୧୪ ବର୍ଷର ପୁଅକୁ ଜେଲ ପଠାଇବା ପାଇଁ ନିଜେ ମାଁ ପୋଲିସ୍ ଡାକିଥିଲେ ! ଜାଣନ୍ତୁ କଣ ଥିଲା ପୁଅର ଅପରାଧ ?

୧୪ ବର୍ଷର ପୁଅକୁ ଜେଲ ପଠାଇବା ପାଇଁ ନିଜେ ମାଁ ପୋଲିସ୍ ଡାକିଥିଲେ ! ଜାଣନ୍ତୁ କଣ ଥିଲା ପୁଅର ଅପରାଧ ?

ବୟସର କୌଣସି ପର୍ଯ୍ୟାୟରେ ମଧ୍ୟ ଜଣେ ମାଁ ପାଇଁ ତାଙ୍କ ପୁଅ ସର୍ଵଦା ଜଣେ ଶିଶୁ ହୋଇ ରହିଥାଏ ଏବଂ ଏପରି ପୁଣି ୧୪ ବର୍ଷର ଜଣେ ବାଳକ ଶିଶୁ । ୧୪ ବର୍ଷ ବୟସରେ ଜଣେ ଏହିପରି ହିଁ ଶିଶୁର ମାଁ ଗୋଟିଏ ଦିନ ରାତିରେ ଏପରି କିଛି ଦେଖିଲେ ଯାହା ତାଙ୍କୁ ବିଶ୍ୱାସ ହୋଇନଥିଲା ଯେ ତାଙ୍କ ପୁଅ ଜଣେ ନିରୀହ ନୁହେଁ ବରଂ ରାକ୍ଷସ ଅଟେ । ତାଙ୍କର ଏହିପରି ବ୍ୟବହାର ଦେଖି ସେ କିଛି କ୍ଷଣ ପାଇଁ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ କିନ୍ତୁ ପରବର୍ତ୍ତୀ ସମୟରେ ଜଣେ ସାଧାରଣ ନାଗରିକଙ୍କ ପରି ପୋଲିସକୁ ତାଙ୍କ ଘରକୁ ଡାକିଥିଲେ ଏବଂ ନିଜ ହିଁ ଛୁଆଙ୍କୁ ଜେଲ ପଠାଇବାକୁ ପରାମର୍ଶ ଦେଇଥିଲେ । ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଙ୍କି ମାରୁଥିବ କି ୧୪ ବର୍ଷର ଶିଶୁ ଏହିପରି କେଉଁ ଅପରାଧ କରିଛି ଯେ ତାଙ୍କ ମାଁଙ୍କ ଏହିପରି ଏକ ବଡ଼ ପଦକ୍ଷେପ ଉଠାଇଦେଲେ ।

newstrend

ବାସ୍ତବରେ ଏହି ପରିବାର ମୈରୀଲୈଣ୍ଡରେ ରହୁଥିଲେ ଯେଉଁଠାରେ ଜଣେ ମହିଳା ତାଙ୍କ ଦୁଇ ସନ୍ତାନଙ୍କ ସହ ରହୁଥିଲେ । ସେମାନଙ୍କର ବଡ଼ ପୁଅ ୧୪ ବର୍ଷର ସୋଲୋମନ ପ୍ୟୁଲ ଏବଂ ଦ୍ୱିତୀୟ ସନ୍ତାନ ମାତ୍ର ଦୁଇ ବର୍ଷ ହିଁ ହୋଇଥିଲା । ଥରେ ସେ ତାଙ୍କ ଛୋଟ ଛୁଆକୁ ଶୁଆଇବା ପାଇଁ ତଳ ମହଲାରେ ଥିଲେ । ଉପର ମହଲାରୁ ତାଙ୍କ ପୁଅ ଏବଂ ସମ୍ପର୍କୀୟଙ୍କ ଭଉଣୀଙ୍କ ଖେଳୁଥିବା ସ୍ୱର ଆସୁଥିଲା । ଯେଉଁ ଛୋଟ ଝିଅ ପ୍ୟୁଲଙ୍କ ସହିତ ଖେଳୁଥିଲା ସେ ମାତ୍ର ୮ ବର୍ଷ ବୟସର ଥିଲା । ଖେଳିବାର ଶବ୍ଦ ଯେତେବେଳେ ହଠାତ୍ ବନ୍ଦ ହୋଇଯାଏ ତେବେ ମାଁଙ୍କୁ ଅଦ୍ଭୁତ ଲାଗିଲା ଏବଂ ସେ ଉପରକୁ ଗଲେ ।

newstrend

ପ୍ୟୁଲଙ୍କ ମାଁ ଯେତେବେଳେ ଧିରେ ଧିରେ ପାଦ ପକାଇ କୋଠରୀରେ ପହଞ୍ଚିଲେ ସେତେବେଳେ ଭିତରର ଦୃଶ୍ୟ ଦେଖି ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ତାଙ୍କର ନିରୀହ ଦେଖାଯାଉଥିବା ପୁଅ ତାଙ୍କ ସମ୍ପର୍କୀୟ ଭଉଣୀଙ୍କ ସହ କୌଣସି ଖେଳ ଖେଳୁ ନଥିଲା ବରଂ ତାଙ୍କ ସହ ଅସଦାଚରଣ କରୁଥିଲା । ତାଙ୍କ ଶରୀରରେ କୌଣସି ପୋଷାକ ନଥିଲା ଏବଂ ପାଖରେ ଗୋଟିଏ ଛୁରୀ ରଖିଥିଲା । କିଛି ମୁହୁର୍ତ୍ତ ପାଇଁ ସେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଏବଂ କ୍ରୋଧରେ ସାଙ୍ଗେ ସାଙ୍ଗେ ତଳକୁ ଯାଇ ବିନା ବିଳମ୍ବରେ ପୋଲିସକୁ ଡାକିଥିଲେ ।

ଯେତେବେଳେ ସୋଲୋମନଙ୍କ ଘରକୁ ପୋଲିସ୍ ଆସିଥିଲେ, ସେତେବେଳେ ସେ ତାଙ୍କ ପୁଅର ଖରାପ ବ୍ୟବହାର ପୋଲିସକୁ କହିଥିଲେ । ତାଙ୍କର ୮ ବର୍ଷର ସମ୍ପର୍କୀୟ ଭଉଣୀ ମଧ୍ୟ ସେଠାରେ ଥିଲେ । ଯେତେବେଳେ ପୋଲିସ୍ ତାଙ୍କୁ ପଚରାଉଚରା କରିଥିଲା ସେହି ସମୟରେ ଝିଅଟି କହିଥିଲା କି, ସୋଲୋମନ ତାଙ୍କୁ ଏକ ଛୁରୀ ଦେଖାଇଥିଲେ ଏବଂ କହିଥିଲେ ଯଦି ସେ ପାଟି କରନ୍ତି ତେବେ ସେ ଛୁରୀରେ ତାଙ୍କୁ ହତ୍ୟା କରିଦେବ । ସେ ଧମକରେ ଭୟଭୀତ ହୋଇଯାଇଥିଲା ଏବଂ ସୋଲୋମନ ତାଙ୍କ ସହିତ ଅଶ୍ଳୀଳ କାମ କରିଥାଏ ।

newstrend

ଶଲୋମନଙ୍କ ମାଁ ମଧ୍ୟ ସାକ୍ଷୀ ଦେଇଥିଲେ କି, ଯେତେବେଳେ ସେ କୋଠରୀ ଖୋଲିଲେ ସେଠାକାର ଥିବା ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ୍ ଅନୁସନ୍ଧାନ କରିବା ଦ୍ୱାରା ସୋଲୋମନ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ତାକୁ ମାତ୍ର ୧୪ ବର୍ଷ ଅଟେ, କିନ୍ତୁ ଜଣେ ବୟସ୍କଙ୍କ ପରି ତାଙ୍କ ଉପରେ ମକୋଦ୍ଦମା ରୁଜୁ କରି ବିଚାରପତି ତାଙ୍କୁ ଆଜୀବନ କାରାଦଣ୍ଡର ସଜା ଶୁଣାଇଥିଲେ । କହିରଖୁଛୁ କି, ମୈରୀଲୈଣ୍ଡ ଠାରେ ୧୬ ବର୍ଷ ବ୍ୟକ୍ତିଙ୍କୁ ବୟସ୍କ ଭାବରେ ବିବେଚନା କରାଯାଇଥାଏ । ତାଙ୍କର ବୟସ ହୁଏତ ୧୪ ବର୍ଷ ବୟସ ହୋଇଥାଇ ପାରେ, କିନ୍ତୁ ତାଙ୍କ ଅପରାଧ ଅତ୍ୟନ୍ତ ଘୃଣ୍ୟ ଏବଂ ଭୟାନକ ଥିଲା । କିଛି ଲୋକ ବିଶ୍ୱାସ କରୁଥିଲେ କି ତାଙ୍କ କାମ ଘୃଣ୍ୟ ହୋଇପାରେ କିନ୍ତୁ ତାଙ୍କୁ ଏକ ନାବାଳକ ସୁଧାର ଘରକୁ ପଠାଇବାର ଥିଲା । ତାଙ୍କ ମନରେ କୌଣସି ଶଇତାନ ରହିନଥିବ ବରଂ ସେ ଅଶ୍ଳୀଳ କିମ୍ବା ଆଡ଼ଲ୍ଟ ଚଳଚ୍ଚିତ୍ର ଦେଖି ସେ ଏହି ସବୁ ଜିନିଷ ଶିଖିଦେଇ ଥାଇପାରେ।

Leave a Reply

Your email address will not be published. Required fields are marked *