ବିବାହର ୫ ବର୍ଷପରେ ମା’ ହେଲେ ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ୍ ! ‘ଇନଷ୍ଟାଗ୍ରାମ୍’ରେ ସେୟାର୍ କରିଲେ ଶୁଭ ଖବର…

ବିବାହର ୫ ବର୍ଷପରେ ମା’ ହେଲେ ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ୍ ! ‘ଇନଷ୍ଟାଗ୍ରାମ୍’ରେ ସେୟାର୍ କରିଲେ ଶୁଭ ଖବର…

ବଲିଉଡର ପ୍ଲେବ୍ୟାକ୍ ଗାୟିକା ଶ୍ରେୟା ଘୋଷାଲ୍ ମା’ ହୋଇ ସାରିଛନ୍ତି । କହିରଖୁଛୁ ଯେ ଶ୍ରେୟା ଘୋଷାଲ୍ ଏକ ପୁଅକୁ ଜନ୍ମ ଦେଇଛନ୍ତି ଯାହାର ସୂଚନା ଗାୟିକା ନିଜେ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ଦେଇଛନ୍ତି । କହିରଖୁଛୁ ଯେ ୩୭ ବର୍ଷ ବୟସରେ ଶ୍ରେୟା ଘୋଷାଲ୍ ନିଜର ବିବାହର ୬ ବର୍ଷ ପରେ ମା’ ହୋଇଛନ୍ତି । ପୁଣି ଶ୍ରେୟା ଘୋଷାଲ୍ ଖୁସି ଖବରକୁ ସେୟାର୍ କରି ସମସ୍ତଙ୍କ ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଶ୍ରେୟା ଘୋଷାଲଙ୍କ ପୋଷ୍ଟ ଦେଖିବା ପରେ ତାଙ୍କ ଫ୍ୟାନ୍ ଏବଂ ସଙ୍ଗୀତ ସହିତ ଜଡ଼ିତ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ପୁଅ ଜନ୍ମ ହେବାର ଖୁସିରେ ନିଜ ଇନଷ୍ଟାଗ୍ରାମରେ ସେୟାର୍ କରି ଶ୍ରେୟା ଘୋଷାଲ୍ ଏକ ସୁନ୍ଦର ନୋଟ୍ ମଧ୍ୟ ସେୟାର୍ କରିଛନ୍ତି । ଯେଉଁଥିରେ ଶ୍ରେୟା ଲେଖିଛନ୍ତି ଯେ, ‘ଭଗବାନ ଆଜି ଦ୍ୱିପ୍ରହର ସମୟରେ ଏକ ଅମୂଲ୍ୟ ପୁତ୍ର ଆଶୀର୍ବାଦ ସ୍ୱରୂପ ଦେଇଛନ୍ତି । ଏହା ଖୁବ୍ ଇମୋସନାଲ୍ ଅନୁଭୂତି ଅଟେ । ଏପରି ଆଗରୁ କେବେବି ଅନୁଭୂତ ହୋଇନାହିଁ । ଶିଳାଦିତ୍ୟ ଏବଂ ମୁଁ ଆମ ପରିବାର ସହିତ ଏହି ଖୁସି ଖବରକୁ ସେଲିବ୍ରେଟ୍ କରୁଛୁ । ଆପଣ ସମସ୍ତଙ୍କ ଆଶୀର୍ବାଦ ପାଇଁ ଧନ୍ୟବାଦ ।

ସଙ୍ଗୀତ ଜଗତର ଲୋକେ ଦେଲେ ଶୁଭକାମନା :-

ପୁଣି ‘ଶ୍ରେୟା ଘୋଷାଲ୍’ଙ୍କ ପୋଷ୍ଟରେ ସଙ୍ଗୀତ ଜଗତ ସହିତ ଜଡ଼ିତ ଅନେକ ଜଣାଶୁଣା ଲୋକେ ତାଙ୍କୁ ଶୁଭକାମନା ଜଣାଇଛନ୍ତି । କହିରଖୁଛୁ ଯେ ଗାୟିକା ନୀତି ମୋହନ୍ ନିଜର ଏବଂ ନିଜ ସ୍ୱାମୀ ନିହାର ପାଣ୍ଡ୍ୟାଙ୍କ ପରିବାର ତରଫରୁ ଲେଖିଛନ୍ତି ଯେ, “ଅନେକ ଅନେକ ଶୁଭକାମନା । ଏହା ବାସ୍ତବରେ ଏକ ଭଲ ଖବର ଅଟେ । ଆଶା କରୁଛୁ ଯେ ଆପଣ ଏବଂ ସନ୍ତାନ ଉଭୟ ଭଲ ଥିବେ ।” ପୁଣି ଗାୟକ ଏବଂ ସଙ୍ଗୀତ ନିର୍ଦେଶକ ଶେଖର୍ ଖଜିୟାନି ଲେଖିଛନ୍ତି ଯେ “ଅଭିନନ୍ଦନ ଏବଂ ଅନେକ ଭଲପାଇବା ।” ଏହାବ୍ୟତୀତ ଗାୟକ ରାଜ୍ ପଣ୍ଡିତ ମଧ୍ୟ ଶ୍ରେୟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଲେଖିଛନ୍ତି ଯେ ଆପଣଙ୍କ ପାଇଁ ଅନେକ ସାରା ଭଲ ପାଇବା ଏବଂ ଭଲ ସ୍ୱାସ୍ଥ୍ୟର କାମନା ରହିଛି । “କହିରଖୁଛୁ ଯେ ଶ୍ରେୟା ଘୋଷାଲ୍ ମା’ହେବା କାରଣରୁ ତାଙ୍କ ଫ୍ୟାନ୍ ମାନଙ୍କ ମଧ୍ୟରେ ଅନେକ ଖୁସି ରହିଛି । ତାଙ୍କ ଫ୍ୟାନମାନେ ଖୁବ୍ ଖୁସି ଅଛନ୍ତି ଏବଂ ଶ୍ରେୟାଙ୍କୁ ନିଜ ପୁଅର ଧ୍ୟାନ ରଖିବାକୁ କହିଛନ୍ତି ।

ପୂର୍ବରୁ ଭାବି ସାରିଛନ୍ତି ପୁଅର ନାମ :-

ଆପଣଙ୍କୁ କହିରଖୁଛୁ ଯେ କରୋନା ଭଳି ମହାମାରୀ ସମୟରେ ଶ୍ରେୟା ଘୋଷାଲ୍ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି । କିନ୍ତୁ ଶ୍ରେୟା ଏବଂ ତାଙ୍କ ସନ୍ତାନ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି । ଖୁବଶୀଘ୍ର ତାଙ୍କୁ ହସ୍ପିଟାଲରୁ ମଧ୍ୟ ଡିସଚାର୍ଜ କରି ଦିଆଯିବ । ଜାଣି ରଖନ୍ତୁ ଯେ ପୁଅ ଜନ୍ମ ନେବା ପୂର୍ବରୁ ଶ୍ରେୟା ତାଙ୍କ ନାମ ରିବିଲ୍ ବୋଲି ଭାବି ନେଇଥିଲେ । ବର୍ତ୍ତମାନ ସେ ନିଜ ଫ୍ୟାନମାନଙ୍କ ସହିତ ସୋସିଆଲ୍ ମିଡିଆରେ ପୁଅର ନାମ ସେୟାର୍ କରିଥିଲେ । ଶ୍ରେୟା ନିଜ ପୋଷ୍ଟରେ ଲେଖିଥିଲେ ଯେ, ‘ବେବି ଶ୍ରେୟାଦିତ୍ୟ ଆସୁଛନ୍ତି ।’ ଶିଳାଦିତ୍ୟ ଏବଂ ମୁଁ ଆପଣ ମାନଙ୍କ ସହିତ ଏହି ଖବର ସେୟାର୍ କରି ଖୁବ୍ ରୋମାଞ୍ଚିତ ଅନୁଭବ କରୁଛୁ ।

ବିବାହର ୫ ବର୍ଷପରେ ହେଲେ ମା’ :-

ଶ୍ରେୟା ଘୋଷାଲ୍ ୨୦୧୫ରେ ନିଜର ପିଲାଦିନର ସାଙ୍ଗ ଶିଳାଦିତ୍ୟ ମୁଖପାଧ୍ୟାୟଙ୍କୁ ଲୁଚି ବିବାହ କରିଥିଲେ । କହିରଖୁଛୁ ଯେ ଦୁହିଁଙ୍କ ବିବାହ ପୁରାପୁରି ପ୍ରାଇଭେଟ୍ ଅଫେୟାର୍ ଥିଲା ଯେଉଁଥିରେ ଉଭୟ ପରିବାର କିଛି ଲୋକ ଯୋଗ ଦେଇଥିଲେ । ନିଜ ବିବାହର ଖବର ଶ୍ରେୟା ନିଜେ ଫେବୃୟାରୀ ୬ରେ ନିଜ ଫ୍ୟାନମାନଙ୍କୁ ଦେଇଥିଲେ । ଗାୟିକା ନିଜ ବିବାହର ଏକ ଫୋଟ ସେୟାର୍ କରି ଲେଖିଥିଲେ ଯେ କାଲି ମୁଁ ମୋ ପରିବାର ଏବଂ ସାଙ୍ଗ ମାନଙ୍କ ଉପସ୍ଥିତିରେ ନିଜ ପ୍ରେମ ଶିଳାଦିତ୍ୟଙ୍କୁ ବିବାହ କରିଛି । ନୂଆ ଜୀବନର ପ୍ରାରମ୍ଭ କୁ ନେଇ ରୋମାଞ୍ଚ ଅଛି । ଏବେ ବିବାହର ୫ ବର୍ଷପରେ ଶ୍ରେୟା ମା’ ହୋଇଛନ୍ତି ଏବଂ ତାଙ୍କ ଘରେ ସମସ୍ତେ ବହୁତ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *