କରୋନା ଠାରୁ ଭୟଙ୍କର ମହାମାରୀ ହେଉଛି ବାୟୁ ପ୍ରଦୂଷଣ: ମୋଟ କରୋନା ମୃତ୍ୟୁର ୧୫% ବାୟୁ ପ୍ରଦୂଷଣ ସହ ଜଡ଼ିତ !

ନୂଆଦିଲ୍ଳୀ ୨୭/୧୦: କରୋନା ସଂକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମହାମାରୀର ଲକ୍ଷଣ ଠୁ ଆରମ୍ଭ କରି କରୋନା ଚିକିତ୍ସା ପଦ୍ଧତି ସମ୍ପର୍କରେ ଏବେ ସାରା ବିଶ୍ୱର ବିଶେଷଜ୍ଞମାନେ ଅଧ୍ୟୟନ ଜାରି ରଖିଛନ୍ତି । ତେବେ ସଦ୍ୟ କରୋନା ସଂମ୍ରମଣ ଓ ବାୟୁ ପ୍ରଦୂଷଣକୁ ନେଇ ଆସିଥିବା ତଥ୍ୟ ଚିନ୍ତା ବଢ଼ାଇଛି । ଏହି ଅଧ୍ୟୟନ ଅନୁସାରେ କରୋନାରେ ହେଉଥିବା ମୃତ୍ୟୁର ୧୫ ପ୍ରତିଶତ ବାୟୁ ପ୍ରଦୂଷଣ ସହ ଜଡ଼ିତ ବୋଲି ଜଣାପଡ଼ିଛି । ପୂର୍ବରୁ ମିଳିଥିବା ଏକ ରିପୋର୍ଟ ଅନୁସାରେ କରୋନାଠାରୁ ଭୟଙ୍କର ମହାମାରୀ ହେଉଛି ବାୟୁ ପ୍ରଦୂଷଣ ।

ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁଯାୟୀ, କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୫ ପ୍ରତିଶତ ମୃତ୍ୟୁ ବାୟୁ ପ୍ରଦୂଷଣ ମଧ୍ୟରେ ରହିବା ଦ୍ଵାରା ହେଉଛି । କରୋନା ସଂକ୍ରମିତ ହେବା ପରେ ରୋଗୀଙ୍କୁ ଶ୍ଵାସକ୍ରିୟାରେ କଷ୍ଟ ହେବା ସହ ଫୁସ୍‌ଫୁସ୍‌ ଜନିତ ସଂକ୍ରମଣ ଶିକାର ହେଉଥିବା ସମସ୍ତେ ଜାଣିଛନ୍ତି । ସେହିଭଳି ବାୟୁ ପ୍ରଦୂଷଣ ଯୋଗୁଁ ଶ୍ଵାସକ୍ରିୟା କରିବାରେ କଷ୍ଟ ଅନୁଭବ ହୁଏ । ତେଣୁ କରୋନା ସଂକ୍ରମଣ ଓ ବାୟୁ ପ୍ରଦୂଷଣକୁ ନେଇ ବିଶେଷଜ୍ଞମାନେ ଏଭଳି ମତ ଦେଇଛନ୍ତି ।

ଅଧ୍ୟୟନରୁ ଜଣାପଡ଼ିଛି ଯେ, ୟୁରୋପରେ କରୋନାରେ ହୋଇଥିବା ମୃତ୍ୟୁର ୧୯ ପ୍ରତିଶତ, ଉତ୍ତର ଆମେରିକାରେ ହେଉଥିବା ମୃତ୍ୟୁର ୧୭ ପ୍ରତିଶତ, ଏସିଆରେ କରୋନା ମୃତ୍ୟୁର ୨୭ ପ୍ରତିଶତ ବାୟୁ ପ୍ରଦୂଷଣ ସହ ଜଡ଼ିତ । ତେବେ ଏହି ଅଧ୍ୟୟନରେ ଜର୍ମାନୀର ମାକ୍ସ ପ୍ଲାଙ୍କ ରସାୟନ ବିଜ୍ଞାନ ସଂସ୍ଥାନର ବିଶେଷଜ୍ଞମାନେ ସାମିଲ ଥିଲେ । ମେଡିକାଲ ଜର୍ଣ୍ଣାଲ ‘କାର୍ଡିୟୋ ଭାସ୍କୁଲାର’ରେ ପ୍ରକାଶିତ ଅଧ୍ୟୟନରେ କରୋନା ଭାଇରସ୍‌ରେ ହୋଇଥିବା ମୃତ୍ୟୁ ସହ ବାୟୁ ପ୍ରଦୂଷଣର ଥିବା ସମ୍ପର୍କ ବାବଦରେ ମିଳିତ ପରୀକ୍ଷା କରାଯାଇଛି ।

ଅଧ୍ୟୟନରେ ସାମିଲ ଥିବା ବିଶେଷଜ୍ଞଙ୍କ ମତରେ କରୋନା ଭାଇରସ୍‌ ସହ ବାୟୁ ପ୍ରଦୂଷଣ ସହ ସିଧା ସମ୍ପର୍କ ନାହିଁ । କିନ୍ତୁ ବାୟୁ ପ୍ରଦୂଷଣ ପାଇଁ ରୋଗୀଙ୍କ ସ୍ଵସ୍ଥ୍ୟାବସ୍ଥା ଅଧିକ ବିଗୁଡ଼ିଛି । ତେଣୁ ଏହି ମାମଲାରେ ବାୟୁ ପ୍ରଦୂଷଣର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପର୍କ ବିଷୟରେ ଜଣାପଡ଼ିଛି । ବିଶେଷଜ୍ଞମାନେ ଆମେରିକା ଓ ପୂର୍ବ ଚାଇନାକୁ ନିଜ ଅଧ୍ୟୟନ ପାଇଁ ନେଇଥିଲେ । ଏହି ସମୟରେ ୨୦୦୩ର ସାର୍ସ ଭାଇରସ୍‌ର ଗ୍ରାଫକୁ ବି ନିଆଯାଇଥିବା ଜଣାପଡ଼ିଛି ।

Be the first to comment

Leave a Reply

Your email address will not be published.


*