କରୋନାର ତୃତୀୟ ଲହରୀ ପୂର୍ବରୁ ଏହି ଦୁଇଟି ଜିଲ୍ଲାରେ ୬୦୦ରୁ ଅଧିକ ଶିଶୁ ଆକ୍ରାନ୍ତ !

କରୋନାର ତୃତୀୟ ଲହରୀ ପୂର୍ବରୁ ଏହି ଦୁଇଟି ଜିଲ୍ଲାରେ ୬୦୦ରୁ ଅଧିକ ଶିଶୁ ଆକ୍ରାନ୍ତ !

କରୋନା ଆକ୍ରମଣରେ ସମ୍ପୂର୍ଣ୍ଣ ଦେଶରେ ‘ହଲ୍-ଚଲ୍’ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ କରୋନାର ତୃତୀୟ ଲହରର ଆଶଙ୍କା ଅଧିକ ଭୟଭୀତ କରୁଅଛି କାରଣ ତୃତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପିଲାମାନଙ୍କ ଉପରେ ପଡିବାକୁ ଯାଉଅଛି । ରାଜସ୍ଥାନର ଦୁଇଟି ଜିଲ୍ଲାରେ ପିଲାମାନେ ଖୁବଶୀଘ୍ର କରୋନା ସଂକ୍ରମିତ ହେଉଛନ୍ତି । ଦୋସା ଏବଂ ଡୁଙ୍ଗରପୁରରେ ପିଲାମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଚିନ୍ତିତ କରିଦେବା ଭଳି ଅଟେ ।

ରାଜସ୍ଥାନରେ କରୋନା ମହାମାରୀର କବଳରେ ପିଲାମାନେ ଆସିବାରେ ଲାଗିଛନ୍ତି । ତୃତୀୟ ଲହରକୁ ନେଇ ଯେଉଁଭଳି ଆଶଙ୍କା ଥିଲା, ଠିକ୍ ସେଭଳି ହେଉଅଛି । କରୋନାର ସଂକ୍ରମଣ ବର୍ତ୍ତମାନ ପିଲାମାନଙ୍କୁ ହେଉଅଛି । ବହୁ ମାତ୍ରାରେ ପିଲାମାନେ କରୋନାରେ ସଂକ୍ରମିତ ହେଉଛନ୍ତି । ରାଜସ୍ଥାନରେ ପିଲାମାନଙ୍କ ମଧ୍ୟରେ କରୋନାର ସଂକ୍ରମଣ ଦ୍ୱାରା ‘ହଲ୍-ଚଲ୍’ ସୃଷ୍ଟି ହୋଇଯାଇଛି । ପ୍ରାୟତଃ ୬୦୦ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି ।

ପିତାଙ୍କ ମୃତ୍ୟୁ, ଦୁଇଟି ପିଲା ସଂକ୍ରମିତ:-

ଦୋସାରେ ସିକରାୟ ଉପଖଣ୍ଡର ଗୋଟିଏ ଗ୍ରାମରେ ଦୁଇଟି ପିଲାଙ୍କୁ (ଜଣଙ୍କର ନଅ ବର୍ଷ ଆଉ ଜଣଙ୍କର ଦଶ ବର୍ଷ) କରୋନା ନିଜ କବଳରେ କବଳିତ କରିନେଇଛି । ଏମାନଙ୍କର ପିତା କରୋନା ପଜିଟିଭ୍ ଥିଲେ, ତାଙ୍କର ମୃତ୍ୟୁ ହୋଇସାରିଛି, କିନ୍ତୁ ତାଙ୍କ ପରେ କରୋନା ଏ ଦୁହିଁଙ୍କୁ ନିଜ ଶିକାର କରିନେଇଛି । ଏଭଳି ଭାବରେ ଦୋସାରେ ଗୋଟିଏ ଦୁଇ ବର୍ଷର ପିଲା କରୋନା ପଜିଟିଭ୍ ହୋଇଯାଇଛି ।

ଦୁଇଟି ଜିଲ୍ଲାରେ ପ୍ରାୟତଃ ୬୦୦ ପିଲା ସଂକ୍ରମିତ:-

ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ, ଏକୁଟିଆ ଦୋସାରେ ୧-ମଇରୁ ୨୧-ମଇ ମଧ୍ୟରେ ୧୮ ବର୍ଷରୁ କମ୍ ୩୪୧ ଜଣ ପିଲା କରୋନା ପଜିଟିଭ୍ ହୋଇଛନ୍ତି । ଯେଉଁ ଅବସ୍ଥା ଦୋସାର ଅଟେ ଠିକ୍ ସେଭଳି ଅବସ୍ଥା ଡୁଙ୍ଗରପୁରର ଅଟେ । ଡୁଙ୍ଗରପୁରରେ ମଧ୍ୟ ପିଲାମାନେ ଦ୍ରୁତ ଗତିରେ କରୋନା ପଜିଟିଭ୍ ହେଉଛନ୍ତି । ଡୁଙ୍ଗରପୁରରେ ୧୨ ମଇ ଠାରୁ ଆରମ୍ଭ କରି ୨୨ ମଇ ପର୍ଯ୍ୟନ୍ତ ୧୮ ବର୍ଷରୁ କମ୍ ୨୫୫ ଜଣ ପିଲା ସଂକ୍ରମିତ ହୋଇଛନ୍ତି ।

ଜିଲ୍ଲାପାଳ ଖଣ୍ଡନ କଲେ, CMO ସ୍ୱୀକାର କଲେ:-

ତେବେ ଡୁଙ୍ଗରପୁରର ଜିଲ୍ଲାପାଳ ସୁରେଶ କୁମାର୍ ଓଲା କହୁଛନ୍ତି କି ତାଙ୍କ ଜିଲ୍ଲାରେ ପିଲାମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବରେ ସାମାନ୍ୟ ଅଟେ । ପିଲାମାନଙ୍କ ପିତାମାତା କରୋନା ପଜିଟିଭ୍ ହେଉଛନ୍ତି, ଏଥିପାଇଁ ପିଲାମାନେ ମଧ୍ୟ କରୋନା ସଂକ୍ରମିତ ହେଉଛନ୍ତି, ତେବେ ସେମାନଙ୍କ ସଂଖ୍ୟା କମ୍ ଅଟେ । କିନ୍ତୁ ଜିଲ୍ଲାପାଳଙ୍କ କଥାକୁ ନିଜେ CMO ପ୍ରତ୍ୟାଖ୍ୟାନ କରିଛନ୍ତି ।

ଡୁଙ୍ଗରପୁରର CMO ରାଜେଶ ଶର୍ମା କହିଛନ୍ତି କି ଗତ ୧୦ ଦିନ ମଧ୍ୟରେ ଅଢେ଼ଇ ଶହରୁ ଅଧିକ ପିଲା କରୋନା ସଂକ୍ରମିତ ହୋଇଛନ୍ତି । ଭଲ କଥା କେବଳ ଏହା ଯେ, କରୋନା ଯୋଗୁଁ କୌଣସି ପିଲାଙ୍କ ମୃତ୍ୟୁର ଖବର ନାହିଁ । କିନ୍ତୁ ବିପଦ ତ ବିପଦ ଅଟେ ଏବଂ କରୋନା ଏଭଳି ରୋଗ ଅଟେ, ଯେଉଁଥିରେ କେବେ କେତେବେଳେ କାହାକୁ କଣ ହୋଇଯିବ, ସେ କଥା କୁହାଯାଇପାରିବ ନାହିଁ ।

ତେବେ ଏଭଳି ମଧ୍ୟ ଦେଶର ବୈଜ୍ଞାନିକ ମାନେ ପୂର୍ବରୁ ଆଶଙ୍କା ପ୍ରକାଶ କରିଦେଇଥିଲେ କି କରୋନାର ତୃତୀୟ ଲହର ମଧ୍ୟ ଆସିବାକୁ ଯାଉଛି । ଆଶଙ୍କା ଏହା ମଧ୍ୟ ଥିଲା କି ତୃତୀୟ ଲହର ପିଲାମାନଙ୍କୁ ନିଜ କବଳରେ କବଳିତ କରିନେବ । ତେବେ ରାଜସ୍ଥାନର ପରିସ୍ଥିତି ଦେଖିବା ପରେ ଏହା ଲାଗୁଅଛି କି କରୋନାର ତୃତୀୟ ଲହର ବୋଧେ ଆସୁଅଛି ।

Leave a Reply

Your email address will not be published. Required fields are marked *