ଶୁକ୍ରବାର ଦିନ ଏହି ଉପାୟଗୁଡ଼ିକ କରିବାଦ୍ବାରା ମାତା ଲଷ୍ମୀ ପ୍ରଶନ୍ନ ହୋଇଥାନ୍ତି…..

ଶୁକ୍ରବାର ଦିନ ଏହି ଉପାୟଗୁଡ଼ିକ କରିବାଦ୍ବାରା ମାତା ଲଷ୍ମୀ ପ୍ରଶନ୍ନ ହୋଇଥାନ୍ତି…..

ଶୁକ୍ରବାର ଦିନ ଏହି ଉପାୟଗୁଡ଼ିକ କରିବାଦ୍ବାରା ମାତା ଲଷ୍ମୀ ପ୍ରଶନ୍ନ ହୋଇଥାନ୍ତି , ଧନ ସହ ସଫଳତା ମଧ୍ୟ ମିଳିଥାଏ ।

ମନୁଷ୍ୟ ଜୀବନରେ ସୁଖ-ଦୁଃଖର ଏକ ଅଦ୍ଭୁତ ସଙ୍ଗମ ଅଛି । ଏମିତି କୌଣସି ବ୍ୟକ୍ତି ନାହିଁ ଯାହାର ଜୀବନରେ ସର୍ବଦା ଖୁସିରେ ରହିଥିବ , ତାହାର ଇଛା ନଥିଲେ ମଧ୍ୟ ନିଜର ଜୀବନରେ ଦୁଃଖର ସାମ୍ନା କରିବାକୁ ପଡିଥାଏ । ସୁଖ-ଦୁଃଖ ଗୋଟେ ଟଙ୍କାର ଦୁଇ ପାର୍ଶ୍ଵ ଅଟେ , ଯାହା ଦେଇ ପ୍ରତ୍ୟେକ ବ୍ୟକ୍ତି ଯିବାକୁ ହୋଇଥାଏ । ବର୍ତ୍ତମାନ ଜୀବନରେ ମଣିଷ ନିଜ ଜୀବନକୁ ସୁଖମୟ କରିବା ପାଇଁ ବହୁ ପ୍ରକାରର ଚେଷ୍ଟା କରିଥାଏ , କିନ୍ତୁ ତାଙ୍କୁ ଖୁସି ସହିତ ଅସୁବିଧାର ମଧ୍ୟ ସାମ୍ନା କରିବାକୁ ପଡିଥାଏ । ବର୍ତ୍ତମାନ ସମୟରେ ଲୋକଙ୍କ ସବୁଠାରୁ ବଡ଼ ସମସ୍ୟା ଟଙ୍କା ହେଉଛି , ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରିବା ନିମନ୍ତେ ବ୍ୟକ୍ତି ସମସ୍ତ ସମୟ ଚିନ୍ତା କରିଥାଏ । ଯାହା ଦ୍ବାରା ତାହାର ମାନସିକ ଚାପ ବଢ଼ିଯାଇଥାଏ । ଧନ ପ୍ରାପ୍ତିପାଇଁ ମାତା ଲଷ୍ମୀଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ । ଯଦି ଧନର ଦେବୀ ମାତା ଲଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରୁହେ , ତେବେ ଆପଣ ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିପାରିବେ ଏବଂ ଆପଣ ନିଜ ଜୀବନରେ ସର୍ବଦା ସଫଳତା ଆଡ଼କୁ ବଢ଼ିବାରେ ଲାଗିବେ ।

ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଉପାୟ ଉଲ୍ଲେଖ ଅଛି ଯାହା ଦ୍ୱାରା ଆପଣ ଧନର ଦେବୀ ମାତା ଲଷ୍ମୀଙ୍କର କୃପା ପ୍ରାପ୍ତ କରିପାରିବେ । ଏହି ଉପାୟ ଗୁଡିକୁ କରିବା ଦ୍ବାରା ଶୀଘ୍ର ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ଯେପରି ଶୁକ୍ରବାର ଦିନକୁ ମାତା ଲଷ୍ମୀଙ୍କ ଦିନ ବୋଲି କୁହାଯାଏ , ଯଦି ଏହିଦିନ ଆପଣ କିଛି ସହଜ ଉପାୟ କରନ୍ତି ତେବେ ଏହାଦ୍ବାରା ମାତା ଲଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଶୁକ୍ରବାର ଦିନ କରିବାକୁ ଥିବା ଉପାୟଗୁଡିକ ବିଷୟରେ ଆପଣଙ୍କୁ ଜଣାଇବୁ , ଯାହାକୁ ଆପଣ ସହଜରେ କରିପାରିବେ । ଏହି ଉପାୟ କରିବା ଦ୍ବାରା ଆପଣଙ୍କୁ ଧନ ସହ ସମ୍ପୃକ୍ତ ସମସ୍ୟା ସହିତ ଅନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ।

ଶୁକ୍ରବାର ଦିନ ଏହି ଉପାୟଗୁଡ଼ିକ କରିବାଦ୍ବାରା ମାତା ଲଷ୍ମୀ ପ୍ରଶନ୍ନ ହୋଇଥାନ୍ତି ।

• ମାତା ଲଷ୍ମୀଙ୍କ ଠାରୁ କୃପା ପାଇବା ପାଇଁ ଆପଣଙ୍କୁ ସର୍ଵ ପ୍ରଥମେ ଏହି ଉପାୟ କରିବାକୁ ପଡିବ । ଆପଣ ସକାଳୁ ଉଠିବାକ୍ଷଣି ମାତା ଲଷ୍ମୀଙ୍କୁ ପ୍ରଣାମ କରି ଧଳା ବସ୍ତ୍ର ପରିଧାନ କରନ୍ତୁ ଏବଂ ଧନର ଦେବୀ ମାତା ଲଷ୍ମୀଙ୍କ ଶ୍ରୀ ସ୍ଵରୂପ ଏବଂ ଚିତ୍ର ସମ୍ମୁଖରେ ଠିଆ ହୋଇ ଶ୍ରୀ ସୋତ୍ରର ପାଠ କରିବେ ଏବଂ ପଦ୍ମ ଫୁଲ ଅର୍ପଣ କରିବେ ।

• ଯଦି ଆପଣ ଶୁକ୍ରବାର ଦିନ ତିନିଜଣ କୁମାରୀ କନ୍ୟାଙ୍କୁ ଘରକୁ ଡାକି ଭୋଜନ କରାନ୍ତି ଏବଂ ସେମାନଙ୍କୁ ଦକ୍ଷିଣା ସ୍ଵରୂପେ କିଛି ଟଙ୍କା କିମ୍ବା ହଳଦିଆ ବସ୍ତ୍ର ଦାନ କରନ୍ତି ତେବେ ଏହା ଦ୍ବାରା ଆପଣଙ୍କ ଉପରେ ଧନର ଦେବୀ ମାତା ଲଷ୍ମୀଙ୍କ କୃପା ଅତିଶୀଘ୍ର ପ୍ରାପ୍ତ ହୋଇଥାଏ ।

• ଯଦି ଆପଣ ଶୁକ୍ରବାର ଦିନ କୌଣସି ଜରୁରୀ କାମରେ ବାହାରକୁ ବାହାରୁଛନ୍ତି , ତେବେ ବାହାରିବା ପୂର୍ବରୁ ଆପଣ କିଛି ମିଠା ଦହି ଖାଇ ବାହାରିବେ , ଏହାଦ୍ବାରା ମାତା ଲଷ୍ମୀଙ୍କ କୃପାରେ ଆପଣଙ୍କ କାମ ସଫଳ ହେବ ।

• ବେଳେବେଳେ ଦେଖାଯାଇଥାଏ ଯେ କୌଣସି କଥାକୁ ନେଇ ପତି-ପତ୍ନୀ ମଧ୍ୟରେ ବଚସା ଉତ୍ପର୍ନ ହୋଇଥାଏ । ଯଦି ଆପଣଙ୍କ ସହ ଏପରି ପରିସ୍ଥିତି ଆସେ ତେବେ ଆପଣ ନିଜ ଶୟନ କକ୍ଷରେ ପ୍ରେମୀ ପକ୍ଷୀର ଯୋଡାର ଫୋଟକୁ ଲଗାନ୍ତୁ , ଏହାଦ୍ବାରା ପତି-ପତ୍ନୀ ମଧ୍ୟରେ ସୁସମ୍ପର୍କ ବଢିବା ସହ ପ୍ରେମ ମଧ୍ୟ ବଢିଥାଏ ।

• ଯଦି ଆପଣଙ୍କ କାମକାର୍ଯ୍ୟରେ କୌଣସି ବାଧା ଉତ୍ପର୍ନ ହେଉଛି ତେବେ ଏହି ପରିସ୍ଥିତିରେ ଆପଣ ଶୁକ୍ରବାର ଦିନ କଳା ପିମ୍ପୁଡିକୁ ଚିନି ଖୁଆନ୍ତୁ , ଏହାଦ୍ବାରା ଆପଣଙ୍କ କାମ ସଫଳ ହେବ । କାମକାର୍ଯ୍ୟରେ ଆସୁଥିବା ବାଧା ଦୁର ହେବ ।

Leave a Reply

Your email address will not be published. Required fields are marked *