରେ ଆଜୀବନ ଅବିବାହିତ ରହିବାର ସଂକଳ୍ପ ନେଇ ପ୍ରାରମ୍ଭ କରିଥିଲେ ଏବଂ ଦେଶ ଶ୍ରେଷ୍ଠ ପଦରେ ପହଞ୍ଚିବା ପର୍ଯ୍ୟନ୍ତ ସଂକଳ୍ପକୁ ପୁରା କରିଥିଲେ ।

ବିଜେବି ଅଧକ୍ଷ ଶ୍ରୀଯୁକ୍ତ ଅମିତ ଶହା ପୂର୍ବ ପିଏମଙ୍କୁ ଶୁଭକାମନା ଦେଇ ଟୁଇଟରରେ ଲେଖିଥିଲେ- ଜଣେ ରାଜନେତା ରୂପରେ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଅଟନ୍ତି । ଅଟଳ ବିହାରୀ ବାଜପେୟୀ ଜୀବନଙ୍କ ରାଷ୍ଟ୍ର ହିତ ପାଇଁ ସମର୍ପିତ ଅଟେ ସେ ନିଜର ପ୍ରଧାନମନ୍ତ୍ରୀ କାର୍ଯ୍ୟ କାଳରେ ଲୋକ କଲ୍ୟାଣ ଶାସନ ଦେଇ ସୁଶାସନ କଳ୍ପନାକୁ ସାକାର କରିଛନ୍ତି ।

ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ମଧ୍ୟପ୍ରଦେଶର ଗ୍ବାଲିୟର ରେ ୨୫ ଡିସେମ୍ବର ୧୯୨୪ରେ ହୋଇଥିଲା । ଜଣେ କୁଶଳ ରାଜନେତା ହେବା ସହ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କୁ କବିତା, ସାହିତ୍ୟ ଏବଂ ସିନେମାରେ ମଧ୍ୟ ରୁଚି ଥିଲା । ଯଦି ଫିଲ୍ମ କଥା କହିବା ତେବେ ବଲିଉଡ୍ ର ଡ୍ରିମ୍ ଗାର୍ଲ୍ ରୂପରେ ପରିଚିତ ଅଭିନେତ୍ରୀ ହେମା ମାଳିନୀଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ । ଏହି ଆମେ ନୁହେଁ ବରଂ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ହେମାମାଳିନୀ କହିଥିଲେ,’ ଥରେ ମୁଁ ପଦାଧିକାରୀଙ୍କୁ କହିଥିଲି ମୁଁ ସର୍ବଦା ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ନାମ ମୋ ଭାଷଣରେ ନିଏ କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ବାଜପେୟୀଙ୍କୁ ଭେଟି ନାହିଁ ମୋତେ ଥରେ ବାଜପେୟୀଙ୍କୁ ଭେଟାଇ ଦିଅନ୍ତୁ ।

ଯାହା ପରେ ମୋର ଦେଖା ତାଙ୍କ ସହ ହୋଇଥିଲା । ହେମା କହିଲେ ,ଯେବେ ମୁଁ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ସହ ମିଶିଲି ତେବେ ଦେଖିଲି କଥା ହେବା ପାଇଁ ପଛଘୁଞ୍ଚା ହେଇଥିଲେ ।ଏହା ଦେଖି ମୁଁ ଏହାର କାରଣ ଜାଣିବାକୁ ଚାହିଁଲି, ସେଇଠାରେ ଉପସ୍ଥିତ ମହିଳାଙ୍କୁ ଏହି ବିଷୟରେ ପଚାରିଲି ସେ କହିଲେ ଶ୍ରୀଯୁକ୍ତ ଅଟଳ ବିହାରୀ ତାଙ୍କର ବହୁତ ବଡ଼ ପ୍ରଶଂସକ । ସେ ଆପଣଙ୍କ ଫିଲ୍ମ ସୀତା ଓ ଗୀତ ‘୨୫ ଥର ଦେଖିଲେ । କିନ୍ତୁ ଆଜି ଆପଣଙ୍କୁ ସମ୍ନାରେ ଦେଖି ପଛଘୁଞ୍ଚା ଦେଉଛନ୍ତି । ଏହି କଥା ହେମାମାଳିନୀ ଗୋଟିଏ ପାର୍ଟି ମିଟିଂରେ କହିଛନ୍ତି ଯାହା ଜାଣିବା ପରେ ସମସ୍ତେ ଆଶ୍ଚର୍ୟ୍ଯ ହୋଇଗଲେ । ହେମାମାଳିନୀ କହିଲେ ୨୦୦୩ ରେ ମତେ ରାଜ୍ୟସଭା ସଦସ୍ୟ କରି ପାର୍ଟି ଗୋଟିଏ ବଡ଼ କର୍ତ୍ତବ୍ୟ ଦେଇଦେଲେ ।

Leave a Reply

Your email address will not be published. Required fields are marked *